Posted inଫୁରସତ

ପ୍ରେମ ପାଇଁ ରକ୍ତପାନ

ଜର୍ମାନୀର ୩୨ ବର୍ଷୀୟ ଅଲବର୍ଟୋ, ଗର୍ଲଫ୍ରେଣ୍ଡ ଇଲାରିଆଙ୍କୁ ଫେସ୍‌ବୁକ୍‌ରୁ ସେବେ ଜାଣିବାକୁ ପାଇଥିଲେ ଯେବେ ସେ ତାଙ୍କ ସର୍କସ ପାଇଁ ଜଣେ ସହଯୋଗୀ ଆବଶ୍ୟକ ବୋଲି ବିଜ୍ଞାପନ ଦେଇଥିଲେ। ସହଯୋଗୀରୁ ଇଲାରିଆ ଅଲବର୍ଟୋଙ୍କ ଗର୍ଲଫ୍ରେଣ୍ଡ ହୋଇଗଲେ। ଦୁହେଁ ମିଶି ବିଭିନ୍ନ ସ୍ଥାନରେ ଭାମ୍ପାୟର ହରର ଶୋ’ କଲେ। ସେଥିରେ ସେମାନେ ଭାମ୍ପାୟର ଭଳି ବେଶ ହୋଇ ଲୋକଙ୍କୁ ବହୁତ ଡରାନ୍ତି। ତେବେ ସେମାନେ କେବଳ ଷ୍ଟେଜ୍‌ରେ ଭାମ୍ପାୟର ସାଜନ୍ତି ନାହିଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ବି ଭାମ୍ପାୟର ଭଳି ବିତାନ୍ତି। ଅର୍ଥାତ୍‌ ଘରେ ବି ସେମାନେ ଭାମ୍ପାୟର୍‌ ଭଳି ରହିବା ସହ ଦୁହେଁ ଦୁହିଁଙ୍କର ରକ୍ତ ପିଅନ୍ତି। ଯଦିଓ ଭାମ୍ପାୟର ଭଳି ବେକକୁ ଦାନ୍ତରେ କାମୁଡି ସେମାନେ ରକ୍ତ ପିଅନ୍ତି ନାହିଁ। ପ୍ରତିଦିନ ସେମାନେ ଉଭୟେ ଉଭୟଙ୍କ ହାତରୁ ସିରିଞ୍ଜରେ ରକ୍ତ ବାହାରକରି ପିଅନ୍ତି। ଇଲାରିଆ ଅଲବର୍ଟୋଙ୍କର ଅଧିକ ରକ୍ତ ପିଅନ୍ତି। କିନ୍ତୁ ଅଲବର୍ଟୋ ଇଲାରିଆଙ୍କ କମ୍‌ ରକ୍ତ ପିଅନ୍ତି। କାରଣ ସେ ଭୟ କରନ୍ତି ଇଲାରିଆଙ୍କଠାରୁ ଅଧିକ ରକ୍ତ ନେଲେ ତାଙ୍କ ଗର୍ଜିୟସ୍‌ ଶରୀରରେ ଚିହ୍ନ ହେବା ସହ ଶରୀର ଦୁର୍ବଳ ହୋଇଯିବ। ତେବେ ଦୁହିଙ୍କ ମତରେ ରକ୍ତ ପିଇବା ଦ୍ୱାରା ସେମାନଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ।


All Right Reserved By Dharitri.Com

ଦୀପାବଳିରେ ଉପହାର

ଦୀପାବଳିରେ ବନ୍ଧୁ ପରିଜନଙ୍କୁ କେଉଁଭଳି ଉପହାର ଦେବା ଦ୍ୱାରା ଶୁଭ ଲାଭ ମିଳିଥାଏ ସେ ସମ୍ପର୍କରେ… * ଦୀପାବଳି ଅବସରରେ ଧାତୁ ନିର୍ମିତ ଯେକୌଣସି ଉପହାର...

ରାତିରେ କାହିଁକି ଘର ପୋଛିବାକୁ ମନା କରାଯାଏ

ହିନ୍ଦୁ ଧର୍ମରେ ଥିବା କିଛି ପରମ୍ପରା ଆଜିବି ଅନେକ ଲୋକ ପାଳନ କରି ଆସୁଛନ୍ତି। ହେଲେ କେହି କେହି ଏହାକୁ ଅନ୍ଧ ବିଶ୍ୱାସ କହି ଏଡାଇ...

ହୀରା ଗିଟାର

ଗିଟାରର ଧୂନ୍‌ କାହାକୁ ବା ଭଲ ନ ଲାଗେ। ଅନେକଙ୍କର ଏହା ଏକ ପ୍ରିୟ ବାଦ୍ୟଯନ୍ତ୍ର। ତେବେ ଏମିତି ଏକ ଗିଟାର ଅଛି, ଯାହାକୁ ଦେଖୁ...

ଚୁମ୍ବନରୁ ଚୟନ ହୁଏ ପ୍ରେମୀ

ଚୁମ୍ବନ ଉପରେ ଯେ କେବଳ ମଣିଷର ଅଧିକାର ଅଛି ସେପରି ଭାବିବା ଠିକ୍‌ ନୁହେଁ। ହ୍ବାଇଟ୍‌ ଫ୍ରଣ୍ଟେଡ୍‌ ପ୍ୟାରଟ ନାମରେ ଗୋଟି ପ୍ରଜାତିର ଶୁଆ ଦେଖିବାକୁ...

ନିଆରା ସ୍ରଷ୍ଟା: ପ୍ରଶିକ୍ଷଣ ବିନା ଯିଏ କରିଛନ୍ତି ଉଦ୍ଭାବନ

ମଣିଷର କୌଣସି ଆବଶ୍ୟକତା ଯେତେବେଳ ତାକୁ ବ୍ୟତିବ୍ୟସ୍ତ କରିପକାଏ ସେ ସମାଧାନର ବାଟ ଖୋଜିଥାଏ। ସେଥିପାଇଁ କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ତେବେ...

ପରଫ୍ୟୁମ୍‌-ଡିଓ ବି ମଶାଙ୍କୁ କରେ ଆକୃଷ୍ଟ…

କେତେକ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମଶା କାମୁଡ଼ନ୍ତି। ଏହା ସ୍ଥଳ ବିଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ଲଡ୍‌ ଗ୍ରୁପ୍‌ ଉପରେ ନିର୍ଭର କରିଥାଏ। ତେବେ ପରଫ୍ୟୁମ୍‌,...

ଘରେ କର୍ପୂରରେ ଆଳତି କଲେ ମିଳେ ଅନେକ ଫାଇଦା

ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରାଯାଇଥାଏ। ପୂଜା ସରିବା ପରେ କର୍ପୂରରେ ଆଳତି...

ନୀଳ ରଙ୍ଗର ହୀରା ମୁଦି ଶହେ କୋଟିରେ ହେବ ନିଲାମ

ଜେନେଭା,୯।୧୧: ଜେନେଭାଠାରେ ଏକ ହୀରାମୁଦିର ନିଲାମ ହେବ। ଏହାକୁ ଶହେ କୋଟି ଟଙ୍କା(୧୪ ମିଲିୟନ୍‌ ଡଲାର)ରେ ନିଲାମ କରାଯିବ ବୋଲି କୁହାଯାଉଛି। ସ୍ଥାନୀୟ କ୍ରେଷ୍ଟ ନିଲାମ...

Leave a comment

Your email address will not be published. Required fields are marked *