ମାନ୍ଦାବସ୍ଥା ଝଟକା;ଜିଡିିପି ଅଭିବୃଦ୍ଧି ୪.୫%କୁ ଖସିଲା

 

ନୂଆଦିଲ୍ଲୀ,୩୦-୧୧: ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୫%କୁ ଖସିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୭.୧% ରହିଥିବା ଶୁକ୍ରବାର ସରକାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ୨୦୧୨-୧୩ ଆର୍ଥତ୍କ ବର୍ଷ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଭାରତ ୪.୩% ସ୍ତରର ଅଭିବୃଦ୍ଧି ହ୍ରାସଲ କରିଥିଲା। ଏହାକୁ ଦେଖିଲେ ବର୍ତ୍ତମାନର ଜୁଲାଇ-ସେପ୍ଟେମ୍ବର ମାସର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଥିବା ଜଣାପଡିଛି। ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବର ୬ ମାସ ମଧ୍ୟରେ ଭାରତର ଅଭିବୃଦ୍ଧି ୪.୮% ରହିଛି। ଏହା ଗତ ବର୍ଷ ସମାନ ସମୟରେ ୭.୫% ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ଦେଶର ବିକାଶ ହାର ୬.୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ପରିବର୍ତ୍ତିତ ପୂର୍ବାନୁମାନରେ କହିଛି। ଏହା ପୂର୍ବରୁ ଅଭିବୃଦ୍ଧି ୬.୯% ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଥିଲା।
ଖାଉଟି ଚାହିଦା ହ୍ରାସ, ମାନୁଫାକ୍‌ଚରିଂ କ୍ଷେତ୍ରରେ ମନ୍ଥରତା, ଘରୋଇ ନିବେଶ ଏବଂ ରପ୍ତାନି ହ୍ରାସ ହେବା ଯୋଗୁ ଭାରତ ବଜାର ଉପରେ ଏହାର ନକରାତ୍ମକ ପ୍ରଭାବ ଦେଖାଯାଇଛି। ବିଶ୍ୱ ବଜାର ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଘରୋଇ ବଜାରରେ ଲଗାତର ଅଭିବୃଦ୍ଧି ହ୍ରାସ ହେଉଥିବା ଦେଖାଯାଇଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ବିକାଶ ହାର ୭ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଯିବାରୁ ଏହାକୁ ନେଇ ବଜାର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଥିଲେ। ଜୁଲାଇ-ସେପ୍ଟେମ୍ବରରେ ବିକାଶର ଗତି ୫%ରୁ ନିମ୍ନକୁ ଖସିବ ବୋଲି ଅନେକେ ପୂର୍ବାନୁମାନ କରିଥିଲେ। ଯେତେବେଳେ ଗତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୮% ରହିଥିଲା ମାତ୍ର ଚଳିତ ବର୍ଷ ଲଗାତାର ଭାବେ ଏଥିରେ ହ୍ରାସ ପରିଲକ୍ଷିତ ହେଉଛି।
