ପାକିସ୍ତାନରେ ଏକ ମାସରେ ୭ ଶହ ଶିଶୁ ଓ ନାବାଳକ ଏଚ୍‌ଆଇଭି ସଂକ୍ରମିତ

ଲାହୋର, ୨୯।୫: ଏଡସ୍‌ ମହାମାରୀର ଦ୍ୱାରରେ ଛିଡ଼ା ହୋଇଛି ପାକିସ୍ତାନ। ଏଠାରେ ଏକମାସରେ ୭ଶହ ଶିଶୁ ଏବଂ ନାବାଳକ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ବୟସ ୨ ବର୍ଷରୁ ଆରମ୍ଭ କରି ୧୫ ବର୍ଷ ମଧ୍ୟରେ ବୋଲି କୁହାଯାଉଛି। ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ ତଥା ମାତା ପିତାଙ୍କଠାରୁ ଏହା ଆସିଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଛନ୍ତି। ଇତିମଧ୍ୟରେ ୫ ଶହ ୭୬ ଜଣ ଶିଶୁ ଏବଂ ନାବାଳକ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ସ୍ଥାନୀୟ ଏଡସ୍‌ ନିୟନ୍ତ୍ରଣ ସେଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ଶିଶୁ ଏବଂ ନାବାଳକଙ୍କର ରକ୍ତ ନମୂନାର ଯାଞ୍ଚ୍‌ ଜାରି ରହିଛି। ଖୁବ୍‌ ଶୀଘ୍ର ଏଚ୍‌ଆଇଭି ସଂକ୍ରମଣର କାରଣ ଜାଣିବା ପାଇଁ ଅନ୍ତର୍ଜାତୀୟ ଦଳ ପାକିସ୍ତାନ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି।


All Right Reserved By

କୃତ୍ରିମ ଗଳା

ବୈଜ୍ଞାନିକମାନେ ଏବେ ଏକ କୃତ୍ରିମ ଗଳା ବିକାଶ କରିଛନ୍ତି। ଏହା ୦.୬/୧.୨ ଇଞ୍ଚ ଆକାରର ଏହି କୃତ୍ରିମ ଗଳାକୁ ଟେମ୍ପୋରାରି ଟାଟୁ ଭଳି ବେକରେ ଲଗାଇହେବ...

ପଦ୍ମଫୁଲ ଚୋରାଇବାରୁ ବନ୍ଦ କରିଦିଆଗଲା ଚାଇନାର ଇକୋ ପାର୍କ

ବେଜିଂ,୪।୭: ଚାଇନାର ସିଂଚୁଆନ ଅଞ୍ଚଳରେ ତିଆରି ହୋଇଥିବା ଇକୋ ପାର୍କ ଏଠାରେ ଫୁଟୁଥିବା ପଦ୍ମଫୁଲ ପାଇଁ ବେଶ୍‌ ପ୍ରସିଦ୍ଧ। ଦିନକୁ ଅତିକମ୍‌ରେ ୨ଶହରୁ ୩ଶହ ପର୍ଯ୍ୟଟକ...

ମୋଦିଙ୍କ ପାଇଁ ହ୍ୟୁଷ୍ଟନରେ ସ୍ବତନ୍ତ୍ର ‘ନମୋ ଥାଳି’

ଓ୍ବାଶିଂଟନ,୨୨।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ରହଣୀ ସମୟରେ ମୂଳ ଭାରତୀୟ...

ପାକିସ୍ତାନର ରାଧେ ମା’: ବୋହୂ ବେଶରେ ସଜେଇ ହୋଇ ଦେଉଛନ୍ତି ଜ୍ଞାନ

ଇସଲମାବାଦ, ୨୪।୭: ଭାରତରେ ଥିବା ରାଧେ ମା’ଙ୍କ କଥା ଶୁଣିଥିବେ, କିନ୍ତୁ ପାକିସ୍ତାନରେ ମଧ୍ୟ ସେମିତି ଜଣେ ବ୍ୟକ୍ତି ନିଜକୁ ବୋହୂ ବେଶରେ ସଜାଇ ଜ୍ଞାନ...

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଭାରତ ପ୍ରେମ: କହିଲେ, ମୋଦି ଅଛନ୍ତି ତ ସବୁ ସମ୍ଭବ

ନ୍ୟୁୟର୍କ, ୧୩।୬: ଭାରତ ଏବଂ ଆମେରିକା ମଧ୍ୟରେ ଆଗକୁ ସମ୍ପର୍କ ଦୃଢ ହେବା ନେଇ ଆଶାବାଦୀ ଅଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମପିଓ। ଇଣ୍ଡିଆ...

ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ ପଦବୀ: ଦୌଡ଼ରେ ରଘୁରାମ ରାଜନ ଆଗରେ

ଲଣ୍ଡନ,୨୨।୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ନିଯୁକ୍ତ ହେବା ଆଶା ଉଜ୍ବଳ ହୋଇଛି।...

ଆର୍ଥିକ କଟକଣାରୁ ରକ୍ଷା ପାଇବା ପାଇଁ ଆତଙ୍କବାଦୀଙ୍କୁ ଗିରଫ ନାଟକ କରୁଛି ପାକିସ୍ତାନ

ଇସଲାମାବାଦ୍‌, ୧୮।୮: ଆମେରିକା ପକ୍ଷରୁ ପାକିସ୍ତାନ ଉପରେ ଆର୍ଥିକ କଟକଣା ଜାରି କରାଯାଇଛି। ଏଥିରୁ ମୁକ୍ତି ପାଇବା ଲାଗି ପାକିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିବା ନାଟକ...

ପାକିସ୍ତାନ କୂଟନୈତିଜ୍ଞଙ୍କ ନାଲିଆଖି: କହିଲେ ଛାୟା ଯୁଦ୍ଧ କିମ୍ବା ଯୁଦ୍ଧ ଦ୍ୱାରା କଶ୍ମୀର ସମସ୍ୟାର ହେବ ସମାଧାନ

ଇସଲାମାବାଦ୍‌, ୧୭।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ମତିଭ୍ରମ ହେବାରେ ଲାଗିଛି। ସମର୍ଥନ ଯୋଗାଡ଼ କରିବାରେ ଅସଫଳ ହେବା ପରେ ପାକିସ୍ତାନ ଏବେ ବିବାଦୀୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *