ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ପ୍ରର୍ଯ୍ୟାୟରେ ୩୭ ଲକ୍ଷ ୮୩ ହଜାର ୫୫ ଭୋଟର ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପ୍ରର୍ଯ୍ୟାୟରେ ୬ଟି ଜିଲାର ୧୩ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ମାଓବାଦୀ ପ୍ରଭାବିତ ଏହି ଅଞ୍ଚଳରେ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଏଠାରେ ଦ୍ୱିତୀୟ ପ୍ରର୍ଯ୍ୟାୟ ମତଦାନ ଡିସେମ୍ବର ୭ରେ ସମ୍ପନ୍ନ ହେବ। ସେହିପରି ତୃତୀୟ ପ୍ରର୍ଯ୍ୟାୟ ମତଦାନ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୧୬ ଏବଂ ପଞ୍ଚମ ପ୍ରର୍ଯ୍ୟାୟ ମତଦାନ ଡିସେମ୍ବର ୨୦ରେ ହେବ। ନିର୍ବାଚନ ଫଳାଫଳ ଡିସେମ୍ବର ୨୩ରେ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭା ଆସନ ସଂଖ୍ୟା ୮୧ ରହିଛି।


All Right Reserved By Dharitri.Com

ଜେଲରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର

ନୂଆଦିଲ୍ଲୀ,୪।୧୦: ଶୀନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ଉଭୟ ଏବେ ଜେଲରେ ବନ୍ଦୀ...

ବାରମୂଳାରୁ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ଗିରଫ

ବାରମୂଳା,୨୮।୧: ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ବାରମୁଳା ଜିଲାର ଅଣ୍ଡରଗାମ ପାଟ୍ଟନ ଅଞ୍ଚଳରୁ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି।...

ବର୍ଜ୍ୟବସ୍ତୁ ଦେଲେ ମାଗଣାରେ ଖାଇବେ

ଭୋପାଳ: ବର୍ଜ୍ୟବସ୍ତୁ ଆଣ ଓ ମାଗଣାରେ ଖାଅ- ଏମିତି ଏକ ଯୋଜନା ଆରମ୍ଭ କରାଯାଇଛି ମଧ୍ୟପ୍ରଦେଶର ଛିଣ୍ଡଓ୍ବାଡା ନଗର ନିଗମରେ । ଏହି ଯୋଜନା ସହରରେ...

କଠୁଆରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀର କଠୁଆ ଜିଲାରେ ଶନିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ହୀରାନଗର ସେକ୍ଟରର ମାନ୍ୟାରି-ଚୋରଗଲି ଅଞ୍ଚଳରେ ପାକିସ୍ତାନ ପୋଷ୍ଟଗୁଡ଼ିକରୁ ମୋର୍ଟାର ଶେଲିଂ ମାଡ଼...

ପଶ୍ଚିମବଙ୍ଗରେ ମୋଦି: ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର କରିବେ ପରିଦର୍ଶନ

କୋଲାକାତା,୨୨।୫: ପଶ୍ଚିମବଙ୍ଗରେ ମହାବାତ୍ୟା ଅମ୍ଫନ୍‌ ଯୋଗୁ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଏଠାରେ ୮୦ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୮୩ବର୍ଷରେ ଏହା ସବୁଠାରୁ ଭୟାବହ ବାତ୍ୟା...

ପିଓକେରେ ଆତଙ୍କବାଦୀଙ୍କ ଭ୍ରାମ୍ୟମାଣ ଶିବିର

ନୂଆଦିଲ୍ଲୀ,୬-୯:କଶ୍ମୀର ସମ୍ପର୍କିତ କେନ୍ଦ୍ରର ନିଷ୍ପତ୍ତିକୁ ମାସେ ପୂରିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପ୍ରଶମିତ ହୋଇନାହିଁ। ଅନ୍ତର୍ଜାତୀୟ ସମୁଦାୟ ନିକଟରେ କଶ୍ମୀର ପ୍ରସଙ୍ଗ...

ଏଏପି ଟୋପି ପିନ୍ଧି ସ୍ତ୍ରୀଙ୍କ ସହିତ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଅବସରରେ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ପାଣ୍ଡବ ନଗରର ଏମ୍‌ସିଡି ସ୍କୁଲସ୍ଥିତ ମତଦାନ...

ଜମ୍ମୁ-କଶ୍ମୀର ଛାତ୍ରୀଛାତ୍ରଙ୍କୁ ମିଳିଲା ଇଣ୍ଟରନେଟ୍‌ ସୁବିଧା

ଶ୍ରୀନଗର,୬।୧: ବେଶ୍‌ କିଛିଦିନ ହେବ ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଥିବା ବେଳେ କିଛିଦିନ ତଳେ ଏହା ପୁଣିଥରେ କାର୍ଯ୍ୟକାରୀ କରାଯାଇଥିଲା। ଆଗକୁ ନିଟ୍‌(ଏନ୍‌ଇଇଟି)...

Leave a comment

Your email address will not be published. Required fields are marked *