Posted inଜାତୀୟ

ମଧ୍ୟାହ୍ନ ଭୋଜନ କ୍ଷୀରରେ ପାଣି ମିଶାଇବା ଘଟଣା: ୨ ନିଲମ୍ବିତ

ଲକ୍ଷ୍ନୌ,୨୯।୧୧: କେନ୍ଦ୍ର ସରକାର ସ୍କୁଲ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ହେଲେ ସେ ସବୁ ଯୋଜନା କାର୍ଯ୍ୟକାରୀ ନ ହୋଇ ବାଟବଣା ହେବାରେ ଲାଗିଛି। ସେଥି ମଧ୍ୟରୁ ମଧ୍ୟାହ୍ନ ଭୋଜନ ଅନ୍ୟତମ। ପ୍ରତିଦିନ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଯୋଗୀ ସରକାର ଲଢ଼ୁଥିବା ବେଳେ ଏହି କ୍ଷେତ୍ରରେ ନିଜ ରାଜ୍ୟ ସବୁଠାରୁ ଆଗରେ ରହିଛି। ପୂର୍ବରୁ ମିର୍ଜାପୁରର ଏକ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଖାଇବାକୁ ରୁଟି ଓ ଲୁଣ ଦିଆଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଏବେ ସୋନଭଦ୍ରର ଏକ ସ୍କୁଲରେ ଏକ ଲିଟର କ୍ଷୀରରେ ବାଲ୍‌ଟିଏ ପାଣି ମିଶାଇ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ଉକ୍ତ ସ୍କୁଲର ଦୁଇଜଣ ଶିକ୍ଷାମିତ୍ରଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ସୋନଭଦ୍ର ସାଲାଇବନଓ୍ବା ପ୍ରାଇମେରି ସ୍କୁଲରେ ଜଣେ ରୋଷେୟା ଏକ ଲିଟର କ୍ଷୀରରେ ବାଲଟିଏ ପାଣି ମିଶାଇ ୮୫ଜଣ ଛାତ୍ରୀଛାତ୍ରଙ୍କୁ ପିଇବାକୁ ଦେଇଥିବା ଅଭିଯୋଗ ହୋଇଛି। କ୍ଷୀରରେ ପାଣି ମିଶାଉଥିବା ବେଳେ ଉକ୍ତ ସ୍କୁଲର ଜଣେ କର୍ମଚାରୀ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜିଲାଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣ ଶିକ୍ଷାମିତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଅନ୍ୟପଟେ ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଦୁଇ ଦିନ ଭିତରେ ଏନେଇ ଶିକ୍ଷା ବିଭାଗର ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ। ଯଦି ଏହି ଘଟଣାରେ କେହି ଦୋଷୀ ସାବ୍ୟସ୍ତ୍ୟ ହୁଅନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷାଅଧିକାରୀ କହିଛନ୍ତି।


All Right Reserved By Dharitri.Com

ହ୍ବାଇଟ୍‌ କଲର ଜମ୍ପଶୁଟ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଆମେରିକାର ଫାଷ୍ଟ ଲେଡି

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରିବାର ସହ ସୋମବାର ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହ ଅଛନ୍ତି ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ।...

ତାମିଲନାଡୁରେ ଆରମ୍ଭ ହେଲା ‘ଫନୀ’ର ପ୍ରଭାବ

ଚେନ୍ନାଇ,୨।୫: ବତ୍ୟା ‘ଫନୀ’ ଏବେ ଉଗ୍ରରୂପ ନେଇ ଉପକୂଳ ମୁହାଁ। ଗୁରୁବାର ସକାଳେ ଏହାର ସାମନ୍ୟ ପ୍ରଭାବ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ଫଳରେ ନ୍ୟାଶନାଲ...

ବିିହାରରେ ଏନ୍‌ଆର୍‌ସି ଲାଗୁ ନେଇ ଭାଜପା-ଜେଡ଼ିୟୁ ମୁହାଁମୁହିଁ

ପାଟନା,୪।୯: ବିହାରରେ ଏନ୍‌ଆର୍‌ସି ଲାଗୁ ନେଇ ଭାଜପା ଏବଂ ଶାସକ ଜେଡ଼ିୟୁ ମୁହାଁମୁହିଁ ହୋଇଛନ୍ତି। ଭାଜପା ରାଜ୍ୟସଭା ଏମ୍‌ପି ରାକେଶ ସିହ୍ନା ବିହାରର କଟିହାର, ପୂର୍ନିୟା,...

୭ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ରାମେଶ୍ୱରମ୍‌,୧୩।୮: ଶ୍ରୀଲଙ୍କା ନୌସେନା ପକ୍ଷରୁ ୭ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରାଯାଇଛି। ସେମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ଶ୍ରୀଲଙ୍କା...

ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେଲେ ସୁଭାଷ ଚୋପ୍ରା

ନୂଆଦିଲ୍ଲୀ,୨୩।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଛି। ବୁଧବାର ସୁଭାଷ ଚୋପ୍ରାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

‘ଦେଶଦ୍ରୋହୀଙ୍କୁ ଗୁଳି କର’ ସ୍ଲୋଗାନ ଦେଇ ୩ ଭାଜପା କର୍ମକର୍ତ୍ତା ଗିରଫ

କୋଲକାତା,୨।୩: ପଶ୍ଚିମବଙ୍ଗ କୋଲକାତାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଆୟୋଜିତ ଏକ ରାଲିରେ ଯୋଗଦେଇଥିଲେ। ଏହି ଅବସରରେ ୩ ଭାଜପା...

ଉର୍ଦ୍ଦୁ ଶ୍ରୀମଦ୍‌ ଭାଗବତ ଗୀତାକୁ ୧୨୧ ବର୍ଷ ହେଲା ରଖିଛନ୍ତି ମୁସଲମାନ୍‌ ପରିବାର

ଭୋପାଳ,୧୮।୧୧: ଭାରତ ସବୁବେଳେ ଭିନ୍ନତାରେ ଏକତାର ଉଦାହରଣ ସୃଷ୍ଟି କରିଥାଏ। ମଧ୍ୟପ୍ରଦେଶରେ ଏକ ମୁସଲମାନ୍‌ ପରିବାର ୧୨୧ ବର୍ଷ ହେଲା ଉର୍ଦ୍ଦୁରେ ରଚିତ ଶ୍ରୀମଦ୍‌ ଭାଗବତ...

ସଲମାନ୍‌ଙ୍କ ବିରୋଧରେ ମାମଲା

ମୁମ୍ବାଇ,୨୬ା୬(ପି.ଟି.): ମୁମ୍ବାଇର ଜଣେ ଖବରଦାତା ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଛନ୍ତି। ଜେକେ ନ୍ୟୁଜ୍‌ ଚ୍ୟାନେଲ୍‌ର ମହାରାଷ୍ଟ୍ର ମୁଖ୍ୟ ଅଶୋକ...

Leave a comment

Your email address will not be published. Required fields are marked *