ପଦ୍ମାବତୀ ପାଇଲେ ରାଜ୍ୟପାଳ ଟ୍ରଫି

କେନ୍ଦୁଝର,୩୦।୧୧( ସ୍ବ.ପ୍ର./ଡି.ଏନ.ଏ.)- ଭୁବନେଶ୍ୱର ଯାତ୍ରୀ ନିବାସଠାରେ ୨୦୧୭ – ୧୮ ବର୍ଷ ପାଇଁ ‘ପ୍ରତିଭା ଅନ୍ବେଷଣ’ କାର୍ଯ୍ୟକ୍ରମରେ ରାଜ୍ୟପାଳ ଟ୍ରଫି ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ୨୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ୨୮ ତାରିଖରେ ରବୀନ୍ଦ୍ର ମଣ୍ଡପଠାରେ କୃତୀ ଛାତ୍ରୀଛାତ୍ରଙ୍କୁ ରାଜ୍ୟପାଳ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିରେ କେନ୍ଦୁଝରର ପଦ୍ମାବତୀ ମହାନ୍ତ ଓଡ଼ିଶୀ ନୃତ୍ୟ ବରିଷ୍ଠ ବିଭାଗରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟପାଳ ଟ୍ରଫି ପାଇଥିଲେ। ସେ ଏବେ ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ନୃତ୍ୟଗୁରୁ ଦୀପକ କରଙ୍କଠାରୁ ସେ ନୃତ୍ୟଶିକ୍ଷା ଗ୍ରହଣ କରୁଥିଲେ। ତାଙ୍କ ଘର କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ତିଆଡିପଶି ଗ୍ରାମରେ। ପଦ୍ମାବତୀଙ୍କ ସଫଳତାରେ ତାଙ୍କ ପିତା ହେମନ୍ତ ମହାନ୍ତ, ମାତା ଲକ୍ଷ୍ମୀ ମହାନ୍ତଙ୍କ ସମେତ ପରିବାରବର୍ଗ ଖୁସିବ୍ୟକ୍ତ କରିଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।


All Right Reserved By Dharitri.Com

ପିପିଲିଆ ପଞ୍ଚାୟତ ଉନ୍ନୟନ ପାଇଁ ଆସିଥିବା ୨୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ସରପଞ୍ଚ ଅଟକ, ପିଇଓ ଫେରାର

କେନ୍ଦୁଝର, ୧୧।୧୦(ସ୍ବ.ପ୍ର.): ଘଟଗାଁ ବ୍ଲକ ପିପିଲିଆ ପଞ୍ଚାୟତରେ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଓ ଚତୁର୍ଦ୍ଦଶ କେନ୍ଦ୍ର ଅର୍ଥ କମିଶନ ଟଙ୍କା ହେରଫେର ଅଭିଯୋଗରେ ଘଟଗାଁ...

ବର୍ଷାରେ ଭିଜି ରାସ୍ତା ମରାମତି କଲେ ୨ ଯୁବକ

ଆନନ୍ଦପୁର,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡ଼ାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସରୋଡ୍‌ର ଅବସ୍ଥା ବେହାଲ ହୋଇଛି। ଜାତୀୟ ରାଜପଥ...

ଜାମୁନାଳିଆରେ ପଶିଲେ ୨୨ହାତୀ: ୨ଶହ ଏକର ଧାନଫସଲ ନଷ୍ଟ

ରାଇସୁଆଁ, ୫।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବନ ବିଭାଗର ଚିନ୍ତା ବଢାଇଛି। ହାତୀପଲ ଧାନ ଓ ଅନ୍ୟ ଫସଲ ଖାଇବାକୁ...

କୋଇଲା ଚୋରି ମାମଲା: ଗାଡି ଚାଳକ, ହେଲପର ଓ କ୍ରେତା ଦଣ୍ଡିତ

କେନ୍ଦୁଝର, ୨୪ା୧୦ (ସ୍ବ.ପ୍ର.)-କୋଇଲା ଚୋରି କରି ଅନ୍ୟ ଜଣଙ୍କୁ ବିକିଥିବା ଟ୍ରକ ଚାଳକ ଓ ହେଲପରଙ୍କ ସମେତ କୋଇଲା କିଣିଥିବା ଜଣେ ଇଟା କାରଖାନା ମାଲିକଙ୍କୁ...

ସିଗାରେଟ୍‌ ଟଣାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଫେରାର

ଯୋଡ଼ା,୨୮।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ହୁଡ଼ିସାହିଠାରେ ସିଗାରେଟ୍‌ ଟଣାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଶନିବାର ରାତିରେ ହୁଡ଼ିସାହିର ପ୍ରଶାନ୍ତ...

କୀଟନାଶକ ପିଇ ମହିଳା ମୃତ, ପୋଲିସର ତଦନ୍ତ ଆରମ୍ଭ

କେନ୍ଦୁଝର,୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତ କଣ୍ଟୁଳା ଗ୍ରାମ ପଙ୍ଗାପଶି ସାହିରେ କୀଟନାଶକ ପିଇ ଶୁକ୍ରବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ...

ଷ୍ଟାଣ୍ଡିଂ କମିଟିର ଯୋଡ଼ା ଗସ୍ତ: ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିବା ଦେଖିଲେ

ଯୋଡ଼ା, ୯।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟାସଦସ୍ୟ ଶୁକ୍ରବାର ଯୋଡା ବ୍ଲକ ବାସୁଦେବପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ କରିଥିଲେ। ସେମାନେ...

ବିଦ୍ୟୁତ୍‌ କେବୁଲ ପାଇଁ ମାଟି ଖୋଳା ଫାଟିଲା ପାଣିପାଇପ୍‌ : ଯୋଡ଼ା ସହରରେ ୩ ଦିନ ଧରି ଜଳ ଯୋଗାଣ ବନ୍ଦ

ଯୋଡ଼ା, ୮।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଟାଟା କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ କେବୁଲ ସଂଯୋଗ ପାଇଁ ମାଟି ଖୋଳାଯାଉଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଛା...

Leave a comment

Your email address will not be published. Required fields are marked *