କର୍ମୀଙ୍କ ପିଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ଚମ୍ପୁଆ, ୨୯ା୧୧(ଡି.ଏନ.ଏ.)- ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ, ପୋଷାକପତ୍ର ଯୋଗାଣ ସହ ପ୍ରାକ୍‌ ଶିକ୍ଷା ପ୍ରଦାନ କରାଯାଉଛି। ହେଲେ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଚମ୍ପୁଆ ଏନଏସି ଅନ୍ତର୍ଗତ ୧ ନଂ ୱାର୍ଡ ଗୋଧୂଳିଠାରେ ଥିବା ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଘର ନ ଥିବାରୁ ଅଙ୍ଗନୱାଡି କର୍ମୀ ନିଜ ଘର ବାରଣ୍ଡାରେ ଏହାକୁ ଚଳାଉଛନ୍ତି। କୋଠରି ଅଭାବରୁ ଶିଶୁମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଗୋଧୂଳି ଗ୍ରାମର ବଙ୍କାସାହି, ଢିପାସାହି ଓ ଉପରସାହିର ୨୦ଜଣ ପିଲାଙ୍କୁ ନେଇ ଏହି ଅଙ୍ଗନୱାଡି- ୨ କେନ୍ଦ୍ର ପରିଚାଳିତ ହେଉଛି। ପ୍ରଥମେ ଏହି କେନ୍ଦ୍ର ମିଳିତ ଭାବେ ୧ ନଂ .ଅଙ୍ଗନୱାଡି କେନ୍ଦ୍ରରେ ଚାଲୁଥିଲା। ସ୍ଥାନାଭାବ କାରଣରୁ ଅଙ୍ଗନୱାଡି କେନ୍ଦ୍ର ଅଲଗା ହେବା ପରେ କର୍ମୀ ଓ ଗ୍ରାମବାସୀ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ା ସ୍ଥାନୀୟ ଅଭିଭାବକମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


All Right Reserved By Dharitri.Com

ପାଳନ ହେଲା ବଡ଼ଦିନ: ବାଇବେଲ୍‌ ପାଠ ସହ ପ୍ରାର୍ଥନାରେ ପ୍ରକମ୍ପିତ ଚର୍ଚ୍ଚ ଗୃହ

ଦାରିଙ୍ଗବାଡ଼ି,୨୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ବଡ଼ଦିନ ଶାନ୍ତି ଶୃଙ୍ଖଳାର ସହ ପାଳନ ହେଉଛି। ଏହି ଅବସରରେ ସମସ୍ତ ଖ୍ରୀଷ୍ଟଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ...

ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ

ପୁରୁଷୋତ୍ତମପୁର(ଡି.ଏନ୍‌ଏ.)/ କବିସୂର୍ଯ୍ୟନଗର,୧୯ା୧୧- ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ ଖରିଡା ପଞ୍ଚାୟତ ବାଣନଈ ଗ୍ରାମ ନିକଟରେ ଥିବା ଦେଶୀ ମଦ ଦୋକାନକୁ ସମ୍ପୂର୍ଣ୍ଣ...

ଏସ୍‌ସିବି ମେଡିକାଲରେ ୫-ଟି ସଚିବ: ସୁପର ସ୍ପେଶିଆଲିଟି ବିଲ୍ଡିଂ ନିର୍ମାଣ ନେଇ ଆଲୋଚନା

କଟକ ଅଫିସ, ୭।୧୧: ରାତି ପାହିନି, କଟକ ଏସ୍‌ସିବି ମେଡିକାଲରେ ରାଜ୍ୟର ୩ ଜଣ ଆଇଏଏସ୍‌ ଅଫିସର ପହଞ୍ଚିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନେତୃତ୍ୱରେ...

ଭିଜିଲାନ୍ସ ଜାଲରେ ଫେଡ୍‌କୋ ଜେ.ଇ.

ସାକ୍ଷୀଗୋପାଳ, ୩।୧୨(ଡି.ଏନ.ଏ.): ସାକ୍ଷୀଗୋପାଳ ଫେଡ୍‌କୋ ନଂ ୨ ସେକ୍ସନ ଜେ.ଇ. ବିଘ୍ନରାଜ ମହାନ୍ତି ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସତ୍ୟବାଦୀ ଥାନା ଧାନକେରା ଗ୍ରାମର...

ଘନ କୁହୁଡ଼ି: ଦୁଇ ଡଙ୍ଗା ମଧ୍ୟରେ ଧକ୍କା, ଅଳ୍ପକେ ବର୍ତ୍ତିଲେ ୧୮ ମତ୍ସ୍ୟଜୀବୀ

ଗୋପାଳପୁର,୧୯।୧(ଡି.ଏନ୍‌.ଏ.): କିଛିଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଘନକୁହୁଡ଼ି ଦେଖାଦେଉଛି। ଏହି କୁହୁଡ଼ି ଯୋଗୁ ଗଞ୍ଜାମ ଜିଲା ଗୋପାଳପୁର ସମୁଦ୍ର ମଝିରେ ଦୁଇ ଡଙ୍ଗା ମଧ୍ୟରେ...

ଲାଞ୍ଚ: ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ଗିରଫ

କଟକ ଅଫିସ, ୪ା୧: ଦେଢହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ନବରଙ୍ଗପୁରଠାରେ ଥିବା ଲାର୍ଜ ଏରିଆ ମଲ୍‌ଟି ପର୍ପୋଜ୍‌ କୋଅପରେଟିଭ ସୋସାଇଟି...

ସିଏଏ, ଏନ୍‌ଆର୍‌ସି ବିରୋଧରେ ବରଗଡ଼ରେ ବିକ୍ଷୋଭ

ବରଗଡ଼ ଅଫିସ,୨୪।୧୨: ବରଗଡ଼ରେ ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରାଯାଇଛି। ଏହି କ୍ରମରେ ମଙ୍ଗଳବାର ସ୍ଥାନୀୟ ସମ୍ବିଧାନ ସୁରକ୍ଷା ମଞ୍ଚ...

ସୁନା ଦୋକାନୀଙ୍କଠାରୁ ଲୁଟ ଉଦ୍ୟମ: ଲୁଟେରାଙ୍କୁ ଧରିଲେ ଛାତ୍ର ନେତା

ବାରିପଦା ଅଫିସ,୨୩ା୧୦- ବାରିପଦା ସହରରେ କିଛି ଦିନ ହେବ ଚୋରି ଓ ଲୁଟ ଘଟଣା ବୃଦ୍ଧି ପାଇଛି। ସହର ଏକ ପ୍ରକାର ଅପରାଧୀଙ୍କ ଚରାଭୁଇଁ ପାଲଟିଥିବା...

Leave a comment

Your email address will not be published. Required fields are marked *