ଶୁକ୍ରବାର ପ୍ରକାଶିତ ସରକାରଙ୍କ ତଥ୍ୟ ମୁତାବକ, ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୭ ମାସରେ ଅକ୍ଟୋବର ସୁଦ୍ଧା ବିତ୍ତୀୟ ନିୟଣ୍ଟ ୭.୨ ଲକ୍ଷ କୋଟି ଟଙ୍କା ରହିଛି। ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୧୦୨.୪%। ଏହାବାଦ ଅକ୍ଟୋବରରେ ୮ କୋର ସେକ୍ଟର ଶିଳ୍ପ ଅଭିବୃଦ୍ଧି ୫.୮% କମ୍‌ ହୋଇଛି। ଏଭଳି ତଥ୍ୟକୁ ବିଚାର କଲେ ମାନ୍ଦାବସ୍ଥା କବଳରୁ ଭାରତ ବାହାରିବାକୁ ସକ୍ଷମ ହୋଇ ନ ଥିବା ବିଶେଷଜ୍ଞ ମତ ରଖିଛନ୍ତି। ବଜାରରେ ଆର୍ଥତ୍କ କାର୍ଯ୍ୟକଳାପ ମନ୍ଥର ଥିବା ଯୋଗୁ ଦ୍ୱିତୀୟ ତ୍ରୈମାସ ଅଭିବୃଦ୍ଧି ୪.୭%କୁ ଖସିବ ବୋଲି ଗୁରୁବାର ରୟଟର୍ସ ପୋଲର ବିଶେଷଜ୍ଞ କହିଥିଲେ।
ଚଳିତ ବର୍ଷ ଭାରତ ବିଶ୍ୱ ସ୍ତରର ଚାପ, ଉଚ୍ଚ ମୁଦ୍ରାସ୍ପୀତି ଏବଂ ବିଭିନ୍ନ ରାଜନୈତିକ ଚ୍ୟାଲେଞ୍ଜ ସାମ୍ନା କରୁଥିବା ବେଳେ ଜିଡିପି ହ୍ରାସ ଭଳି ଘଟଣା ଏହି ସମୟରେ ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ଫିଚ୍‌ ଗ୍ରୁପର ଫାର୍ମ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ଚତୁର୍ଥ ଥର ଲାଗି ବିକାଶ ଅନୁମାନକୁ କମ୍‌ କରିଛି। ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ଖସିବ ବୋଲି ଏହା ମଙ୍ଗଳବାର କହିଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ୫.୬%କୁ ଖସିବ ବୋଲି ଏହି ଏଜେନ୍ସି ପକ୍ଷରୁ କୁହାଯାଇଛି। ଶିଳ୍ପ କ୍ଷେତ୍ରରେ ମନ୍ଥର କାର୍ଯ୍ୟକଳାପ ଯୋଗୁ ଚଳିତ ମାସ ୨୧ ତାରିଖରେ ରେଟିଂ ଏଜେନ୍ସି ଇକ୍ରା ମଧ୍ୟ ଦ୍ୱିତୀୟ ତ୍ରୈମାସ ବିକାଶ ହାରକୁ ୪.୭%କୁ କମାଇଥିଲା। ଦେଶର ଗ୍ରସ ଭାଲ୍ୟୁ ଆଡେଡ୍‌ (ଜିଭିଏ) ୪.୫% ରହିବ ବୋଲି ଏହା ପୂର୍ବାନୁମାନ କରିଥିଲା। ସେହିଭଳି ଚାଇନାର ବିକାଶ ହାର ଜୁଲାଇ-ସେପ୍ଟେମ୍ବର ସମୟରେ ୨୭ ବର୍ଷର ସର୍ବନିମ୍ନ ସ୍ତର ୬%କୁ ଖସିଛି।


