ସୁନା ଗହଣାରେ ବାଧ୍ୟତାମୂଳକ ହେବ ହଲମାର୍କ

ନୂଆଦିଲ୍ଲୀ,୩୦-୧୧: ୨୦୨୧ ଜାନୁୟାରୀ ୧୫ଠାରୁ ସୁନା ଗହଣାରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ। ସୁନା ଗହଣାର ଗୁଣବତ୍ତା ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିବା କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ଶୁକ୍ରବାର ସୂଚନା ଦେଇଛନ୍ତି। ଏଥି ଲାଗି ସରକାର ଏକ ବିଜ୍ଞପ୍ତି ଆଗାମୀ ଦିନରେ ଜାରି କରିବେ। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବା ଲାଗି ଏକ ବର୍ଷ ସମୟ ଦେଇଛନ୍ତି। ଏହା ଦ୍ୱାରା ଜୁଏଲର୍ସମାନେ ସେମାନଙ୍କ ବର୍ତ୍ତମାନର ଗଛିତ ଗହଣାକୁ ବିକ୍ରି କରିବାକୁ ସମୟ ମିଳିବ।


All Right Reserved By Dharitri.Com

ଦାୟିତ୍ୱ ନେଲେ ନିର୍ମଳା ସୀଥାରାମନ : ଅର୍ଥନୀତିକୁ ସଜାଡ଼ିବା ଏବେ ଅସଲ ପରୀକ୍ଷା

ନୂଆଦିଲ୍ଲୀ,୧।୬ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବାଣିଜ୍ୟ ଏବଂ ଉଦ୍ୟୋଗ ଏବଂ ପରେ ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ନିର୍ମଳା...

ପୁଣି ଆକ୍ସନରେ ମୋଦି ସରକାର;୧୫ ବରିଷ୍ଠ ଆୟକର ଅଧିକାରୀ ଜବରଦସ୍ତ ବିଦା

ନୂଆଦିଲ୍ଲୀ,୨୮-୯: ଅପାରଗ ଅଧିକାରୀଙ୍କ ବିରୋଧରେ ପୁନର୍ବାର ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି, ସିବିଆଇ ମାମଲା ଓ ଅନ୍ୟ କେତେକ କାରଣ ଯୋଗୁ ସରକାର...

ସୁନା @ ୩୮,୮୨୦ ଟଙ୍କା

ନୂଆଦିଲ୍ଲୀ,୨୨।୮: ସୁନା ଓ ରୁପା ଦର କ୍ରମାଗତ ରେକର୍ଡ କରିଚାଲିଛି। ଦୈନିକ ଏହା ନୂଆ ସର୍ବୋଚ୍ଚ ସ୍ତର ପାର୍‌ କରୁଛି। ବୁଧବାର ବଜାର ବନ୍ଦ ହେବା...

ସ୍ଥିତି ପାଇଁ ସଂଗ୍ରାମ କରୁଛନ୍ତି କ୍ଷୁୁଦ୍ର, ମଧ୍ୟମ ଶିଳ୍ପ

ନୂଆଦିଲ୍ଲୀ,୨୫-୩: କରୋନା ଭାଇରସର ପ୍ରଭାବରେ ଦେଶର କ୍ଷୁଦ୍ର ଶିଳ୍ପଗୁଡିକର ଅଣ୍ଟା ଭାଙ୍ଗିଯାଇଛି। ନିଜର ସ୍ଥିତି ବଜାୟ ରଖିବା ଲାଗି ଦେଶର କ୍ଷୁଦ୍ର ମଧ୍ୟମ ଶିଳ୍ପଗୁଡିକ ଏବେ...

ପେଟ୍ରୋଲ ୧୭%, ଡିଜେଲ ୨୬% ବିକ୍ରି କମିଲା

ଲକ୍‌ଡାଉନ ପାଇଁ ସାରା ଦେଶରେ ପେଟ୍ରୋଲ ଡିଜେଲ ବିକ୍ରି ହ୍ରାସ ଘଟିଛି। ମାର୍ଚ୍ଚରେ ପେଟ୍ରୋଲ ବିକ୍ରି ୧୭.୬% ହ୍ରାସ ଘଟିଥିବା ବେଳେ ଡିଜେଲ ବିକ୍ରି ୨୬%...

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ;ଜିଡିପି ୭% ରହିବା ସମ୍ଭାବନା

ନୂଆଦିଲ୍ଲୀ,୫-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ କରିବେ। ଏହାର ଦିନକ ପୂର୍ବରୁ ପରମ୍ପରା ଅନୁଯାୟୀ ଗୁରୁବାର ସେ ସଂସଦରେ ୨୦୧୮-୧୯ ଆର୍ଥିକ ବର୍ଷର...

ଓଡ଼ିଶା ବଜାରରେ ନୂଆ ରିୟଲମି ୩ ପ୍ରୋ

ଭୁବନେଶ୍ୱର,୨୯-୫(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ନୂଆ ‘ରିୟଲମି ୩ ପ୍ରୋ’ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏହା କମ୍ପାନୀର ଅଧିକୃତ ଷ୍ଟୋର...

ଖିଲାପକାରୀଙ୍କ ୬୮ ହଜାର କୋଟିର ଋଣ ରାଇଟଅଫ୍‌

ନୂଆଦିଲ୍ଲୀ,୨୮।୪: ମେହୁଲ ଚୋକ୍‌ସୀଙ୍କ ସମେତ ୫୦ ପ୍ରମୁଖ ଇଚ୍ଛାକୃତ ଖଲାପକାରୀଙ୍କ ୬୮ ହଜାର କୋଟି ଟଙ୍କାର ଋଣ ରାଇଟଅଫ୍‌ କରାଯାଇଛି। ଏହି ଖଲାପକାରୀଙ୍କ ଉପରେ ରହିଥିବା...

Leave a comment

Your email address will not be published. Required fields are marked *