ଟ୍ରେନ୍‌ ଧକ୍କାରେ ଛାତ୍ର ମୃତ: ବିଦ୍ୟାଳୟ ଫାଟକ ବନ୍ଦ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ବାରିପଦା ଅଫିସ,୩୦।୧୧: ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟ ମଛପଦା ଲେବଲ କ୍ରସିଂ ନିକଟରେ ଶନିବାର ଭୋର ସମୟରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଟ୍ରେନ୍‌ ଲାଇନ୍‌ କଡ଼ରେ ମୃତଦେହ ପଡ଼ିଥିବାରୁ ତାଙ୍କୁ ଟ୍ରେନ୍‌ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ମୃତଛାତ୍ରଜଣଙ୍କ ହେଲେ ଗୋପବନ୍ଧୁ ଶିକ୍ଷା ନିକେତନର ଦଶମ ଶ୍ରେଣୀ ଛାତ୍ର ବିଜୟ ନାୟକ। ତାଙ୍କ ଘର କୁଳିଅଣା ଥାନା ଖାଣ୍ଡିଆ ଅଞ୍ଚଳରେ ହୋଇଥିବା ବେଳେ ସେ ହଷ୍ଟେଲରେ ରହି ପଢ଼ୁଥିଲେ। ତାଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ବିଦ୍ୟାଳୟର ଗେଟ୍‌ ବନ୍ଦ କରି ଆନ୍ଦୋଳନ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


All Right Reserved By Dharitri.Com

ଜାଗା ଚିହ୍ନଟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବାରିପଦା ଅଫିସ, ୩ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ଗ୍ରାମବାସୀ ଜମି ପଟ୍ଟା ପାଇଥିବା ବେଳେ ସେମାନଙ୍କ ଜମି ଚିହ୍ନଟ ହୋଇପାରୁ ନାହିଁ।...

ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ

ଛତ୍ରପୁର, ୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ ସୋମବାର ପାଳିତ ହୋଇଯାଇଛି। ଛତ୍ରପୁରସ୍ଥିତ ପୋଲିସ ପଡ଼ିଆରେ ଆୟୋଜିତ ପରେଡ୍‌ରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର...

ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଚୋରି ଘଟଣାରୁ ବନ୍ଧୁଙ୍କୁ ହତ୍ୟା କରିଥିଲେ ସାଙ୍ଗ

ବରଗଡ଼ ଅଫିସ,୧୮।୧୨- ବରଗଡ଼ ଜିଲା ବରପାଲି ଜଗନ୍ନାଥ ନଗରରେ ଗତ ୧୩ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚୋରି ଘଟଣାକୁ କେନ୍ଦ୍ର କରି...

ରୋଗୀଙ୍କୁ ଏକ୍ସପାରୀ ସାଲାଇନ୍‌ : ଡ଼ାକ୍ତରଖାନାରେ ହୋହଲ୍ଲା

କପ୍ତିପଦା,୧୬ା୧୨(ଡ଼ିଏନ୍‌ଏ)- କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ଜଣେ ରୋଗୀଙ୍କୁ ଏକ୍ସପାରୀ ସାଲାଇନ୍‌ ଦିଆଯିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଡ଼ାକ୍ତରଖାନାରେ ହୋହଲ୍ଲା କରିବାରୁ...

ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୩.୬୨ ଲକ୍ଷ

ତାଳଚେର, ୩ା୨(ନି.ପ୍ର.) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ହୁଣ୍ଡିଗୁଡିକୁ ଶନିବାର ଖୋଲା ଯାଇଥିଲା। ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ସନ୍ତୋଷ କୁମାର...

ଜମ୍ମୁ-କଶ୍ମୀର, ଲଦାଖର ବିଭିନ୍ନ କଲେଜକୁ ପଠାଗଲା ରାଖୀ

ହିଞ୍ଜିଳିକାଟୁ,୧୪।୮(ଡି.ଏନ୍‌.ଏ.): ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦  ଉଚ୍ଛେଦ ପରେ ବିଭିନ୍ନସ୍ତରରେ ଭିନ୍ନଭିନ୍ନ ଆଲୋଚନା କରାଯାଉଛି। ତେବେ ସେଠାକାର କଲେଜ ଛାତ୍ରୀଛାତ୍ରଙ୍କୁ ସ୍ନେହ ଶ୍ରଦ୍ଧା ଜ୍ଞାପନ ପାଇଁ...

୩ ଦୋକାନ ପୋଡ଼ିଗଲା

ବାରିପଦା ଅଫିସ,୧୨ା୧୧- ବାରିପଦା ସହର ଟ୍ରାଫିକ ଛକ ହୋଟେଲ ଗରମା ଗରମ ସମ୍ମୁଖରେ ଥିବା ୩ଟି ଦୋକାନରେ ନିଆଁ ଲାଗି ଯାଇଛି। ସୋମବାର ରାତି ପ୍ରାୟ...

ମହିଳାଙ୍କୁ ଅପହରଣ ଅଭିଯୋଗ: ଥାନାରେ ୫ ଅଟକ

ଆନନ୍ଦପୁର,୨୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଶାଳପଡ଼ା ବସଷ୍ଟପ୍‌ ନିକଟରୁ ଜଣେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ଘସିପୁରା ପୋଲିସ...

Leave a comment

Your email address will not be published. Required fields are marked *