All Right Reserved By Dharitri.Com

ନିବେଶକଙ୍କ ପସନ୍ଦ ପାଲଟୁଛି ସୁନା

ନୂଆଦିଲ୍ଲୀ, ୯-୯: ଦେଶରେ ଆର୍ଥତ୍କ ମାନ୍ଦାବସ୍ଥା ଲାଗି ରହିଥିବା ସୁନା ଏବଂ ରୁପା ଦର ବଢି ଚାଲିଛି। ବଜାରରେ ସୁନାର ଦର ବୃଦ୍ଧି ଆଗାମୀ କିଛି...

ଏଟିଏମ୍‌ର ସୁରକ୍ଷା ପାଇଁ ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ,୧୬-୬: ଏଟିଏମର ସୁରକ୍ଷା ବୃଦ୍ଧି ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗାଇଡ୍‌ଲାଇନ ଜାରି କରିଛି। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଏହାକୁ ଲାଗୁ କରିବା ଲାଗି ବ୍ୟାଙ୍କଗୁଡ଼ିକୁ...

ଜିଏସ୍‌ଟି ଆଦାୟ ଲକ୍ଷ୍ୟ ବଢିଲା

ନୂଆଦିଲ୍ଲୀ,୨୦-୧: ଜାନୁୟାରୀ, ଫେବୃୟାରୀ ମାସ ଲାଗି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଲକ୍ଷ୍ୟ ବୃଦ୍ଧି କରାଯାଇ ୧.୧୫ ଲକ୍ଷ କୋଟି ଟଙ୍କା କରାଯାଇଛି। ରାଜସ୍ବ...

ଜାଗମରାରେ ପିଏନ୍‌ବି ଲୋନ୍‌ ପଏଣ୍ଟ

ଭୁବନେଶ୍ୱର,୨୩।୫: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ରାମ୍‌ (ରିଟେଲ,କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ)ର ଲୋନ୍‌ ପଏଣ୍ଟ ସ୍ଥାନୀୟ ଜାଗମରା ସ୍ଥିତ ଓରିଏଣ୍ଟାଲ ବ୍ୟାଙ୍କ କ୍ୟାମ୍ପସ ପରିସରରେ ଉଦ୍‌ଘାଟିତ...

ମେଡ୍‌ ସର୍ଭିସ ହାୟର ଅନ୍‌ ଆଓ୍ବାର ଶୁଭାରମ୍ଭ

ଭୁବନେଶ୍ୱର,୧।୬ : ଇଲାସବତି ସର୍ଭିସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଡ୍‌ ସର୍ଭିସ ‘ହାୟର ଅନ୍‌ ଆଓ୍ବାର’ ଶୁଭାରମ୍ଭ ହୋଇଛି। କମ୍ପାନୀର ଏମ୍‌ଡି ସଞ୍ଜୟ କୁମାର ପାତ୍ର...

ମାଇକେଲ୍‌ ଦେବବ୍ରତ ପାତ୍ର ଆର୍‌ବିଆଇର ନୂଆ ଡେପୁଟି ଗର୍ଭନର

ନୂଆଦିଲ୍ଲୀ,୧୫-୧: ମାଇକେଲ ଦେବବ୍ରତ ପାତ୍ର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ନୂଆ ଡେପୁଟି ଗଭର୍ନର ଭାବେ ଅବସ୍ଥାପିତ ହୋଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏନେଇ...

ଓଡ଼ିଶାରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଶାଖାର ସମ୍ପ୍ରସାରଣ: ବରିଷ୍ଠ ନାଗରିକଙ୍କ ପାଇଁ ଫିକ୍ସଡ଼ ଡ଼ିପୋଜିଟରେ ମିଳିବ ୯.୬% ସୁଧ

ଭୁବନେଶ୍ୱର, ୪।୬: ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିଃ. ପକ୍ଷରୁ ଓଡ଼ିଶାର ଭଦ୍ରକ ଏବଂ ବାଲେଶ୍ୱରରେ ଦୁଇଟି ନୂତନ ଶାଖାର ଶୁଭାରମ୍ଭ କରାଯାଇଛିା ଜନା ସ୍ମଲ...

ତୃପ୍ତି ସେଲ୍‌ସ ଆଣ୍ଡ ସର୍ଭିସ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର, ୧୩-୮ (ବ୍ୟୁରୋ): ଫୋର୍ଡ ଇଣ୍ଡିଆ ପକ୍ଷରୁ ସ୍ଥାନୀୟ ପାତ୍ରପଡାଠାରେ ତୃପ୍ତି ଫୋର୍ଡ ସେଲ୍‌ସ ସର୍ଭିସ ସୁବିଧାର ଶୁଭାରମ୍ଭ କରାଯାଇଛି। ନୂଆ ଫାସିଲିଟିକୁ କମ୍ପାନୀର ସେଲ୍‌ସ...

Leave a comment

Your email address will not be published. Required fields are marked *