ଲାଞ୍ଚ ମାମଲା: ପୂର୍ବତନ ଆର୍‌ଆଇଙ୍କୁ ୨ ବର୍ଷ ଜେଲ

ବାରିପଦା ଅଫିସ,୧।୧୨- ମୟୁରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଶରତ କୁମାର ଦେହୁରୀ ଶନିବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ ସହ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ମକଦ୍ଦମା ବିବରଣୀ ଅନୁଯାୟୀ
ମୋରଡା ତହସିଲ ଅଧୀନ ପଳାସିଆ ଗ୍ରାମର ଭୂମିହୀନ ମହିଳା ସ୍ବାଧୀନ ମହାନ୍ତ ଜମି ପାଇବା ପାଇଁ ଗତ ୨୦୧୨ ଡିସେମ୍ବର ପହିଲାରେ ମୋରଡା ତହସିଲକୁ ଆବେଦନ କରିଥିଲେ । ଆରଆଇ ଉମାକାନ୍ତ ମଲ୍ଲିକ ତାଙ୍କୁ ଏଥିଲାଗି ୩ ହଜାର ଟଙ୍କା ଦାବି କରିଥିଲେ । ପରେ ୨ ହଜାର ଟଙ୍କାରେ ମୂଳଚାଲ ହୋଇଥିଲା । ଏନେଇ ସ୍ବାଧୀନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସେହିମାସ ୨୨ ତାରିଖରେ ଚଢାଉ କରାଯାଇଥିଲା। ଆରଆଇ ମଲ୍ଲିିକ ଲାଞ୍ଚ ନେଉ ଥିବା ବେଳ ତାଙ୍କୁ ଧରି ଗିରଫ କରା ଯାଇଥିଲା ।


All Right Reserved By Dharitri.Com

ବିଜେଡିର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ: ‘ପରାଜୟର କାରଣ ଗୋଷ୍ଠୀ କନ୍ଦଳ’

ବାରିପଦା ଅଫିସ,୮ା୯- ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ନିର୍ବାଚନୀ ଫଳାଫଳ ଭଲ କରୁଥିବା ବେଳେ ମୟୂରଭଞ୍ଜ ଜିଲାରେ କିନ୍ତୁ ଓଲଟା। ଜିଲାରେ ତୃଣମୂଳସ୍ତରରେ ଭାଜପାର...

ଅମ୍ଫନ୍‌ର ପ୍ରଭାବ: ୨୪ ଘଣ୍ଟା ଧରି ବନ୍ଦ ରହିଛି ବିଦ୍ୟୁତ୍‌ ସରବରାହ

ଚିତ୍ରଡ଼ା,୨୧ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ବାତ୍ୟା ଅମ୍ପନ୍‌ର ପ୍ରଭାବ ବୁଧବାର ଦେଖିବାକୁ ମିଳିଥିଲା। ଫଳରେ ବିଭିନ୍ନ ଘର କ୍ଷତିଗ୍ରସ୍ତ ହେବା ସହ ଗଛ ଏବଂ...

ମୟୂରଭଞ୍ଜ ସରକାରୀ ଠିକାଦାର ସଂଘର ବିକ୍ଷୋଭ

ବାରିପଦା ଅଫିସ,୨ା୧୧- ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆହ୍ବାନ କ୍ରମେ ମୟୂରଭଞ୍ଜ ସରକାରୀ ଠିକାଦାର ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଶୁକ୍ରବାର ବାରିପଦାସ୍ଥିତ...

ପଲ୍ୟୁସନ ଟେଷ୍ଟିଂ ଗାଡ଼ିିକୁ ହଟାଇଲେ ଲୋକେ

ବାରିପଦା ଅଫିସ,୧୧ା୯- ନୂତନ ମୋଟରଯାନ ଆଇନରେ ପରିବର୍ତ୍ତନ ହେବା ପରେ ଜରିମାନା ଭୟରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ରାଜ୍ୟ ସରକାର ଲୋକଙ୍କ...

ଉଦଳାରେ ଡେଙ୍ଗୁ ରୋଗୀ ଚିହ୍ନଟ

ଉଦଳା,୪ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଞ୍ଚଳରେ ଜଣେଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଜଣକ ଏବେ ବାରିପଦା ପିଆରଏମ୍‌ ମେଡିକାଲରେ ଚିକିତ୍ସା ନିମନ୍ତେ...

ଆରମ୍ଭ ହେଲା ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା

ବଡ଼ସାହି,୧୦ା୨(ସ୍ବ.ପ୍ର)- ଉତ୍ତର ଓଡିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାରଠାରୁ ଆରମ୍ଭ ହୋଇଛି। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୂଜା...

ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ

ଠାକୁରମୁଣ୍ଡା,୨୩ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷଦା ଗ୍ରାମରେ ଥିବା ମା’ ଅମ୍ବିକା ଏଲ.ଏମ.ବାଳିକା ଉଚ୍ଚ ବିଦ୍ୟାଳୟରେ ରବିବାର ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ...

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ଘଟଣା: ୨ କନ୍‌ଷ୍ଟେବଳ ନିଲମ୍ବିତ

ବାରିପଦା ଅଫିସ,୨ା୧୦- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତ ରବିବାର ଚମ୍ପଟ ମାରିଥିଲେ। ଏହି ଘଟଣାରେ ଦାୟିତ୍ୱରେ ଅବହେଳା...

Leave a comment

Your email address will not be published. Required fields are marked *