ଡଷ୍ଟବିନ୍‌ରୁ ମିଳିଲା ନରକଙ୍କାଳ, ଲୋକେ ଆତଙ୍କିତ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସ୍ଥାନୀୟ ଆଇଆର୍‌ସି ଭିଲେଜ୍‌ ହାଇସ୍କୁଲ ପଛପଟେ ଥିବା ଏକ ଡଷ୍ଟବିନରୁ ଶୁକ୍ରବାର ନରକଙ୍କାଳ ଉଦ୍ଧାର କରାଯାଇଛି। ଜଣେ ସଫେଇ କର୍ମଚାରୀ ସକାଳେ ଡଷ୍ଟବିନ୍‌ ସଫା କରୁଥିବା ବେଳେ ପଲିଥିନରେ ବନ୍ଧା ଅବସ୍ଥାରେ କଙ୍କାଳ ଦେଖିବାକୁ ପାଇଥିଲେ। ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ଫରେନ୍ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କଙ୍କାଳର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ତେବେ ଏହି କଙ୍କାଳରେ ଏଲ୍‌-୧, ଏଲ୍‌-୨ ଭଳି ମାର୍କିଂ ଥିବାରୁ କୌଣସି ମେଡିକାଲ କଲେଜରେ ପାଠପଢ଼ା ପାଇଁ ରଖାଯାଇଥିବା ଏବଂ କେହି ଏହାକୁ କେହି ଆଣି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଅପରପକ୍ଷେ ଉକ୍ତ ଅଞ୍ଚଳରେ କଙ୍କାଳ ମିଳିବା ପରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିଭଳି କଙ୍କାଳଟି କେତେ ଦିନର ଏବଂ ଏଗୁଡିକ ପୁରୁଷ ଅଥବା ମହିଳାଙ୍କର ତାହା ପରୀକ୍ଷଣ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।


All Right Reserved By Dharitri.Com

ଅଗ୍ନିକାଣ୍ଡ: ୨୦ ବଖରା ଜଳିଗଲା

ଚିକିଟି/ହାତୀଓଟ,୨୫ା୭(ଡି.ଏନ୍‌.ଏ.)- ଚିକିିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଆଦିବାସୀ ବାତରଡାପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୮ ଆଦିବାସି ପରିବାରଙ୍କ ୧୬ ବଖରା ଜଳିଯାଇଛି। ସେହିପର...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଚିନିକଳ କର୍ମଚାରୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ ଅଫିସ/ବିଜେପୁର, ୧୭ା୧୦- ବରଗଡ ଜିଲା ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ’ରେ ବିଜେପୁର ଅଞ୍ଚଳରେ ଦଳୀୟ ପ୍ରାର୍ଥିନୀ...

ଅବ୍ୟବସ୍ଥାକୁ ସଜାଡ଼ିଦେଉଥିବା ଶକ୍ତି ଦେବୀ ଇନ୍ଦ୍ରାଣୀ

ଶ୍ରୀମନ୍ଦିରରେ ଉପାସନାର ବିବିଧତା ଦେଖିବାକୁ ମିଳେ। ବିବିଧତା ମଧ୍ୟରେ ଏକତା ଏବଂ ଏକତା ମଧ୍ୟରେ ବିବିଧତା ରହିବା ସନାତନୀୟ ପରମ୍ପରା। ଆଗମ ଏବଂ ନିଗମ ଆମର...

ଝୁଣ୍ଟିଛି ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନା: ଆବଣ୍ଟନଗ୍ରାହୀଙ୍କୁ ମିଳୁନି ଘର

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ମହିଷାପାଟ ନିକଟରେ ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନାରେ ଘର ନିର୍ମାଣ...

ବନ୍ଧୁ ବିନା ଜୀବନ ରଙ୍ଗହୀନ

ଭୁବନେଶ୍ୱର, ୪ା୮(ବ୍ୟୁରୋ)/ କଟକ ଅଫିସ: ‘ବନ୍ଧୁ’ – ତୁମ ଖୁସିରେ ଯିଏ ଖୁସି ହୁଏ। ତୁମକୁ ସବୁ ବେଳେ ଆଗକୁ ବଢିବାରେ ପ୍ରେରଣା ଦିଏ। ଯିଏ...

ଧାନ ବିଲରେ ଫୁଟିଲା ପଦ୍ମ

କଣାସ,୨୧ା୩ (ସ୍ବ.ପ୍ର.): ସମାଜ ଯେତିକି ଆଧୁନିକ ଆଡ଼କୁ ଗତି କରୁଛି ପାଣିପାଗର ପରିବର୍ତ୍ତନ ଯୋଗୁ ବେଳେବେଳେ ଅଜବ ଘଟଣାମାନ ଦେଖିବାକୁ ମିଳୁଛି। ଜଣେ ଚାଷୀଙ୍କ ଖରାଟିଆ...

ଏଚ୍‌ଆଇଭି ସଂକ୍ରମିତ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା

କଟକ ଅଫିସ, ୨୨ା୭ : କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳରେ ଥିବା ଏକ ଆଶ୍ରମରେ ଜଣେ ଏଚ୍‌ଆଇଭି ସଂକ୍ରମିତ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ...

ରାଉରକେଲାରେ ଏସିଡ୍‌ ମାଡ଼: ଗୋଟିଏ ପରିବାରର ୪ ଆହତ; ଅଭିଯୁକ୍ତ ଗିରଫ

ରାଉରକେଲା ଅଫିସ,୬ା୨- ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍‌ ମାଡ଼ରେ ଗୋଟିଏ ପରିବାରର ୪ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ...

Leave a comment

Your email address will not be published. Required fields are marked *