କନ୍ୟାକୁମାରୀରୁ କଟକ: ଏକତାର ମନ୍ତ୍ର ନେଇ ଥଙ୍ଗାରାଜାଙ୍କ ଦେଶ ପରିକ୍ରମା

କଟକ ଅଫିସ, ୩୦ା୧୧: ପଙ୍ଗୁ ଲଙ୍ଘୟତେ ଗିରି। ସଂସ୍କୃତରେ ଥିବା ଏହି ଶ୍ଳୋକକୁ ପ୍ରମାଣିତ କରିଛନ୍ତି କନ୍ୟାକୁମାରୀର ଆର୍‌. ଥଙ୍ଗାରାଜା(୪୦)। ଦୁଇଟି ଗୋଡ଼ ଅକର୍ମଣ୍ୟ ହୋଇଥିଲେ ମଧ୍ୟ ଏକ ସ୍ବତନ୍ତ୍ର ସ୍କୁଟରରେ ଦେଶ ପରିକ୍ରମାରେ ସେ ବାହାରିଛନ୍ତି। ରାଜଧାନୀ ଦିଲ୍ଲୀ ହେଉକି ଦୁର୍ଗମ ଜମ୍ମୁ-କଶ୍ମୀର। ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଦେଶ ସାରା ଏକତାର ମନ୍ତ୍ର ବାଣ୍ଟୁଛନ୍ତି। ଏହି ସାହସୀ ଯୁବକ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ କଟକରେ ପହଞ୍ଚିଥିଲେ। ଯୋବ୍ରା ରୋଡ୍‌ସ୍ଥିତ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଶାଖା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇଥିବା ବେଳେ ଥଙ୍ଗାରାଜା ଉପସ୍ଥିତ ରହି ନିଜ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ।
‘ଏକ ଭାରତ, ବିଜୟୀ ଭାରତ। ଦେଶବାସୀଙ୍କ ସାମୂହିକ ଅବଦାନର ସମୟ ଆସିଛି। ରାଷ୍ଟ୍ରବାସୀ ଏକ ହେଲେ ଦେଶର ନବନିର୍ମାଣ ହୋଇ ପାରିବ।’ ଏହା ହେଉଛି ଥଙ୍ଗାରାଜାଙ୍କ ବାର୍ତ୍ତା। ଇତି ମଧ୍ୟରେ ସେ ଅନେକ ରାଜ୍ୟ ଅତିକ୍ରମ କରି ସାରିଲେଣି। କଟକ ପରେ ସେ ଭୁବନେଶ୍ୱର, ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ। ଏହାପରେ ସେ ଛତିଶଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି କହିଛନ୍ତି। କନ୍ୟାକୁମାରୀ ବିବେକାନନ୍ଦ କେନ୍ଦ୍ରର ସୂଚନା କେନ୍ଦ୍ରରେ ଥଙ୍ଗାରାଜା କାର୍ଯ୍ୟ କରନ୍ତି। ଗତ ସେପ୍ଟେମ୍ବର ୧୧ରେ ସେ ଯାତ୍ରା ଆରମ୍ଭ କରିଥିଲେ। କନ୍ୟାକୁମାରୀଠାରେ ୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ବିଶାଳ ରାଷ୍ଟ୍ରୀୟ ସ୍ମାରକୀର ୫୦ତମ ପ୍ରତିଷ୍ଠା ବର୍ଷ ଅବସରରେ ତାଙ୍କର ଏହି ଯାତ୍ରା ବୋଲି ସେ କହିଥିଲେ। ଶ୍ରୀନଗର, ଲେହ୍‌, କାର୍ଗିଲ ଆଦି ସ୍ଥାନ ଯାତ୍ରା କରିବାର ଅନୁଭୂତି ନିଆରା ବୋଲି ଥଙ୍ଗାରାଜା କହିଛନ୍ତି। ଖବରଦାତା ସମ୍ମିଳନୀରେ କେନ୍ଦ୍ରର କଟକ ନଗର ସଙ୍ଗଠକ ରଶ୍ମିତା ନାୟକ, ପ୍ରାନ୍ତ ସଞ୍ଚାଳକ ସୁରସେନ ଜେନା, ‘ଏକ ଭାରତ ବିଜୟୀ ଭାରତ’ର ସଂଯୋଜକ ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ।


