Posted inଜାତୀୟ

କୁଲଗ୍ରାମ୍‌ରେ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୯।୫: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ସ୍ଥାନୀୟ ମହମ୍ମଦପୋରା ଏବଂ ତାଜିପୋରାରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ୯ ଆର୍‌ଆର୍‌, ସିଆର୍‌ପିଏଫ୍‌ ୧୮ ବାଟାଲିୟନ୍‌ ଏବଂ ଏସ୍‌ଓଜି ଯବାନ ଘେରାବନ୍ଦୀ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଥିବା କୁହାଯାଉଛି।


All Right Reserved By

ପଶ୍ଚିମବଙ୍ଗ ହିଂସା: ୫୦ ଜୀବନ୍ତ ବୋମା ଉଦ୍ଧାର କଲା ପୋଲିସ

କୋଲକାତା,୨୪।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ନିକଟରୁ ପୋଲିସ ସୋମବାର ୫୦ଟି ଜୀବନ୍ତ ବୋମା ଉଦ୍ଧାର କରିଥିବା ସୂଚନା ମିଳିଛି। ଭାତପରା ପୋଲିସ ଷ୍ଟେଶନ ଅଧିନରେ...

ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କୁ ରକ୍ତଭରା ବିୟର୍‌ ବୋତଲ ପଠାଇଲେ ପ୍ରେମିକ

ଚେନ୍ନାଇ,୩୦।୮: ତାମିଲନାଡୁର ନଙ୍ଗନଲୁରରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ହାତ କାଟି ଆତ୍ମହତ୍ୟା କରିଛନ୍ତି। ଏହାପୂର୍ବରୁ ସେ ଏକ ବିୟର୍‌ ବୋତଲରେ...

ଗ୍ରାମାଞ୍ଚଳରେ କାମ କରିବାକୁ ରାଜି ନ ହେଲେ ଡାକ୍ତରଙ୍କୁ ଭୋଗିବାକୁ ପଡିବ ୫ ବର୍ଷ ଜେଲ୍‌

ମୁମ୍ବାଇ,୧୦।୯: ମହାରାଷ୍ଟ୍ର ସରକାର ଏବେ ଡାକ୍ତରମାନଙ୍କ ପାଇଁ କଡାକଡି ନିୟମ କରିଛନ୍ତି। ଗ୍ରାମାଞ୍ଚଳରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବଢିଯାଉଥିବା ଦୂରତାକୁ କମ୍‌ କରିବାକୁ ଏଭଳି...

ବିବାହ ବେଦିରେ ପିତାଙ୍କ ମୃତଦେହ ରଖି ୭ ଘେରା ବୁଲିଲେ ପୁଅ

ଚେନ୍ନାଇ, ୧୨।୮: ତାମିଲନାଡୁର ବିଲ୍ଲୁପୁରମ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ପିତାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବେଦି ଉପରେ ରଖି ୭ ଘେରା...

ନିର୍ବାଚନ ବେଳେ ୩,୪୪୯ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ,୨୦।୫(ପି.ଟି.): ଲୋକ ସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୩୪୪୯.୧୨ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ,...

ପୁଣି ଗୋଟିଏ ଦିନ ଘୁଞ୍ଚିଲା କର୍ନାଟକ ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୬।୭: କର୍ନାଟକର ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି ଆସନ୍ତା ବୁଧବାରକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ବୁଧବାର ସକାଳ ୧୦ଟା ୩୦ରେ ଏହି ମାମଲର ଶୁଣାଣି କରାଯିବ।...

ବିବାହ ନିମନ୍ତ୍ରଣ କାର୍ଡରେ ନିଶା ନିବାରଣ ପାଇଁ ସଚେତନତା ବାର୍ତ୍ତା

ଜୟପୁର,୨।୭: ନିଶା ନିବାରଣ ପାଇଁ ସରକାର ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦେଶରେ ନାନା ଅଭିଯାନ ଜାରି ରହିଛି। ତେବେ ରାଜସ୍ଥାନର ଭିୟାଡ୍‌ ଗାଁ ଏହି...

ଦିଲ୍ଲୀରେ ଅଟୋ ଡ୍ରାଇଭର-ପୋଲିସ ମୁହାଁମୁହିଁ: ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କିଛି ପୋଲିସ କିଛି ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *