କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନୟାଗଡ଼ ଜିଲା ପରିଦର୍ଶନ

ନୟାଗଡ଼ ଅଫିସ,୧ା୧୨-କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ଶନିବାର ନୟାଗଡ଼ ଜିଲା ଗସ୍ତ କରିଥିଲେ। ପ୍ରଥମେ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଜିଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଜିଲାର ସମସ୍ତ ବିଭାଗଗୁଡ଼ିକର କାର୍ଯ୍ୟାବଳୀର ସମୀକ୍ଷା କରିବା ସହିତ ଅବଶିଷ୍ଟ ଥିବା ବିଭିନ୍ନ ମାମଲାଗୁଡ଼ିକର ତୁରନ୍ତ ଫଇସଲା କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ବିଶେଷ କରି ଇ-ଅଭିଯୋଗ, ୫-ଟି ଏବଂ ରାଜସ୍ବ ଉପରେ ସମୀକ୍ଷା କରି ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଜିଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ଜିଲାସ୍ତରୀୟ ସମସ୍ତ ଅଧିକାରୀ ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିଥିଲେ ା ଏହା ପରେ ଆୟୁକ୍ତ ସାମଲ ସମର୍ପଣ ଅନୁଷ୍ଠାନକୁ ଯାଇ ଅନ୍ତେବାସୀମାନଙ୍କୁ ସାକ୍ଷାତ କରିଥିଲେ ଏବଂ ଉକ୍ତ ଅନୁଷ୍ଠାନକୁ ୮ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ ା ସେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ଖାଦ୍ୟର ମାନ ଦେଖିବା ସହିତ ପାମ୍ପଡ଼ ଦିଆଯିବା ଘଟଣାକୁ ପ୍ରଶଂସା କରିଥିଲେ।


All Right Reserved By Dharitri.Com

କଣ୍ଟିଲୋରେ ଝୁଲଣ ଯାତ୍ରା ଆରମ୍ଭ : ସଂକୀର୍ତ୍ତନ କରି ଠାକୁରଙ୍କୁ ଝୁଲାଇଲେ ଭକ୍ତ

ଖଣ୍ଡପଡ଼ା,୧୨ା୮(ସ୍ବ.ପ୍ର.) : ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ଜୀଉ ପୀଠ, ରାଧାମୋହନ ଜୀଉ ମଠ, ଠାକୁର ଅଭିରାମ ପରମହଂସ ଦେବଙ୍କ...

ବାଇକ୍‌ ଧକ୍କାରେ କାଉଡିଆ ଗୁରୁତର: ଘଟଣାକୁ କେନ୍ଦ୍ରକରି ବଚସା, ରାସ୍ତାରୋକୋ

ଓଡ଼ଗାଁ,୧୧ା୮(ସ୍ବ.ପ୍ର.): ଶନିବାର ଓଡଗାଁ ଥାନା ଅଞ୍ଚଳରେ ବାଇକ୍‌ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ରକରି ବଚସା ଓ ରାସ୍ତାରୋକୋ ହୋଇଥିଲା। ଅପରାହ୍ନରେ ଓଡ଼ଗାଁ...

ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ନନ୍ଦ, ଯଶୋଦା, କୃଷ୍ଣ, ବଳରାମ ବେଶରେ ଗ୍ରାମ ପରିକ୍ରମା

ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କଣ୍ଟିଲୋ ନିକଟ ପଥରଚକଡା ତଳସାହି ଓ ବଡସାହି ଗୋପାଳ ସମାଜ ପକ୍ଷରୁ ବନ୍ଦାଣ ଉତ୍ସବ ପାଳନ କରାଯାଇଛି । ସମାଜର ବେହେରା...

ଆବାସ ହିତାଧିକାରୀଙ୍କ ଅନୁଦାନ ହଡପ : ସମ୍ପୂର୍ଣ୍ଣ ହୋଇପାରୁନି ଗୃହ, ରାସ୍ତାକଡରେ ପରିବାର

ନୂଆଗାଁ,୧୨ା୮ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତ ମଣିଆକୋଟ ଗ୍ରାମର ଜଣେ ହିତାଧିକାରୀଙ୍କ ଆବାସ ଅନୁଦାନ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏଣେ...

ନିୟମିତ ବସୁନି ପଞ୍ଚାୟତ ସମିତି ଅଧିବେଶନ: ୨ ମାସ ବଦଳରେ ବର୍ଷ ବର୍ଷ ବିତିଯାଉଛି

ନୟାଗଡ଼ ଅଫିସ,୧୧ା୮: ନୟାଗଡ଼ ଜିଲାରେ ଥିବା ୮ ପଞ୍ଚାୟତ ସମିତିରେ ଠିକ୍‌ ସମୟରେ ଅଧିବେଶନ ବସୁନାହିଁ। କେଉଁଠି ୬ ମାସ ତ ଆଉ କେଉଁଠି ବର୍ଷ...

ନୌସେନା ପକ୍ଷରୁ ଚିଲିକାରେ ନୌଚାଳନା ପ୍ରତିଯୋଗିତା: ତଟ ସୁରକ୍ଷାରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କମୋଡ଼ର ଋତୁରାଜ

ବାଲୁଗାଁ,୧୮ା୧୧(ଡ଼ି.ଏନ.ଏ.): ଚିଲିକା ତଥା ସମୁଦ୍ର ତଟ ସୁରକ୍ଷା ଦିଗରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳପଥରେ ସେମାନେ ହେଲେ କର୍ଣ୍ଣଧାର ତଥା ଆଖି ଓ କାନ ସଦୃଶ।...

ଚିନିକଳ ପୁନଃ ଚାଲୁ ଦାବିରେ ନୟାଗଡ଼ରେ ବନ୍ଦ ପାଳନ

ନୟାଗଡ଼ ଅଫିସ,୬।୩: ଚିନିକଳ ପୁନଃ ଚାଲୁ ଦାବିରେ ଶୁକ୍ରବାର ନୟାଗଡ଼ରେ ବନ୍ଦ ପାଳନ ହୋଇଛି । ଆନ୍ଦୋଳନକାରୀମାନେ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥର ନୟାଗଡ଼ ଟାଉନ...

ଖବରଦାତା-ଆଇନଜୀବୀ ମୁହଁ।ମୁହିଁ ଭିଡିଓ ଭାଇରାଲ ଘଟଣା: ଥାନାରେ ମାମଲା ରୁଜୁ

ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ଜିଲା ଖଣ୍ଡପଡ଼ା କୋର୍ଟ ପରିସରରେ ଗୁରୁବାର ଜଣେ ଖବରଦାତା ଓ ଜଣେ ଆଇନଜୀବୀଙ୍କ ମଧ୍ୟରେ ମୁହଁ।ମୁହିଁ ହୋଇଥିବାର ଭିଡିଓ ଭାଇରାଲ୍‌ ହୋଇଛି।...

Leave a comment

Your email address will not be published. Required fields are marked *