୨ ଲକ୍ଷ କୋଟିର ଋଣ ରାଇଟଅଫ୍‌ କଲେ ବ୍ୟାଙ୍କ

ନୂଆଦିଲ୍ଲୀ,୩୦-୧୧: ଦେଶରେ ସୂଚୀଭୁକ୍ତ ୪୨ ବାଣିଜି୍ୟକ ବ୍ୟାଙ୍କ ୨୦୧୮-୧୯ରେ ୨.୧୨ ଲକ୍ଷ କୋଟି ଟଙ୍କାର ଋଣ ରାଇଟ ଅଫ୍‌ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟକୁ ଦିଆଯାଇଥିବା ସୂଚନା ଏହା ସାମ୍ନାକୁ ଆସିଛି। ୨୦୧୭-୧୮ରେ ରାଇଟ ଅଫ୍‌ ହୋଇଥିବା ଋଣ ପରିମାଣଠାରୁ ଏହା ୪୨% ଅଧିକ ରହିଛି। ଏହି ସମୟରେ ବ୍ୟାଙ୍କ ୧.୫ ଲକ୍ଷ କୋଟି ଟଙ୍କାର ଋଣ ରାଇଟଅଫ୍‌ କରିଥିଲେ। ରାଇଟଅଫ୍‌ କରାଯାଇଥିବା ଋଣ ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ(ଏନ୍‌ପିଏ)ର ୨୦% ରହିଥିବା ଜଣାପଡ଼ିଛି। ବ୍ୟାଙ୍କ ସାଧାରଣତଃ ସେମାନଙ୍କ ବାଲାନ୍ସ ସିଟକୁ ସ୍ବଚ୍ଛ ଦେଖାଇବା ଲାଗି ଏନ୍‌ପିଏକୁ ସେମାନଙ୍କ ଖାତାରେ ଦେଖାଇ ନ ଥାନ୍ତି। ଅର୍ଥାତ ବାଦ ଦେଇଥାନ୍ତି। ଏହା ଦ୍ୱାରା ବ୍ୟାଙ୍କଗୁଡିକର ବାଲାନ୍ସ ସିଟ୍‌ ସ୍ବଚ୍ଛ ହେବା ସହ କ୍ଷତି ଏବଂ ଲାୟାବିଲିଟି କମ୍‌ ହୋଇଥାଏ। ବ୍ୟାଙ୍କଗୁଡିକ ରାଇଟ ଅଫ କରିଥିବା ଋଣ ଏବଂ ବାଲାନ୍ସ ସିଟକୁ ବାଦ ଦିଆଯାଇଥିବା ଋଣ ଯାହା ୪ ବର୍ଷ ହେଲା ପ୍ରଦାନ କରାଯାଇଥିବା ତାକୁ ଆରବିଆଇ ନିୟମ ମୁତାବକ ଏନ୍‌ପିଏ ବୋଲି ବିଚାର କରାଯାଇଥାଏ।
୨୦୧୪-୧୫ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ଶାସନ କ୍ଷମତାକୁ ଆସିବା ପରେ ଦେଶର ବ୍ୟାଙ୍କଗୁଡିକ ୫.୭ ଲକ୍ଷ କୋଟି ଟଙ୍କାର ଋଣ ରାଉଟ ଅଫ୍‌ କରିଛନ୍ତି। ୨୧ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କଥା ବିଚାରକୁ ନେଲେ ଏମାନେ ଅଧିକ ପରିମାଣର ଚାପଗ୍ରସ୍ତ ଋଣକୁ ସେମାନଙ୍କ ବାଲାନ୍ସ ସିଟରୁ ହଟାଇଛନ୍ତି। ୨୦୧୮-୧୯ରେ ବ୍ୟାଙ୍କଗୁଡିକ ୧.୯ ଲକ୍ଷ କୋଟି ଟଙ୍କାର ଋଣ ରାଇଟଅଫ କରିଛନ୍ତି। ମୋଟ ବାଣିଜି୍ୟକ ବ୍ୟାଙ୍କ କରିଥିବା ଋଣ ରାଇଟ ଅଫର ଏହା ୯୦%। ୨୦୧୪-୧୫ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଯେଉଁ ପରିମାଣର ଋଣ ରାଇଟଅଫ କରିଥିଲେ ସେହି ତୁଳନାରେ ୨୦୧୮-୧୯ର ରାଇଟଅଫ୍‌ ହୋଇଥିବା ଋଣ ପରିମାଣ ପ୍ରାୟ ୪ ଗୁଣ ଅଧିକ। ୨୦୧୭-୧୮ ତୁଳନାରେ ଏକ ତୃତୀୟାଂଶ ବାଣିଜି୍ୟକ ବ୍ୟାଙ୍କ ନିମ୍ନ ପରିମାଣର ଋଣକୁ ସେମାନଙ୍କ ବାଲାନ୍ସ ସିଟରୁ ହଟାଇଛନ୍ତି। ସରକାରଙ୍କ ସୂଚନା ମୁତାମକ ଏହା ମଧ୍ୟରେ କେବଳ ୩ ସରକାରୀ ବ୍ୟାଙ୍କ ରହିଛି।
ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏହି ସମୟରେ ସର୍ବାଧିକ ୫୬,୫୦୦ କୋଟି ଟଙ୍କା ଋଣ ଏହାର ବାଲାନ୍ସ ସିଟରୁ ହଟାଇଛି। ୨୦୧୪-୧୫ରେ ବ୍ୟାଙ୍କଗୁଡିକରେ ଏନ୍‌ପିଏ ୩.୨ଲକ୍ଷ କୋଟି ଟଙ୍କା ରହିଥିଲା।ମାତ୍ର ଗତ ୪ବର୍ଷରେ ଏହା ୩ ଗୁଣ ବଢି ୨୦୧୮-୧୯ରେ ୯.୪ ଲକ୍ଷ କୋଟି ଟଙ୍କାକୁ ବଢିଛି।


