Posted inଜାତୀୟ

କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ

ନୂଆଦିଲ୍ଲୀ,୧।୧୨: ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟର ମହାବିକାଶ ଅଘାଡି ସରକାର ଉପରେ ଏବେ ସମସ୍ତଙ୍କ ନଜର। ଏଥିରେ ଏବେ ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବେଳେ ବାଚସ୍ପତି ଆସନ ମିଳିଛି କଂଗ୍ରେସକୁ। ଏହାପରେ କଂଗ୍ରେସ ଦଳ ମଧ୍ୟରେ ଆଲୋଚନା ହେଲାଣି କି ପୁଣିଥରେ କଂଗ୍ରେସର ଅଧ୍ୟକ୍ଷ ପଦରେ ବସି ପାରନ୍ତି ରାହୁଲ ଗାନ୍ଧୀ। ଏହା ପଛରେ କାରଣ ମଧ୍ୟ ରହିଛି। ମହାରାଷ୍ଟ୍ର ସରକାରରେ ବାଲାସାହେବ ଥୋରାଟ ଓ ନୀତୀନ ରାଉତଙ୍କୁ ମନ୍ତ୍ରୀପଦ ମିଳିଛି। ଏହାସହ କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମଧ୍ୟ ବାଚସ୍ପତି ପଦ ମିଳିଛି। କିନ୍ତୁ ପ୍ରଥମରୁ ବାଚସ୍ପତି ପଦ ପାଇଁ ପୃଥ୍ବୀରାଜ ଚୌହାନଙ୍କ ନାଁ ଆଲୋଚନା ହେଉଥିବା ବେଳେ ଶେଷରେ କିନ୍ତୁ ରାହୁଲ, ନାନା ପାଟୋଲେ ଓ ନୀତୀନ ରାଉତଙ୍କୁ ବାଚସ୍ପତି ପଦ ପାଇଁ ବାଛିଥିଲେ। ଆଉ ଏବେ ନାନା ବାଚସ୍ପତି ହୋଇଛନ୍ତି। ଏଥିରୁ ଅନୁମାନ କରାଯାଉଛି କି ଏହାପରେ ହୁଏତ ରାହୁଲ କଂଗ୍ରେସର ମଙ୍ଗ ପୁଣିଥରେ ଧରିପାରନ୍ତି।


All Right Reserved By Dharitri.Com

ରାକ୍ଷୀ ପୂର୍ଣ୍ଣିମାରେ ମହିଳାମାନେ ମାଗଣା ବସ୍‌ ଯାତ୍ରା କରିବେ

ଲକ୍ଷ୍ନୌ,୧୦।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କୁ ବିଶେଷ ଉପହାର ଦେଇଛନ୍ତି। ଉକ୍ତଦିନ ମହିଳାମାନେ ମାଗଣାରେ ବସ୍‌ ଯାତ୍ରା...

ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ସ୍ଥଗିତ

ଶ୍ରୀହରିକୋଟା(ଆନ୍ଧ୍ରପ୍ରଦେଶ), ୧୫ା୭(ପି.ଟି.): ଶେଷ ମୁହୂର୍ତ୍ତରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣକୁ ବାତିଲ କରିଦିଆଯାଇଛି। କେଉଁ କାରଣ ଲାଗି ଏହାକୁ ସ୍ଥଗିତ ରଖାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା...

ଶୈବପୀଠରେ ପୂଜାର୍ଚ୍ଚନା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୧।୨: ମହାଶିବରାତ୍ରୀ ଅବସରରେ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଶୈବ ପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରେ ଜଳାଭିଷେକ କରିବା ସହ ପୁଷ୍ପାଞ୍ଜଳି...

ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ: ମୃତ୍ୟୁସଂଖ୍ୟା ୧୦୦ ଟପିଲା

ଗୁଆହାଟୀ, ୨୧ା୭(ପି.ଟି.) : ଆସାମ୍‌ରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଖେଳାଇଛି। ଶନିବାର ଏଥିରେ ପୁଣି ୪ ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୧୦୧ରେ ପହଞ୍ଚିଛି। ଉଦଲ୍‌ଗୁଡ଼ିି,...

ସମ୍ବିଧାନ ଆଧାରିତ କବିତା ଲେଖି ସମ୍ମାନିତ ହେଲେ ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ, ୩୧।୮: ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ସୁନିଲ କୁମାର ଗୌତମ ସମ୍ବିଧାନ ଆଧାରିତ କବିତା ସଂକଳନ ‘ସମ୍ବିଧାନ କାବ୍ୟ’ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ...

ସ୍ପାଇସ୍‌ ଜେଟ୍‌ ବିମାନରୁ କରୋନା ସନ୍ଦେହରେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ,୧୩।୨: ସ୍ପାଇସ୍‌ ଜେଟ୍‌ ବିମାନରୁ କରେନା ସନ୍ଦେହରେ ଜଣେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି। ବ୍ୟାଙ୍କକରୁ ଦିଲ୍ଲୀ ଆସୁଥିବା ଏସ୍ଜି-୮୮ ବିମାନରେ ଯାତ୍ରୀ ଜଣକ ଥିଲେ। ତାଙ୍କୁ...

ଅନୁମତି ମିଳିଲେ ପ୍ରବାସୀ ଶ୍ରମିକଙ୍କ ବ୍ୟାଗ୍‌ ବୋହିବାକୁ ମଧ୍ୟ ପ୍ରସ୍ତୁତ: ରାହୁଲ ଗାନ୍ଧୀ

ଲକ୍ଷ୍ନୌ,୨୬।୫: ଦେଶରେ ଦେଖାଦେଇଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଙ୍ଗଳବାର ଏକ ଗଣମାଧ୍ୟମ ସମ୍ମିଳନୀରେ...

ଲୋକସଭାରେ ହଙ୍ଗାମା ପରେ କଂଗ୍ରେସର ୭ଏମ୍‌ପିଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୫।୩: ସଂସଦରେ ଲଗାତାର ହେଉଥିବା ହଟ୍ଟଗୋଳ ଯୋଗୁ ଲୋକ ସଭା ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର କଂଗ୍ରେସର ୭ଜଣ ଏମ୍‌ପିଙ୍କୁ ଲୋକ ସଭା...

Leave a comment

Your email address will not be published. Required fields are marked *