ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲ କାଠରେ ନିର୍ମିତ ହେଲା ୨୦୨୦ ଟୋକିଓ ଅଲମ୍ପିକ୍‌ ମୁଖ୍ୟ ଷ୍ଟାଡ଼ିୟମ୍‌: ଏକକାଳୀନ ବସି ପାରିବେ ୬୦ ହଜାର ଦର୍ଶକ

ଟୋକିଓ,୧।୧୨: ଜାପାନରେ ୨୦୨୦ ଟୋକିଓ ଅଲମ୍ପିକ୍‌ ହେବ। ଏଥିପାଇଁ ମୁଖ୍ୟ ଷ୍ଟାଡ଼ିୟମ୍‌ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି। ଷ୍ଟାଡ଼ିୟମ୍‌ ନିର୍ମାଣରେ ୮୭ ପ୍ରତିଶତ କାଠର ବ୍ୟବହାର ହୋଇଛି। ଏସବୁ ୨୦୧୧ ସୁନାମୀରେ ନଷ୍ଟ ହୋଇଥିବା ଜାପାନର ୪୭ ପ୍ରତିଶତ ଜଙ୍ଗଲରୁ ସଂଗୃହୀତ ହୋଇଛି। ମୋଟ ୨ ହଜାର ଘନ ମିଟର ଦେବଦାରୁ କାଠର ବ୍ୟବହାର କରାଯାଇଥିବା କୁହାଯାଉଛି। ୫ ମହଲା ବିଶିଷ୍ଟ ମୁଖ୍ୟ ଷ୍ଟାଡ଼ିୟମ୍‌ ନିର୍ମାଣରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୬୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ। ଷ୍ଟାଡ଼ିୟମ୍‌ରେ ୧୮୫ଟି ବଡ଼ ଫ୍ୟାନ୍‌ ଏବଂ ୮ଟି କୁଲିଂ ନୋଜଲ୍‌ ଲଗାଯାଇଛି। ଏଠାରେ ୨୦୨୦ ଜାନୁୟାରୀ ୧ରେ ଏମ୍ପରର୍‌ ଫୁଟବଲ ମ୍ୟାଚ୍‌ ଖେଳାଯିବ। ଆସନ୍ତା ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଏଠାରେ ଅଲମ୍ପିକ୍‌ ହେବ। ଏହାପରେ ୨୫ ଅଗଷ୍ଟରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ପାରା ଅଲମ୍ପିକ୍‌ ଖେଳ ଆୟୋଜିତ ହେବ ବୋଲି କୁହାଯାଉଛି।


All Right Reserved By Dharitri.Com

ପତଳା ହେବାର ସୁଯୋଗ ଉଠାଇ ଜେଲ୍‌ର ବନ୍ଦୀଶାଳାରୁ ଖସିପଳାଇଲେ କଏଦୀ

ସୁକ୍ରେ,୧୨।୭: ବଲିଭିଆରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଲିସ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଜେଲ୍‌କୁ ପଠାଇଥିଲା। ଆଉ ସେଠାରେ...

ଆମେରିକାରେ ଇମ୍ରାନଙ୍କୁ ସ୍ବାଗତ କରିବାକୁ କେହି ଆସିଲେନି: ମେଟ୍ରୋ ଟ୍ରେନରେ କଲେ ଯାତ୍ରା

ଓ୍ବାଶିଂଟନ୍‌, ୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତିନିଦିବସୀୟ ଆମେରିକା ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କ ହଟହଟା ହେବାକୁ ପଡିଛି। ଆମେରିକାର କୌଣସି...

ପ୍ରଶାସନକୁ ବିରୋଧ କଲା ଗଣମାଧ୍ୟମ: ସମସ୍ତ ଖବର କାଗଜର ସୋମବାର ସଂସ୍କରଣର ମୁଖ୍ୟ ପୃଷ୍ଠା କଳାରଙ୍ଗରେ ହେଲା ଛପା

ମେଲବୋର୍ନ,୨୧।୧୦: ଅଷ୍ଟ୍ରେଲିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଦେଶର ସମସ୍ତ ଖବର କାଗଜର ସୋମବାର ସଂସ୍କରଣର ମୁଖ୍ୟ ପୃଷ୍ଠା କଳା ରଙ୍ଗରେ ଛପା ହୋଇଛି।...

ଡେଜର୍ଟ ଗାର୍ଡେନ

ଆଡେନ: ବଦଳୁଛି ଗାର୍ଡେନିଂର ଟ୍ରେଣ୍ଡ। ରୁଫ୍‌ ଗାର୍ଡେନ, କିଚେନ ଗାର୍ଡେନ ପରେ ଏହି ଧାରାରେ ଯୋଡ଼ି ହୋଇଛି ‘ଡେଜର୍ଟ ଗାର୍ଡେନ’। ଏପରି ବଗିଚା ମରୁଭୂମିରେ ଫସଲ...

ଇରାକ ପାର୍ଲାମେଣ୍ଟରେ ସହମତି: ବିଦା ହେବେ ଆମେରିକା ସୈନ୍ୟ

ବେରୁଟ,୬ା୧(ଏପି): ଇରାକରୁ ଆମେରିକା ସୈନ୍ୟଙ୍କୁ ବିଦା କରାଯିବ। ଦେଶରୁ ଆମେରିକା ସେନାକୁ ବିତାଡ଼ିତ କରିବା ପାଇଁ ରବିବାର ଇରାକ ପାର୍ଲାମେଣ୍ଟରେ ସହମତି ପ୍ରକାଶ ପାଇଛି। ପାର୍ଲାମେଣ୍ଟ...

ଓସ୍କାର ଦୌଡ଼ରେ ଆଗରେ ‘ଜୋକର’

ଲସ୍‌ ଏଞ୍ଜେଲସ,୧୪ା୧: ବହୁଚର୍ଚ୍ଚିତ ଏବଂ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସା ସାଉଁଟି ଥିବା ଜୋକ୍ୱିନ ଫିନିକ୍ସଙ୍କ ଅଭିନୀତ ଫିଲ୍ମ ଜୋକର ୯୨ତମ ଓସ୍କାର ପୁରସ୍କାର ଦୌଡ଼ରେ ସବୁଠୁ...

କରୋନା ସଂକ୍ରମିତଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ କଲା ଚାଇନା

ବେଜିଂ,୪।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନାରେ ଏବେ ପ୍ରାୟ ୬୦ ହଜାର ଲୋକଙ୍କ ଜୀବନ...

କୁକୁର କାମୁଡ଼ାରେ ପ୍ରତିବର୍ଷ ଭାରତରେ ୨୦ ହଜାର ଲୋକଙ୍କ ହେଉଛି ମୃତ୍ୟୁ

ଜେନେଭା/ନୂଆଦିଲ୍ଲୀ,୩୦।୯: ପ୍ରତିବର୍ଷ ଭାରତରେ କୁକୁର କାମୁଡ଼ାରେ ୨୦ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ସଂଖ୍ୟା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟାଠାରୁ ଢ଼େର...

Leave a comment

Your email address will not be published. Required fields are marked *