Posted inଜାତୀୟ

ସାଇକେଲ ସଜଡା ବିଳମ୍ବ ହେବାରୁ ପୋଲିସକୁ ପତ୍ର ଲେଖିଲେ ୧୦ ବର୍ଷର ବାଳକ

ଥିରୁଭାନନ୍ତପୁରମ,୩୦।୧୧: କେରଳର ୧୦ ବର୍ଷର ଜଣେ ବାଳକ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୋଜିକୋଡେର ୫ମ ଶ୍ରେଣୀର ଛାତ୍ର ଅବିନ ନିଜର ଓ ତାଙ୍କ ଭାଇଙ୍କ ସାଇକେଲ କିଛିଦିନ ହେବ ସଜଡା ନ ହୋଇ ପାରିବାରୁ ପୋଲିସକୁ ଚିଠି ଲେଖି ସହାୟତା ମାଗିଥିଲେ। ଉକ୍ତ ପତ୍ରରେ ସେ ଲେଖିଥିଲେ ତାଙ୍କ ସାଇକେଲ ସଜଡା ହୋଇ ପାରୁନି। ଏମିତିକି ସେ ଯେଉଁ ଦୋକାନରେ ସାଇକେଲ ସଜାଡିବାକୁ ଦେଇଛନ୍ତି ତାହା ଏବେ ବନ୍ଦ ହୋଇଗଲାଣି। ସେପ୍ଟେମ୍ବର ୫ରୁ ଅବିନ ତାଙ୍କ ସାଇକେଲ ମରାମତି ପାଇଁ ଦେଇଥିବା ଉକ୍ତ ପତ୍ରରେ ପ୍ରକାଶ କରିଥିଲେ। ମେପାୟୁର ପୋଲିସ ଷ୍ଟେଶନକୁ ଅବିନ ଲେଖିଥିବା ଏହି ପତ୍ରଟି ଦେଖିବା ପରେ ସେଠାରେ ଦାୟିତ୍ୱରେ ଥିବା ଅଧିକାରୀ ରାଧିକା ଏନ୍‌ପି ଏହାକୁ ଗୁରୁତର ସହ ନେଇଥିଲେ। ଏହାପରେ ସେ ତୁରନ୍ତ ଉକ୍ତ ସାଇକେଲ ମରାମତି ଦୋକାନକୁ ଯାଇ ଏହାର କାରଣ ପଚାରି ବୁଝିଥିଲେ। ଦୋକନୀ ଦେହ ଖରାପ ଓ ପୁଅ ବାହାଘର ଦର୍ଶାଇ କାମରେ ବିଳମ୍ବ ହୋଇଥିବା କହିଥିଲେ। ହେଲେ ଏଥର କାମ ଶୀଘ୍ର ହୋଇଯିବ ବୋଲି ସେ ରାଧିକାଙ୍କୁ କଥା ଦେଇଥିଲେ ଓ କାମ ମଧ୍ୟ କରି ଦେଇଥିଲେ। ତେବେ ପୋଲିସ ଅଧିକାରୀ ରାଧିକା ୫ମ ଶ୍ରେଣୀ ଛାତ୍ର ଅବିନଙ୍କ ପତ୍ର ଓ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହାକୁ ସମସ୍ତେ ବେଶ୍‌ ପ୍ରଶଂସା କରିଥିଲେ।


All Right Reserved By Dharitri.Com

ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ପ୍ଲାଣ୍ଟରେ ଫାଟିଲା ଟ୍ୟାଙ୍କ: ବହୁ ଗଁ।କୁ କରାଗଲା ଖାଲି

ଉନ୍ନାଓ,୧୨।୯: ଉତ୍ତରପ୍ରଦେଶ ଉନ୍ନାଓରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ଲାଣ୍ଟରେ ଗୁରୁବାର ବିସ୍ଫୋରଣ ହୋଇଛି। ହଠାତ୍‌ ଟ୍ୟାଙ୍କ ଫାଟିବାରୁ ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣ ଏତେ ଜୋରରେ ଥିଲା...

ନିର୍ଭୟା ମାମଲା: ଫେବୃୟାରୀ ୧୧କୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି

ନୂଆଦିଲୀ,୭।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦେବାର ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ପାରୁନାହିଁ। ଶୁକ୍ରବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ...

ଅମିତାଭ ବଚ୍ଚନ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଯାଇଥିବାବେଳେ ତାଙ୍କୁ ସେଠାରେ ରଖାଯାଇଛି। ପେଟରେ ଅଧିକ...

ଗୁଜରାଟ ଦଙ୍ଗା ମାମଲାର ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୮।୧: ଗୁଜରାଟ ଦଙ୍ଗା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ସରଦାରପୁରା ଗ୍ରାମର ୧୭ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କ ନେତୃତ୍ୱ ସେ...

ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚିବାରୁ କିନ୍ନରଙ୍କ ବିରୋଧ ପ୍ରଦର୍ଶନ

ବଲିୟା,୩।୨: ନିର୍ଭୟା ଗଣବଳାତ୍କାର ମାମଲରେ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କେତେକ ନ୍ୟାୟିକ କାରଣ ଯୋଗୁ ଏବେ ଏହା...

ଛତିଶଗଡ଼ ଏନ୍‌କାଉଣ୍ଟର: ୨ ମାଓବାଦୀ ମୃତ

ଦାନ୍ତଓ୍ବୋଡା,୧୮।୪: ଛତିଶଗଡ଼ର କୁଆକୋଣ୍ଡା ପୋଲିସ ଷ୍ଟେଶନ ଅନ୍ତର୍ଗତ ଧାନିକାରକାଠାରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି) ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଗୁରୁବାର ୨ ମାଓବାଦୀଙ୍କ ମୃତ୍ୟୁ...

ହିନ୍ଦୁ ପରାମ୍ପରାରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଷ୍ଟ୍ରେଲିଆ ଦମ୍ପତିି

ଡେରାଡୁନ,୨।୧୦: ବଦ୍ରିନାଥ ଧାମରେ ବୈଦିକ ମନ୍ତ୍ରୋଚ୍ଚାରଣ ସହ ଜଣେ ଅଷ୍ଟ୍ରେଲିଆ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଷ୍ଟ୍ରେଲିଆର ପର୍ଥ ନିବାସୀ ପାଉଲୋ ଓ କାୟରା...

ବିଦାହେବେ ବେଆଇନ ପ୍ରବାସୀ

ଓ୍ବାଶିଂଟନ,୧୯ା୬( ଆଇଏଏନ୍‌ଏସ୍‌): ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ପ୍ରବାସୀମାନଙ୍କୁ ସ୍ବଦେଶକୁ ପ୍ରତ୍ୟର୍ପଣ କରାଯିବ। ଏନେଇ ଦେଶର ଅପ୍ରବାସନ ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହରେ ଅଭିଯାନ...

Leave a comment

Your email address will not be published. Required fields are marked *