ନାବାଳିକା ଗଣବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌

ବାରିପଦା ଅଫିସ,୩୦।୧୧- ମୟୂରଭଞ୍ଜ ଜିଲା ସହକାରୀ ଦୌରାଜଜ୍‌ (ସ୍ପେସାଲ ଟ୍ରାକ) ଶାନ୍ତନୁ କୁମାର ଦାଶ ଶୁକ୍ରବାର ଏକ ଗଣବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ମକଦ୍ଦମା ବିବରଣୀ ଅନୁଯାୟୀ ମୟୂରଭଞ୍ଜ ଜିଲା ମୋରଡା ଥାନା ଅଧୀନ ଏକ ଗ୍ରାମର ଜଣେ ନାବାଳିକା ତାଙ୍କ ପରିବାର ସହିତ ଗତ ୨୦୦୫ ମସିହା ଅକ୍ଟୋବର ୧୧ ତାରିଖ ରାତି ୧୦ ଟା ବେଳେ ଦୁର୍ଗାପୂଜା ମେଳା ବୁଲିବାକୁ ଯାଇଥିଲେ। ସେତେବେଳେ ସୁଯୋଗ ପାଇଁ ସେହି ଅଞ୍ଚଳର କାର୍ତ୍ତିକ ପାତ୍ର ଓ ଗଗନ ସିଂ ସମ୍ପଅକ୍ତ ନାବାଳିକାଙ୍କୁ ଟେକି ନେଇ ଗଣବଳାତ୍କାର କରିଥିଲେ। ଏନେଇ ମୋରଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୬୮/୨୦୦୫) ରୁଜୁ କରି ତଦନ୍ତ କରିଥିଲା। ପରେ ପୋଲିସ ଗଗନ ସିଂଙ୍କୁ ଗିରଫ କରିଥିବା ବେଳେ କାତ୍ତିକ ପାତ୍ର ଫେରାର ଯାଇଥିଲେ। ପ୍ରଥମେ ଧରାପଡିଥିବା ଗଗନ ସିଂଙ୍କୁ କୋର୍ଟ ୨୦୦୭ ମସିହାରେ ୧୦ ବର୍ଷ ଜେଲ ଦଣ୍ଡ ସହିତ ୫ ହଜାରଟଙ୍କା ଜରିମାନା ଦଣ୍ଡଶଦେଶ ଦେଇଥିଲେ। ପରେ ଅର୍ଥାତ ଗତ ୨୮ ଜୁଲାଇ ୨୦୧୭ ମସିହାରେ ପୋଲିସ ଅନ୍ୟ ଅଭିଯୁକ୍ତ କାତ୍ତିକ ପାତ୍ରଙ୍କୁ ଗିରଫ କରିଥିଲା। କୋର୍ଟ ପକ୍ଷରୁ ଶୁକ୍ରବାର ମାମଳାର ବିଚାର କରାଯାଇ ତାଙ୍କୁ ଉପରୋକ୍ତ ଦଣ୍ଡ ପ୍ରଦାନ କରାଯାଇଛି।


All Right Reserved By Dharitri.Com

ଆନ୍ଦୋଳନ ପାଇଁ ବିଦ୍ୟୁତ୍‌ କର୍ମଚାରୀ ସଂଘର ସଜବାଜ

ବାରିପଦା ଅଫିସ,୧୨ା୧- ବାରିପଦା ସହର ରଘୁନାଥପୁରସ୍ଥିତ ଗଣେଶ ମଣ୍ଡପଠାରେ ପାୱାର ଏମ୍ପ୍ଲଇଜ୍‌ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲା ସଭାପତି ସୁବ୍ରମଣ୍ୟମ...

ଚାଉଳ ବଣ୍ଟନରେ ବିଳମ୍ବ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ

ବଡ଼ସାହି,୧୯ା୯(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦୁର୍ଗାପୁର ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନରେ ବିଳମ୍ବକୁ ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଥିଲା। ଅଧିକାରୀମାନେ ମନମୁଖି ଭାବେ...

ରୋଗୀ ନେଇ ଯାଉଥିବା ଗାଡ଼ିି ଦୁର୍ଘଟଣାଗ୍ରସ୍ତ

ଠାକୁରମୁଣ୍ଡା,୨୪ା୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ଝରାଡ଼ିର ବଡ଼କଦମ ଗ୍ରାମରୁ ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ କଟକ ନେବା ବାଟରେ କରଞ୍ଜିଆଠାରୁ ୪ କିମି...

ଅଭିଯୋଗ ରଖୁନି ପୋଲିସ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ କଲେଜ ଛାତ୍ର

ବାରିପଦା ଅଫିସ/କୁଆମରା,୨୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ଦେବାଶିଷ ମହନ୍ତଙ୍କ ସହିତ କଲେଜ କର୍ତ୍ତୃପକ୍ଷଙ୍କ...

ବାରିପଦା ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ବାରିପଦା ଅଫିସ,୨୭।୧୦-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବାରିପଦା ସହରରେ ଦିନକୁ ଦିନ ଏବେ ଅପରାଧ ଘଟଣା ବୃଦ୍ଧି...

କାର୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକୋ

ଚିତ୍ରଡା,୨୪ା୧(ଡି.ଏନ୍‌.ଏ.)- କାର୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପ୍ରତିବାଦରେ ମୟୂରଭଞ୍ଜ ଜିଲା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ଛକରେ ଗୁରୁବାର ରାସ୍ତାରୋକୋ କରାଯାଇଥିଲା। ବାଘୁଆଶୋଳ ଏବଂ...

ନାବାଳିକା ଗାଧୋଇବା ବେଳେ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ

ବାରିପଦା ଅଫିସ,୧୪।୮: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ...

ସିପିଆଇ,ସିପିଏମ୍‌ର ପ୍ରତିବାଦ ସଭା

ବାରିପଦା ଅଫିସ,୨୦ା୧୨- ଭାରତର ସମ୍ବିଧାନରେ ଏଠାକାର ନାଗରିକମାନଙ୍କୁ ଧର୍ମ, ଜାତି, ଭାଷା ଓ ଲିଙ୍ଗ ନିର୍ବିଶେଷରେ ସମାନ ଅଧିକାର ଦେବା ବ୍ୟବସ୍ଥା ରହିଛି। ପୂର୍ବରୁ ଥିବା...

Leave a comment

Your email address will not be published. Required fields are marked *