Posted inଫୁରସତ

ସର୍ବାଧିକ ହୀରା ଖଚିତ ମୁଦି: ରହିଛି ୭,୭୭୭ଟି ହୀରା

ରତ୍ନପଥର ମଧ୍ୟରେ ହୀରା ଏକ ବହୁମୂଲ୍ୟ ପଥର। ହୀରାଖଚିତ ଗହଣାର ବଜାର ଚାହିଦା ମଧ୍ୟ ବେଶ୍‌ ଅଧିକ। ତେବେ ପୃଥିବୀର ସବୁଠାରୁ ଅଧିକ ହୀରାଖଚିତ ମୁଦି ଭାବେ ଏକ ମୁଦି ସ୍ଥାନ ପାଇଛି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ। ମୁମ୍ବାଇର ଏକ ଗହଣା ପ୍ରସ୍ତୁତକାରୀ ସଂସ୍ଥା ଏଭଳି ଏକ ମୁଦି ପ୍ରସ୍ତୁତ କରି ସୃଷ୍ଟି କରିଛନ୍ତି ରେକର୍ଡ। ଏହି ୧୮ କ୍ୟାରେଟର ହ୍ବାଇଟ ଏବଂ ରୋଜ୍‌ ଗୋଲ୍ଡରେ ନିର୍ମିତ ମୁଦି ଉପରେ ୭,୭୭୭ଟି ହୀରା ଖଞ୍ଜାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪.୯ ମିଲିୟନ ଡଲାର ରହିଛି। ଦିଲ୍ଲୀର ଲୋଟସ ଟେମ୍ପଲ ଆକୃତିରେ ନିର୍ମିତ ଏହି ମୁଦିକୁ ପ୍ରସ୍ତୁତ କରିବା ଲାଗି ୧୨ ଜଣ କାରିଗରଙ୍କୁ ପ୍ରାୟ ୧୮ମାସ ସମୟ ଲାଗିଥିଲା। ତେବେ ବିଶ୍ୱ ଦରବାରରେ ଭାରତୀୟ କାରିଗରିର ଉତ୍କର୍ଷତା ପ୍ରଦର୍ଶନ କରିବା ପୂର୍ବକ ଏଭଳି ଏକ ରେକର୍ଡ କରିବାଲାଗି ଚେଷ୍ଟା କରାଯାଇଥିବା କଥା କହିଛନ୍ତି ଏହାର ପ୍ରୋଜେକ୍ଟ ହେଡ୍‌ ନବୀନ ପ୍ରିନ୍ସ ଭଣ୍ଡାରୀ।


All Right Reserved By Dharitri.Com

ୟୁଟ୍ୟୁବ୍‌ ଦେଖି ସାନ ଭାଇଙ୍କ ଜୀବନ ରକ୍ଷାକଲେ ୯ ବର୍ଷ ବାଳକ

ଓ୍ବାଶିଂଟନ,୫।୨: ଆମେରିକାରେ ଜଣେ ୯ ବର୍ଷ ବୟସ୍କ ବାଳକ ୟୁଟ୍ୟୁବ୍‌ ଦେଖି ତାଙ୍କ ୩ ବର୍ଷର ସାନ ଭାଇଙ୍କ ଜୀବନ ରକ୍ଷା କରିଛନ୍ତି। ଟିମୋଥି ପ୍ରଥରଙ୍କ...

ଜିନିଷ କିଣିଲା ବେଳେ ସେଥିରେ ଥିବା ଛୋଟ ପ୍ୟାକେଟ୍‌ ଫୋପାଡି ଦେଉଛନ୍ତି କି? ଯାହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଜାରରୁ କିଣୁଥିବା ବିଭିନ୍ନ ଜିନିଷ ଜଥା ଜୋତା, ଡ୍ରେସ ତଥା ଅନ୍ୟାନ୍ୟ ସାମଗ୍ରୀରୁ ଏକ ଛୋଟ ପ୍ୟାକେଟ୍‌ ମିଳିଥାଏ, ଯେଉଁଥିରେ ହୋମିଓପାଥୀ ଔଷଧ ଆକାରର କିଛି...

ନାଳରେ ପଡିଥିଲା ନବଜାତ ଶିଶୁକନ୍ୟା, କୋଳେଇ ନେଲେ ପୋଲିସ

ଲକ୍ଷ୍ନୌ,୨୫।୮:ପୁଣି ଅଲୋଡା ହେଲା ଶିଶୁକନ୍ୟା। ଉତ୍ତରପ୍ରଦେଶର ବୁଦାଉ ଜିଲାରେ ଥିବା ଏକ ନାଳରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ଜଣେ ପୋଲିସ କର୍ମଚାରୀ। ତୁରନ୍ତ ଶିଶୁଟିକୁ...

ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍‌: ବର୍ଷକୁ କଏଦୀଙ୍କ ପିଛା ଖର୍ଚ୍ଚହୁଏ ୯୩ କୋଟି

ଜେଲ କଥା ଉଠିବା ମାତ୍ରେ ମନରେ ଅନେକ ପ୍ରକାର କଥା ଆସିଥାଏ। ଅର୍ଥାତ୍‌ ସେଠାର ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ଖାଇବାପିଇବା ଆଦି। ମାତ୍ର କ୍ୟୁବାରେ ଏପରି...

ପେପର୍‌ ଓ୍ବିଗ୍‌

ଆସିୟା ଓ ଡିମିଟ୍ରି କୋଜିନ୍‌ ହେଉଛନ୍ତି କଳାକାର। ଦୁହେଁ କାଗଜରେ ବିଭିନ୍ନ କଳାକୃତି ତିଆରି କରନ୍ତି। ହେଲେ ନିକଟରେ କାଗଜର ଆକର୍ଷକ ଓ୍ବିଗ୍‌ ତିଆରି କରି...

ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ...

ନାଚରେ ଉତ୍ସାହ ବଢ଼ାଇଲେ କରୋନା ରୋଗୀ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ନାଁ ଶୁଣିବା ମାତ୍ରେ କେମିତି ଏକ ପ୍ରକାର ଭୟ ମନ ଭିତରକୁ ଆପେ ଆପେ ଆସିଯାଉଛି। କିନ୍ତୁ ସାହସର ସହ ମୁକାବିଲା...

ମହାକାଶରେ ତିଆରି ହେଲା ପ୍ରଥମ ବିସ୍କୁଟ୍‌

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ରେ ଇଟାଲିର ମହାକାଶଚାରୀ ପ୍ରଥମ ଥର ପାଇଁ ବେକିଂ କରିଛନ୍ତି। ବେକିଂ କରି ସେ ମହାକାଶରେ ପ୍ରଥମ କୁକିଜ୍‌ ବା ବିସ୍କୁଟ ପ୍ରସ୍ତୁତ...

Leave a comment

Your email address will not be published. Required fields are marked *