All Right Reserved By Dharitri.Com

ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ, ଅଭିଯୁକ୍ତ ଫେରାର

ନୂଆପଡା ଅଫିସ,୩ା୭: ନୂଆପଡା ଅବକାରୀ ବିଭାଗ ସ୍ଥାନୀୟ ଲଖନା ଥାନା ଅନ୍ତର୍ଗତ ବରପଦରପଡା (ବାଞ୍ଜିବାହାଲ)ରୁ ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୨-ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ପ୍ରସାଦ...

ଗୋବିନ୍ଦାବାଟି ଗ୍ରାମରୁ ୨ ପଜିଟିଭ୍‌ ଚିହ୍ନଟ ପରେ ୨୪ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ରତ୍ନଗିରି,୧୪ା୫(ଡି.ଏନ୍‌.ଏ.) : ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ଗୋବିନ୍ଦବାଟି ଗ୍ରାମରୁ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଦୁଇ ଜଣଙ୍କ...

ଭୋକ ଓପାସରେ ବାହାର ରାଜ୍ୟର ୯ ଶ୍ରମିକ

ଖଇରା, ୬।୪(ଡି.ଏନ.ଏ.): ବାହାର ରାଜ୍ୟର ୯ଜଣ ଶ୍ରମିକ ୨ଦିନ ହେଲା ଭୋକଓପାସରେ ରହିଛନ୍ତି। ସେମାନେ ବାଲେଶ୍ୱର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ସିଂହିପୁର...

ବିଭିନ୍ନ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅଧୀନ ମେଦିନୀପୁର ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ବିଦ୍ୟୁତ୍‌ ସମସ୍ୟା ଦୂର,...

ସବୁଜିମା ଫେରିବା ନେଇ ଆଶଙ୍କା: ଚାରା ନେବାକୁ ଆଗ୍ରହ ଦେଖାଉନାହାନ୍ତି ସହରୀ ଲୋକ

ପୁରୀ ଅଫିସ, ୮ା୭: ପୁରୀ ଜିଲାକୁ ଏକପ୍ରକାର ଗଛ ଶୂନ୍ୟ କରିଦେଇଛି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ଫନୀ। ବାତ୍ୟାରେ ଜିଲାରେ ଲକ୍ଷ ଲକ୍ଷ ଗଛ ଭାଙ୍ଗିଯିବାରୁ...

ପୁନରୁଦ୍ଧାର ହେବ ଉପକୂଳ ସବୁଜିମା: ୫ବର୍ଷରେ ଖର୍ଚ୍ଚ ହେବ ୨୦୦ କୋଟି, ୮ ହଜାର ହେକ୍ଟର ଅଞ୍ଚଳରେ ହେବ ବୃକ୍ଷରୋପଣ

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ବାତ୍ୟା ‘ ଫନୀ’ରେ ଉପକୂଳ ଅଞ୍ଚଳରେ ଜଙ୍ଗଲ ଓ ବୃକ୍ଷ ସମ୍ପଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ସବୁଜିମା ଉଜୁଡି ଯାଇଛି। ତେଣୁ...

୨ ଯୁବକଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାଇରଙ୍ଗପୁର, ୨୨।୧୨(ଡି.ଏନ.ଏ.)- ପଡ଼ୋଶୀ ଝାଡଖଣ୍ଡ ରାଜ୍ୟ ଜାମସେଦପୁର ଅଞ୍ଚଳର ଜନୈକା ଯୁବତୀଙ୍କୁ ହତ୍ୟା କରାଯିବା ମାମଲାର ବିଚାର କରି ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅତିରିକ୍ତ ଜିଲା...

Leave a comment

Your email address will not be published. Required fields are marked *