ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର: ସଲ୍‌ମାନ ‘ବିଷାକ୍ତ ପୌରୁଷତ୍ୱର ପୋଷ୍ଟର ଚାଇଲ୍ଡ’

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ର। ସବୁବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଏହି ବୋଲ୍‌ଡ ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଏଥର ଟାର୍ଗେଟ କରିଛନ୍ତି ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ। ଗୋଟିଏ ପରେ ଗୋଟିଏ ସିରିଜ୍‌ ଟୁଇଟ୍‌ ମାଧ୍ୟମରେ ସଲମାନଙ୍କ ଉପରେ ବର୍ଷିଛନ୍ତି ସୋନା। ପ୍ରିୟଙ୍କା ଚୋପ୍ରା ନିଜ ବାହାଘର ପାଇଁ ସଲମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଭାରତ’ ଛାଡିବାକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଏଭଳି ଟୁଇଟ୍‌ କରିଛନ୍ତି ଏହି କଣ୍ଠଶିଳ୍ପୀ। ଏପରିକି ବିନା କୌଣସି ଭୟରେ ସେ ସଲ୍‌ମାନଙ୍କୁ ‘ବିଷାକ୍ତ ପୌରୁଷତ୍ୱର ପୋଷ୍ଟର ଚାଇଲ୍ଡ’ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି।
ବଲିଉଡ୍‌ର ଦବଙ୍ଗ୍‌ ବା ଟାଇଗରଭାବେ ଜଣାଶୁଣା ସଲ୍‌ମାନ ଖାନ୍‌ଙ୍କ ରାଜ୍‌ ସବୁବେଳେ ଇଣ୍ଡଷ୍ଟ୍ରିରେ ରହି ଆସିଛି। ବଡ଼ ବଡ଼ ପ୍ରଯୋଜକଙ୍କଠାରୁ ଆରମ୍ଭକରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଡରିଥାନ୍ତି। ସଲ୍‌ମାନଙ୍କ ନାକ ଉପରେ ରହୁଥିବା ରାଗ ପାଇଁ ତାଙ୍କସହ ଲାଗିବାକୁ ସମସ୍ତେ ଭୟ କରନ୍ତି ବୋଲି କୁହାଯାଏ। ହେଲେ ଗାୟିକା ସୋନା ମହାପାତ୍ର ଭାଇଜାନ୍‌ଙ୍କୁ ଖାତିର୍‌ ନ କରି ଟୁଇଟରରେ ତାଙ୍କ ଉପରେ ଥିବା ସମସ୍ତ ରାଗକୁ ଏକାଥରେ ସୁଝାଇଛନ୍ତି। ସଲମାନ୍‌ ଖାନଙ୍କ ଫିଲ୍ମ ‘ଭାରତ’କୁ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାହାଘର ପାଇଁ ଅଧାରୁ ଛାଡିଥିଲେ। ଏହା ବଲିଉଡ୍‌ ସୁପରଷ୍ଟାରଙ୍କୁ ପସନ୍ଦ ଆସି ନ ଥିଲା। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସଲ୍‌ମାନ ଏହି କଥା ଦୋହରାଇ କହିଥିଲେ, ଯେତେବେଳେ ଅନ୍ୟମାନେ ‘ଭାରତ’ ଫିଲ୍ମ ପାଇଁ ନିଜର ସର୍ବସ୍ବ ଏପରିକି ସ୍ବାମୀଙ୍କୁ ଛାଡିବାକୁ ପ୍ରସ୍ତୁତ ହୋଇଥିଲେ ସେତେବେଳ ପ୍ରିୟଙ୍କା କିନ୍ତୁ ଫିଲ୍ମ ଛାଡିଦେଇଥିଲେ। ସଲ୍‌ମାନଙ୍କ ଏହି ମନ୍ତବ୍ୟ ପରେ ସୋନା ପ୍ରିୟଙ୍କାଙ୍କ ସମର୍ଥନରେ ଟୁଇଟ୍‌ କରି କହିଛନ୍ତି, ପ୍ରିୟଙ୍କା ଚୋପ୍ରାଙ୍କୁ ନିଜ ଜୀବନରେ ଆହୁରି ବହୁତ ଭଲ କାମ କରିବାର ଅଛି। ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ ସହ ଜୀବନ ବିତାଇବା ସହ ନିଜ ସଫଳତାର ଯାତ୍ରା ମାଧ୍ୟମରେ ଅନ୍ୟ ଝିଅମାନଙ୍କୁ ପ୍ରେରଣା ଯୋଗାଉଛନ୍ତି ପ୍ରିୟଙ୍କା। ହେଲେ ଏଭଳି ମନ୍ତବ୍ୟ ମାଧ୍ୟମରେ ସଲ୍‌ମାନ ନିଜ ଭିତରେ ଥିବା ବିଷାକ୍ତ ପୌରୁଷତ୍ୱକୁ ଦେଖାଇଦେଇଛନ୍ତି ବୋଲି ସୋନା କଟାକ୍ଷ କରିଛନ୍ତି। ତେବେ ସୋନାଙ୍କ ଏହି ଟୁଇଟ୍‌କୁ କିନ୍ତୁ ସଲମାନଙ୍କ ଫ୍ୟାନ୍‌ମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହି ବିବାଦ ଏବେ ଟୁଇଟରରେ ଟ୍ରେଣ୍ଡ୍‌ କରୁଥିବାବେଳେ ସଲ୍‌ମାନ୍‌ ଏପର୍ଯ୍ୟନ୍ତ ଏହାକୁ ନେଇ ମୁହଁ ଖୋଲିନାହାନ୍ତି।


