ଗାଁ ଭୋଜିରେ ବଚସା: ଦମ୍ପତିଙ୍କୁ ଭୁଜାଲିରେ ହାଣି ଯୁବକ ଫେରାର; ମହିଳା ମୃତ, ସ୍ବାମୀ ଗୁରୁତର

ଓଡ଼ଗାଁ,୩୦।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ବାହାଡ଼ାଝୋଲା ଫାଣ୍ଡି ଭାଟସାହି ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ଭୋଜି ଚାଲିଥିବା ବେଳେ ସାମାନ୍ୟ କଥାରୁ ବଚସାକୁ ନେଇ ଜଣେ ଯୁବକ ଦମ୍ପତିଙ୍କୁ ଭୁଜାଲିରେ ହାଣି ଦେଇଥିଲେ। ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ହେଲ ଉକ୍ତ ଗ୍ରାମର ମମି ସିଂ(୩୦)। ସେହିଭଳି ତାଙ୍କ ସ୍ବାମୀ ନିରଞ୍ଜନ(୪୦) ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।
ସୂଚନାନୁଯାୟୀ, ରାତିରେ ଉକ୍ତ ଗ୍ରାମରେ ଭୋଜି ହେଉଥିଲା। କିଛି ଲୋକ ଭୋଜି ଖାଉଥିବା ବେଳେ ଗ୍ରାମର କେତେକ ନିଶାସକ୍ତ ଯୁବକ ସେଠାରେ ପହଞ୍ଚି ହୋହଲ୍ଲା କରିଥିଲେ। ଏହାକୁ ବିରୋଧ କରି ଲୋକଙ୍କୁ ଖାଇବା ସମୟରେ ହଇରାଣ କରନାହିଁ ବୋଲି ନିରଞ୍ଜନ କହିଥିଲେ। ଏ ନେଇ ତାଙ୍କର ମନୋଜ ନାୟକ(୨୦)ଙ୍କ ସହ ବଚସା ପରେ ଧସ୍ତାଧସ୍ତି ହୋଇଥିଲା। ପରେ ଉଭୟଙ୍କୁ ଲୋକେ ବୁଝାଇବା ପରେ ସେମାନେ ଘରକୁ ଚାଲି ଯାଇଥିଲେ। ମାତ୍ର ଏହି ଘଟଣାକୁ ନେଇ ସେ ଉତ୍ତ୍ୟକ୍ତ ହୋଇ ବିଳମ୍ବିତ ରାତିରେ ଭୁଜାଲି ନେଇ ନିରଞ୍ଜନଙ୍କ କବାଟ ବାଡେଇଥିଲେ। ମମି କବାଟ ଖୋଲିବାରୁ ମନୋଜ ତାଙ୍କୁ ପ୍ରଥମେ ହାଣିଥିଲେ। ପରେ ମମିଙ୍କୁ ରକ୍ଷା କରିବାକୁ ଯାଇ ନିରଞ୍ଜନ ସେଠାକୁ ଆସିବାରୁ ସେ ମଧ୍ୟ ଭୁଜାଲି ଚୋଟରେ ଗୁରୁତର ହୋଇଥିଲେ। ତେବେ ଘଟଣାସ୍ଥଳରେ ମମିଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ପହଞ୍ଚି ନିରଞ୍ଜନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମନୋଜ ଫେରାର ଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଚଢ଼ାଉ କରୁଥିବା ଥାନା ଅଧିକାରୀ ମମତା ପତି ସୂଚନା ଦେଇଛନ୍ତି। ଏ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।


All Right Reserved By Dharitri.Com

ବଜ୍ରପାତରେ ୨୭ ଗୋରୁ, ୯ ମେଣ୍ଢା ମୃତ

ଦିଗପହଣ୍ଡି/ପାତ୍ରପୁର,୯ା୬ (ଡି.ଏନ.ଏ.) -ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ବଜ୍ରପାତରେ ୨୭ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ୯ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଦିଗପହଣ୍ଡି ବ୍ଲକ ଭ୍ରମରପୁର...

ବ୍ୟାୟାମ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ

ଭଞ୍ଜନଗର,୭।୧୦(ଡି.ଏନ.ଏ.)-ମେକ୍ସିକୋର ମଣ୍ଟେରେ ଗତ ୨୬ ତାରିଖରେ ମେଦ ବହୁଳତା ଉପରେ ଲଣ୍ଡନ ବିଶ୍ୱ ମେଦବହୁଳତା ମହାସଂଘ ଏବଂ ମେକ୍ସିକୋ ମେଦବହୁଳତା ସମାଜ ମିଳିତ ଆନୁକୂଲ୍ୟରେ ସ୍କୋପ...

ଲଗାଣ ବର୍ଷାରେ ମହିଳାଙ୍କ ଘର ଭାଙ୍ଗିଲା

ସୋର, ୨୭ା୧୦(ଡି.ଏନ.ଏ.)-ସୋର ବ୍ଲକ ଅନ୍ତର୍ଗତ ସବିରା ପଞ୍ଚାୟତ ଅଧୀନ ବଣପାରିଆ ଗ୍ରାମର ଜଣେ ବିଧବାଙ୍କ ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସ୍ବର୍ଗତ ଶମ୍ବୁନାଥ ବାରିକଙ୍କ...

୫୫ କେଜି ପଲିଥିନ , ପ୍ଲାଷ୍ଟିକ ଜବତ

ଓଡ଼ଗାଁ,୨୬ା୯(ସ୍ବ.ପ୍ର.): ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଲାଗୁ କରୁଥିବା ବେଳେ ଏନେଇ ବ୍ୟବସାୟୀ ଓ...

ଦକ୍ଷତା ତାଲିମ ନେଲେ ୨୮ ଦୃଷ୍ଟିବାଧିତ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୧୫ା୬-ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଲଟନ ଚାରିଟେବୁଲ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ କୌଶଳ ଦକ୍ଷତା ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ବ୍ରହ୍ମପୁର ରୋଟାରୀ କ୍ଲବ ପରିସରରେ...

‘ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଧର୍ମଶାଳା,୨୦-୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକା ରୋଟାରି କ୍ଲବ ପକ୍ଷରୁ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ବୁଧବାର ରାଷ୍ଟ୍ର ନିର୍ମାଣ ସମ୍ବର୍ଦ୍ଧନା ସାମାରୋହ ପାଳିତ ହୋଇଯାଇଛି। କ୍ଲବର ସଭାପତି...

ରାସ୍ତାକଡ଼ରେ ମହିଳାଙ୍କ ପ୍ରସବ ଘଟଣା :ତଦନ୍ତ କଲା ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଟିମ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ବ୍ରହ୍ମପୁର ସହର କୋର୍ଟପେଟା ଛକରେ ଗତ ୨୩ତାରିଖରେ କେ.ପାର୍ବତୀ ନାମ୍ନୀ ଜଣେ ମହିଳା ରାସ୍ତା କଡ଼ରେ ପ୍ରସବ କରିଥିଲେ। ପ୍ରସବ କରାଇ ମାନବିକତାର ପରିଚୟ...

ଶିକ୍ଷକ ନିଯୁକ୍ତି ଦାବି: ବିଦ୍ୟାଳୟରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ଭବାନୀପାଟଣା,୨୫।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ାଗୋଡ଼ା ସର୍କଲର ଥୁଟିବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ଡିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।...

Leave a comment

Your email address will not be published. Required fields are marked *