Posted inଜାତୀୟ

କଂଗ୍ରେସ ପାଖରେ ମୁଣ୍ଡ ନୁଆଁଇ ପାରନ୍ତି ଉଦ୍ଧବ

ମୁମ୍ବାଇ,୨୯।୧୧: ବହୁ ବାଦବିବାଦ ପରେ ଶେଷରେ ମହାରାଷ୍ଟ୍ରରେ ଶିବସେନା ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ ଅଲଗା ହୋଇ ସରକାର ଗଠନ କରିଛି। ଆଉ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ନ ଲଢି ପଦ ସମ୍ଭାଳିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଏବେ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ତେବେ ମହାରାଷ୍ଟ୍ରରେ ସରକାର ଗଠନକୁ ୨୪ ଘଣ୍ଟା ପୂରଣ ହୋଇ ନ ଥିବା ବେଳେ ଉଦ୍ଧବ ମେଣ୍ଟ ସରକାର ଚଳାଇବାର ଅନୁଭୁତି କିଛି ପରିମାଣରେ ପ୍ରାପ୍ତ ହୋଇଛନ୍ତି।  ମେଣ୍ଟ  ପୂର୍ବରୁ କଂଗ୍ରେସ ଯେଉଁ ସର୍ତ୍ତ ରଖିଥିଲା ଏବେ ଉଦ୍ଧବ ତାକୁ ମାନିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ଉକ୍ତ ସର୍ତ୍ତ ଅନୁଯାୟୀ ଏବେ କଂଗ୍ରେସକୁ ଉପ ମୁଖ୍ୟମନ୍ତ୍ରୀ ଓ ଉପ ବାଚସ୍ପତି ପଦ ଦେବାକୁ ଉଦ୍ଧବ ବାଧ୍ୟ ହୋଇପାରନ୍ତି । ଏହାସହ କଂଗ୍ରେସରୁ ୧୨ରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ ମନ୍ତ୍ରୀପଦ ମଧ୍ୟ ମିଳିପାରେ ବୋଲି କୁହାଯାଉଛି।


All Right Reserved By Dharitri.Com

ହାଡ଼ ମଜଭୁତ କରେ ଛତୁ

ମଶରୁମ୍‌ ବା ଛତୁ କେବଳ ଖାଇବା ପାଇଁ ସ୍ବାଦିଷ୍ଟ ତାହା ନୁହେଁ ଏହାର ଅନେକ ଗୁଣ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ଆୟୁର୍ବେଦରେ...

ନଳିନୀଙ୍କୁୁ ମିଳିଲା ୩୦ ଦିନ ପାରୋଲ

ନୂଆଦିଲ୍ଲୀ,୨୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍‌ଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ଗୁରୁବାର...

ପାକ୍‌ ସେନା ଗୁଳିରେ ମହିଳା ମୃତ

ଶ୍ରୀନଗର,୨୫-୧୦ (ପି.ଟି.):ଏଲ୍‌ଓସି ଅନ୍ତର୍ଗତ ଜମ୍ମୁ-କଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୈନ୍ୟଙ୍କ...

ପରମାଣୁ ଆକ୍ରମଣକୁ ନେଇ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ

ଜଇପୁର,୧୬।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନ ଗସ୍ତ କରିଛନ୍ତି। ଏଠାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କର...

ସଡକ ଦୁର୍ଘଟଣାରେ ଜଣେ ସେନା ଅଧିକାରୀଙ୍କ ସମେତ ୬ ଜଣଙ୍କ ଜୀବନ ଗଲା

ଇନ୍ଦୋର,୨୯।୧୦: ମଧ୍ୟପ୍ରଦେଶର ଇନ୍ଦୋରର ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ତେଜାଜି ନଗର ଅଞ୍ଚଳରେ ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ...

ଚନ୍ଦ୍ରର ନିକଟତର ହେଲା ଲ୍ୟାଣ୍ଡର୍‌

ଚେନ୍ନାଇ: ଚନ୍ଦ୍ରଯାନ-୨ ଅର୍ବିଟରରୁ ପ୍ରଥମ ମୁନ୍‌ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ପରେ ମଙ୍ଗଳବାର ପ୍ରଥମ ଓ ବୁଧବାର ଦ୍ୱିତୀୟ ଡି-ଅର୍ବିଟାଲ ଅପରେଶନ ସକାଳ ୩...

ରାତି ୧୦ଟା ପରେ ମହିଳାଙ୍କୁ ଘରେ ପହଞ୍ଚାଇବ ପୋଲିସ

ବେଙ୍ଗାଲୁରୁ,୮।୧୨: କର୍ନାଟକର ଗଦାଗ ପୋଲିସ ଏବେ ମହିଳାମାନଙ୍କୁ ମାଗଣାରେ ଘରେ ପହଞ୍ଚାଇବାର ଯୋଜନା କରିଛି। ରାତି ୧୦ଟାରୁ ଭୋର ୬ଟା ମଧ୍ୟରେ ଯେଉଁ ମହିଳାମାନେ ବାହାରେ...

ଦେଶର ଅର୍ଥ ବ୍ୟବସ୍ଥାକୁ ଖରାପ କରିବା ପାଇଁ ମଧ୍ୟ ବୁଦ୍ଧି ଆବଶ୍ୟକ: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୧୯।୧: ଦେଶର ଅର୍ଥବ୍ୟବସ୍ଥା ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା ଜାରି ରହିଛି। ତେବେ ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌...

Leave a comment

Your email address will not be published. Required fields are marked *