Posted inଜାତୀୟ

ଭାଜପା ବିଧାୟକ କହିଲେ, ପ୍ରଜ୍ଞାଙ୍କୁ ସଲାମ, ଗଡ୍‌ସେ ହେଉଛନ୍ତି ଅସଲ ଦେଶଭକ୍ତ

ଗୁଆହାଟୀ,୨୯।୧୧: ଭାଜପା ଏମ୍‌ପି ସ୍ବାଧୀ ପ୍ରଜ୍ଞା ଠାକୁର ପରେ ଆଉ ଜଣେ ଭାଜପା ବିଧାୟକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଦେଶଭକ୍ତ କହିଛନ୍ତି। ଆସାମର ଭାଜପା ବିଧାୟକ ଶିଲାଦିତ୍ୟ ଦେବ ପ୍ରଜ୍ଞାଙ୍କୁ ସପକ୍ଷରେ ମତ ଦେଇ ଗଡ୍‌ସେଙ୍କ ଅସଲ ଦେଶଭକ୍ତ ଆଖ୍ୟା ଦେଇଛନ୍ତି। ସେ ପ୍ରଜ୍ଞା ଠାକୁରଙ୍କୁ ସଲାମ କରୁଛି, ଦେଶରେ ତାଙ୍କ ଭଳି ସତ କହିବା ଲୋକ ଖୁବ୍‌ କମ୍‌ ଅଛନ୍ତି। ମହାତ୍ମା ଗାନ୍ଧୀ ହିନ୍ଦୁଙ୍କ ପାଇଁ ଯାହା କରିଛନ୍ତି ତାହା ଠିକ୍‌ ନୁହେଁ। ତେଣୁ ଜଣେ ବ୍ୟକ୍ତି ଏହାର ବିରୋଧ କରିବା ସ୍ବାଭାବିକ। ଗଡ୍‌ସେ ଆକ୍ରମକ ଧରଣର ବ୍ୟକ୍ତି ଥିଲେ। ତେଣୁ  ଏହାକୁ ସହି ନ ପାରି ଗଡ୍‌ସେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ଶିଲାଦିତ୍ୟ କହିଛନ୍ତି। ସୂଚନାଯୋଗ୍ୟ, ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଲୋକ ସଭାରେ ଗଡ୍‌ସେଙ୍କୁ ଦେଶଭକ୍ତ କହି ବିବାଦ ଘେରକୁ ଆସିଥିଲେ।


All Right Reserved By Dharitri.Com

ଲକ୍‌ ଡାଉନ୍‌ରେ ଘରୁ ବାହାରୁଥିବା ଲୋକଙ୍କ ଗୋଡ଼କୁ ପୋଲିସ ଗୁଳି କରିବା ଆବଶ୍ୟକ: ଭାଜପା ବିଧାୟକ

ଗାଜିଆବାଦ୍‌,୨୬।୩: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ଭାଜପା ସଦସ୍ୟ ନନ୍ଦକିଶୋର ଗୁର୍ଜର...

ଥରିଲା ପଶ୍ଚିମବଙ୍ଗ

କୋଲକାତା,୨୯।୭: ପଶ୍ଚିମବଙ୍ଗର ପୁରୁଲିଆ ଜିଲାରେ ଭୋର୍‌ ୨ଟା ୫୫ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି …

ଲେମ୍ବୁ,ଭିଟାମିନ ‘ସି’ରେ ଭରପୂର। ନିୟମିତ ଲେମ୍ବୁ ଖାଇଲେ ଏହା ବହୁ ରୋଗରୁ ଦୂରେଇ ରଖେ। ସକାଳେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁରସ ମହୁ ମିଶାଇ...

ଜେଟଲୀଙ୍କୁ କ୍ଷମା ମାଗିଥିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ଆମ ଗହଣରେ ନାହାଁନ୍ତି ସତ। ହେଲେ ତାଙ୍କର କିଛି କାର୍ଯ୍ୟ ଏବେବି...

କୋର୍ଟରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ,୧୦।୧୦: ବିଦେଶ ଗସ୍ତରେ ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଫେରିବା ପରେ ଗୁଜରାଟର ସୁରଟଠାରେ ଥିବା ଏକ କୋର୍ଟରେ ମାନହାନୀ ମାମଲାରେ...

୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଲେ ଭାଗୀରଥି ଆମ୍ମା

ଥିରୁଭାନନ୍ତପୁରମ୍‌,୨୦।୧୧: ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ଭାଗୀରଥି ଆମ୍ମା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେରଳରେ ଘଟିଛି ଏଭଳି ନିଆରା ଘଟଣା। କେରଳ...

ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ ନୀରଜ ଶେଖର

ଲକ୍ଷ୍ନୌ, ୧୪।୮:ଉତ୍ତର ପ୍ରଦେଶର ଏକ ସିଟ୍‌ରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ପୁଅ ନୀରଜ...

ଅଜିତ ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର:ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ,୫।୯: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ବାସ୍ଥାବସ୍ଥା ଅଚାନକ ବିଗିଡି ଯାଇଛି। ତାଙ୍କୁ ଗୁରୁଗ୍ରାମର ମେନ୍ଦାତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ମୁତାବକ,...

Leave a comment

Your email address will not be published. Required fields are marked *