ବୁଥ୍‌ ବାହାରେ କଂଗ୍ରେସ ପ୍ରାର୍ଥୀଙ୍କ ଦାଦାଗିରି

ରାଞ୍ଚି,୩୦।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟର ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଏଠାରେ ୧୩ଟି ଆସନ ପାଇଁ ପ୍ରାୟ ୪,୮୯୨ଟି କେନ୍ଦ୍ରରେ ମତଦାନ ଚାଲିଛି। ଏହାରି ଭିତରେ ପଲାମୁ ଜିଲାର କୋସିୟାରା ଗାଁର ଏକ ମତଦାନକେନ୍ଦ୍ର ବାହାରେ କଂଗ୍ରେସ ଓ ଭାଜପା ସମର୍ଥକ ମୁହାଁମୁହିଁ ହୋଇଥିଲେ। ସେହି ସମୟରେ କଂଗ୍ରେସର ପ୍ରାର୍ଥୀ କେ.ଏନ୍‌ ତ୍ରୀପାଠି ହାତରେ ବନ୍ଧୁକ ଧରି ସମସ୍ତଙ୍କୁ ଭୟଭୀତ କରାଇଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଭାଜପାର ସମର୍ଥକମାନେ ବୁଥ୍‌ ଭିତରକୁ ଯିବା ପାଇଁ ତ୍ରୀପାଠିଙ୍କୁ ଅଟକାଇଥିଲେ। ଏହାପରେ ଦୁଇ ଦଳ ମଧ୍ୟରେ ବଚସା ହେବା ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପରେ ତ୍ରୀପାଠି ହାତରେ ବନ୍ଧୁକ ଧରି ସମସ୍ତଙ୍କୁ ଭୟଭୀତ କରାଉଥିବା ବେଳେ ସେଠାରେ ସୁରକ୍ଷାକର୍ମୀ ପହଞ୍ଚି ମାମଲାକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣାରେ ନିର୍ବାଚନ କମିଶନର ଅବଗତ ହେବା ସହ ଜିଲା ପ୍ରଶାସନକୁ ଏନେଇ ରିପୋର୍ଟ ତଲବ କରିଛନ୍ତି।


All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଆଗରେ ଛିଡ଼ା ହେବାର ସାହସ ମୋଦିଙ୍କର ନାହିଁ: ରାହୁଲ

ନୂଆଦିଲ୍ଲୀ,୧୩।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଆଗରେ ଛିଡ଼ା ହେବାର ମୋଦିଙ୍କ ସାହସ...

ନିଖୋଜ ବାୟୁସେନା ବିମାନର ବ୍ଲାକ୍‌ବକ୍ସ ମିଳିଲା:ସମସ୍ତ ୧୩ ଯାତ୍ରୀ ମୃତ

ନୂଆଦିଲ୍ଲୀ,୧୪ା୬:ନିଖୋଜ ବାୟୁସେନା ବିମାନ ଏନ୍‌-୩୨ର ଭଗ୍ନାବଶେଷ ଅରୁଣାଚଳର ଏକ ଘଞ୍ଚ ଜଙ୍ଗଲଘେରା ପାର୍ବତ୍ୟାଞ୍ଚଳରୁ ମିଳିଛି। ତେବେ ଏଥିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀ ପ୍ରାଣ...

‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ମନ୍ତ୍ରରେ ସରକାର କାମ କରୁଛନ୍ତି: ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧: ଶୁକ୍ରବାର ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହାପୂର୍ବରୁ ସେଣ୍ଟ୍ରାଲ ହଲ୍‌ରେ ଉଭୟ ଗୃହକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ଭାରତ...

ରାଜନୀତିକୁ ଅପରାଧମୁକ୍ତ କରାଯାଉ

ନୂଆଦିଲ୍ଲୀ,୨୫ା୧,(ପି.ଟି./ଆଇଏଏନ୍‌ଏସ୍‌) : ଆପରାଧିକ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କୁ ରାଜନୀତିରୁ ବାହାର କରାଯିବ। ସେମାନଙ୍କ ଉପସ୍ଥିତି ରାଜନୈତିକ ବାତାବରଣକୁ କଳୁଷିତ କରିବାରେ ଲାଗିଛି। ଏଥିପାଇଁ ରାଜନୀତିର ଅପରାଧୀକରଣକୁ ନେଇ...

ଜେଲ ଗଲେ ଭୀମ୍‌ ଆର୍ମି ମୁଖ୍ୟ

ନୂଆଦିଲ୍ଲୀ, ୨୨ା୧୨(ପି.ଟି.): ସିଏଏକୁ ବିରୋଧ କରି ଦେଶରେ ପ୍ରତିବାଦର ସ୍ବର ବଢ଼ିବାରେ ଲାଗିଥିବାବେଳେ ଶନିବାର ଦିଲ୍ଲୀ ପୋଲିସ ବିକ୍ଷୋଭରତ ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ...

ରାଞ୍ଚିରେ ଯୋଗ କରିବେ ମୋଦି

ରାଞ୍ଚି,୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ରାଞ୍ଚିଠାରେ ଯୋଗ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି। ଶୁକ୍ରବାର...

ଅରୁଣ ଜେଟଲୀ: ଛାତ୍ରନେତାରୁ ଅର୍ଥମନ୍ତ୍ରୀ; ୪୫ ବର୍ଷର ରାଜନୈତିକ ଜୀବନ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ପରଲୋକ ହୋଇଛି। ୧୯୫୨ ଡିସେମ୍ବର ୨୮ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରତ୍ନପ୍ରଭା ଏବଂ...

ବର୍ଦ୍ଧିତ ପିଆଜ ଦରକୁ ନେଇ ବୈଠକ ଡକାଇଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ,୧୧।୧୨: ଲଗାତାର ଭାବେ ପିଆଜ ଦର ହ୍ରାସ ହେଉ ନ ଥିବା ବେଳେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବିଭିନ୍ନ ସହରରେ ପିଆଜ...

Leave a comment

Your email address will not be published. Required fields are marked *