All Right Reserved By Dharitri.Com

ନୂଆ ଗାଡ଼ି ପାଇଁ ନେବାକୁ ହେବ ଲମ୍ବା ଅବଧିର ବୀମା ପଲିସି: ଆଇଆର୍‌ଡିଏ

ନୂଆଦିଲ୍ଲୀ,୧୩-୭: ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଲମ୍ବା ଅବଧିର ବୀମା ପଲିସି କିଣିବାକୁ ହେବ। ଏହା ବାଧ୍ୟତାମୂଳକ ହୋଇଛି। ତେବେ ପୂର୍ବରୁ ଗାଡ଼ି ପଲିସି ଥିବା...

କମିପାରେ ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ,୨୯-୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଘଟିଛି। ଏହା ଫଳରେ ଆଗାମୀ ଦିନରେ ଭାରତୀୟ ଉପଭୋକ୍ତାଙ୍କ ଲାଗି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ...

ଘରୋଇ ସହାୟକ, ଡ୍ରାଇଭରଙ୍କୁ ମିଳିବ ପିଏଫ୍‌

ନୂଆଦିଲ୍ଲୀ,୨୮-୮: ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ସାମାଜିକ ସୁରକ୍ଷା ଉପରେ ଅଧିକ ଦୃଷ୍ଟିନିବଦ୍ଧ କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ଆଇନରେ ଆବଶ୍ୟକ ସଂଶୋଧନ ଆଣି ଘରୋଇ ସହାୟକ,...

ଡେଲ୍‌,ଜିପ୍‌,ଏଲ୍‌ଆଇସି ଦେଶର ଭରସାଯୁକ୍ତ ବ୍ରାଣ୍ଡ

ନୂଆଦିଲ୍ଲୀ,୫-୬: ଲାପ୍‌ଟପ୍‌ କମ୍ପାନୀ ଡେଲ୍‌ ଭାରତର ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ। ଏହାପରେ ଗାଡ଼ି କମ୍ପାନୀ ଜୀପ ଓ ବୀମା କ୍ଷେତ୍ରର ଶୀର୍ଷ କମ୍ପାନୀ ଏଲ୍‌ଆଇସି ରହିଛି।...

ସର୍ଭିସ ସେକ୍ଟରରେ ମନ୍ଥର ଅବସ୍ଥା ଜାରି

ନୂଆଦିଲ୍ଲୀ,୬-୧୧: ଲଗାତାର ଦ୍ୱିତୀୟ ମାସ ଲାଗି ଦେଶର ସର୍ଭିସ ସେକ୍ଟରରେ ମନ୍ଥର ଅବସ୍ଥା ଲାଗି ରହିଛି। ଏହି ସମୟରେ ଦେଶର ସେବା କ୍ଷେତ୍ର କାର୍ଯ୍ୟକଳାପ ହ୍ରାସ...

କାର୍‌ ଜିତିଲେ ରେଡ୍‌ ଚିଫ୍‌ ଗ୍ରାହକ

ମୁମ୍ବାଇ,୨୨ା୬: ଲେୟାନ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡର ଲୋକପ୍ରିୟ ଲେଦର ବ୍ରାଣ୍ଡ ରେଡ୍‌ ଚିଫ୍‌ର ଭାଗ୍ୟଶାଳୀ ଗ୍ରାହକ ଲବନେସ ଗୌତମ ଗାଜିଆବାଦଠାରେ କାର୍‌ ଜିତିବାକୁ ସକ୍ଷମ ହୋଇଛନ୍ତି।...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଜାରି;ଅଗଷ୍ଟରେ ସର୍ବାଧିକ ଗାଡ଼ି ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ଼ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିକୁ ତଳିତଳାନ୍ତ କଲାଣି। କ୍ରମାଗତ ଦଶମ ମାସ ହେଲା ଗାଡ଼ି ବିକ୍ରି ହ୍ରାସ ପାଇ ଚାଲିଛି।...

ଜିଏସ୍‌ଟି ରାଜସ୍ବ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୧-୧୦: କିଛି ମାସ ହେବ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ଆଦାୟ ହେଉଥିବା ଟିକସ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ରହୁଛି। ଏହା ସରକାରଙ୍କ...

Leave a comment

Your email address will not be published. Required fields are marked *