ବାଇକ୍‌ ଡିକିରୁ ୪୭ ହଜାର ଲୁଟ୍‌

ବଡ଼ସାହି,୩୦।୧୧(ସ୍ବ.ପ୍ର.) : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ନିକଟରୁ ଦୁର୍ବୃତ୍ତମାନେ ଶନିବାର ପୂର୍ବାହ୍ନରେ ଗାନ୍ଧୀଛକ ନିକଟ ଏମ୍‌ସିସି ବ୍ୟାଙ୍କ ସମ୍ମୁଖରୁ ବାଇକ ଡିକି ଭାଙ୍ଗି ୪୭ ହଜାର ଟଙ୍କା ଲୁଟ୍‌ କରିନେଇଛନ୍ତି। ଏ ନେଇ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଅବସରପ୍ରାପ୍ତ ସ୍କୁଲ ଅନୁନୀରିକ୍ଷକ ବଙ୍କିମ ବିହାରୀ ପାତ୍ର ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ୪୭ ହଜାର ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖିଥିଲେ। ସେଠାରୁ ଆସି ଗାନ୍ଧିଛକ ନିକଟରେ ଥିବା ଏମ୍‌ସିସି ବ୍ୟାଙ୍କ ସମ୍ମୁଖରେ ବାଇକ୍‌ ରଖି ମୋବାଇଲରେ କଥା ହେଉଥିବା ସମୟରେ ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଡିକିରୁ ହ୍ୟାଣ୍ଡ୍‌ବ୍ୟାଗ୍‌ଟି ଲୁଟି ନେଇଥିଲେ। କିଛି ସମୟ ପରେ ଦୋକାନରେ ଟଙ୍କା ଦେବାକୁ ସେ ଡିକି ଖୋଲିବାକୁ ଚେଷ୍ଟା କରିଥିଲେ ହେଁ ଖୋଲି ନ ଥିଲା।ଗ୍ୟାରେଜ୍‌ରେ ଡିକିକୁ ଖୋଲି ଦେଖିବା ପରେ ଟଙ୍କା ବ୍ୟାଗ୍‌ ନ ଥିବା ଦେଖିଥିଲେ। ଏନେଇ ଥାନାରେ ଜଣାଇଥିଲେ। ବ୍ୟାଗ୍‌ ଭିତରେ ବିଭିନ୍ନ ବ୍ୟାଙ୍କ୍‌ର ପାସ୍‌ବୁକ, ଚେକ୍‌ ବୁକ୍‌, ବାଇକ୍‌ର କାଗଜପତ୍ର ଓ ଦରକାରୀ କାଗଜପତ୍ର ରହିଛି।


All Right Reserved By Dharitri.Com

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଦିଗପହଣ୍ଡି,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ସୁବର୍ଣ୍ଣଗଡ଼ – ଡିମାପଲ୍ଲୀ ଗଁା ନିକଟ ନାଳକଡରୁ ରବିବାର ଏକ ଯୁବକଙ୍କ କ୍ଷତାକ୍ତ ମୃତଦେହ...

ଭଏସ୍‌ ଅଫ ନୟାଗଡ଼ ସିଜିନ୍‌ ୨: ବାଜି ମାରିଲେ ମୋନାଲିସା

ନୟାଗଡ଼ ଅଫିସ,୯ା୧୨: ଜିଲାର ଯୁବ କଣ୍ଠଶିଳ୍ପୀଙ୍କୁ ଲୋକଲୋଚନ ଆଣିବା ଲକ୍ଷ୍ୟରେ ନୟାଗଡ଼ କ୍ଲବ ପକ୍ଷରୁ ଆୟୋଜିତ ଭଏସ୍‌ ଅଫ ନୟାଗଡ଼ ସିଜିନ୍‌-୨ରେ ମୋନଲିସା ସ୍ବାଇଁ ବାଜି...

ଉପାନ୍ତ ସହରର ଆକର୍ଷଣ ପ୍ରେମ ପାହାଡ଼

ରାୟଗଡ଼ା ଜିଲାର ୩୫ଟି ସ୍ଥାନକୁ ଚିହ୍ନଟ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଜିଲା ପ୍ରଶାସନ ପର୍ଯ୍ୟଟନ ବିଭାଗକୁ ଯେଉଁ ପ୍ରସ୍ତାବ ତାଲିକା ପଠାଇଛନ୍ତି ସେଥିରେ ପ୍ରେମ...

ସର୍ବଭାରତୀୟ ଭଲିବଲ୍‌ ପ୍ରତିଯୋଗିତାରେ ଗଜପତିର ୨ ଛାତ୍ର

ପାରଳାଖେମୁଣ୍ଡି,୪ା୧(ସ୍ବ.ପ୍ର.) ଗଜପତି ଜିଲା ଗୋଷାଣୀ ବ୍ଲକ୍‌ ଅଧୀନ ଗାରାବନ୍ଧସ୍ଥିତ ଭେଙ୍କେଟେଶ୍ୱର ହାଇସ୍କୁଲ୍‌ର ୨ଛାତ୍ର ସର୍ବଭାରତୀୟ କନିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି। ଉକ୍ତ ଦୁଇ...

ଅନୁଗୋଳ ପୁଅକୁ ଆମେରିକା ଡାକରା; ଶୁଭ୍ରାଂଶୁଙ୍କ ‘ମାଭିକ୍‌’ ଡ୍ରୋନ୍‌କୁ ନାସା କହିଲା ମିରାକିଲ୍‌

ଅନୁଗୋଳ ଅଫିସ, ୪।୧୧:  ୨୪ ଘଣ୍ଟା ଆକାଶରେ ଉଡ଼ାଣ କରିପାରିବ। ୧୫ କେଜିର ଫାଷ୍ଟଏଡ୍‌ ନେଇ ତୁରନ୍ତ ଅପହଞ୍ଚ ଅଞ୍ଚଳର ଗୁରୁତର କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ପହଞ୍ଚାଇ...

ମତ୍ସ୍ୟଜୀବୀଙ୍କୁ ସତର୍କ କରାଗଲା

ପୁରୀ ଅଫିସ, ୯ା୧୧: ଫନୀର ତାଣ୍ଡବକୁ ସମ୍ପୂର୍ଣ୍ଣ ଭାବେ ଭୁଲି ପାରି ନ ଥିବା ପୁରୀବାସୀ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। ଯଦିଓ...

କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ: ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା ଅଫିସ,୧୮।୯: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଣିକୁଣ୍ଡ ଛକରେ ଘଟିଥିବା ଗୁଳିକାଣ୍ଡରେ ବୁଧବାର ସକାଳେ ଜଣେ ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ...

ବରୀ ନିର୍ବାଚନମଣ୍ଡଳୀରୁ ଯୋଗଦେବେ ୩୦୦୦କର୍ମୀ

ରସୁଲପୁର,୨୯।୨(ଡିଏନଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ୫ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସଭାବେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ...

Leave a comment

Your email address will not be published. Required fields are marked *