All Right Reserved By

ଆଲିଗଡ଼ ଶିଶୁ ହତ୍ୟା ମାମଲା: ପ୍ରତିକ୍ରିୟା ପ୍ରକାଶ କଲେ ଟ୍ବିଙ୍କିଲ-ଅକ୍ଷୟ

ମୁମ୍ବାଇ,୮।୬: ଉତ୍ତର ପ୍ରଦେଶ ଆଲିଗଡରେ ହୋଇଥିବା ଶିଶୁ ହତ୍ୟା ମାମଲାକୁ ବିରୋଧ କରି ପ୍ରଥମେ ଅନୁପମ ଖେର, ସୋନମ କପୁର, ସନ୍ନି ଲିଓନ ଆଦି ଟୁଇଟ୍‌...

ପୁଣି ପରଦାରେ ଧମାଲ୍‌ କରିବେ ପ୍ରଭାସ୍‌, ଆସୁଛି ଫିଲ୍ମ ‘ସାହୋ’

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି...

ବିବାଦରେ ଫିଲ୍ମ ‘ଆର୍ଟିକଲ ୧୫’

ମୁମ୍ବାଇ: ଫିଲ୍ମ ‘ଆର୍ଟିକଲ ୧୫’ ବିବାଦ ଘେରକୁ ଚାଲିଆସିଛି। ଏହି ଫିଲ୍ମରେ ଜାତିଆଣ ଅଧାରରେ ସମାଜକୁ ବଣ୍ଟନ କରିବା ସହ ବ୍ରାହ୍ମଣମାନଙ୍କୁ ଅପମାନ କରାଯାଇଛି ବୋଲି...

ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ରେ ପିତାଙ୍କ ସହ ତାଳ ଦେବେ ଆର୍ୟନ

ମୁମ୍ବାଇ: ବଡ଼ ପରଦାରେ ବାପା ଶାହରୁଖ ଖାଁଙ୍କ ସହ ନିଜର ପ୍ରଚ୍ଛଦ ସ୍ବର ଦେବାକୁ ଯାଉଛନ୍ତି ପୁଅ ଆର୍ୟନ। ଅନ୍ତରାଷ୍ଟ୍ରୀୟ କମ୍ପାନୀ ଡିଜନୀର ଅପ୍‌ କମିଂ...

ରିଷି କପୁରଙ୍କୁ ଭେଟିଲେ ନିତା-ମୁକେଶ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ବେଶ୍‌ କିଛି ଦିନ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ବଲିଉଡ୍‌ର ବହୁ...

ଚାରୁ ଅସୋପାଙ୍କୁ ବିବାହ କରିବେ ସୁଷ୍ମିତା ସେନଙ୍କ ଭାଇ ରାଜୀବ, ପ୍ରି-ଓ୍ବେଡିଂ ଫଟୋ ଭାଇରାଲ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନ। ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ ବିବାହ ଅନୁଷ୍ଠିତ ହେବ। ରାଜୀବ ପ୍ରେମିକା...

ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଲେ ଏହି ଅଭିନେତାଙ୍କ ଝିଅ

ଇଟାଲିୟନ୍‌ ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା। ଇନଷ୍ଟାଗ୍ରାମରେ ନିଜ ବୟଫ୍ରେଣ୍ଡ୍‌ଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଏକ ଭାବବିହ୍ବଳ...

ମା’ ନର୍ଗିସଙ୍କୁ ମନେପକାଇ କାନ୍ଦି ପକାଇଲେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଟେଡ୍‌ ନାୟିକା ଭାବେ ପରିଚିତ ସଞ୍ଜୟ ଦତ୍ତଙ୍କ ମା’ ନର୍ଗିସ ଦତ୍ତ। ଜୁନ୍‌ ପହିଲାରେ ଜନ୍ମ ନେଇଥିବା ନର୍ଗିସଙ୍କୁ ମନେ ପକାଇ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *