ବିଭାଗୀୟ ଉଦାସୀନତାରୁ ଯବାନ ମୃତ୍ୟୁସହ ସଂଗ୍ରାମ କରିବା ଘଟଣା: ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କାର୍ଯ୍ୟ କରୁଥିବାବେଳେ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ଗୁରୁତର ଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରତି ଗୁରୁତର ବିଭାଗୀୟ ଅବହେଳା କରାଯାଇଥିବା ଅଭିଯୋଗ ହୋଇ ଆସୁଛି। ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି। କୃଷ୍ଣଚନ୍ଦ୍ର ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ଦେଖାଶୁଣା କରାଯିବା ତ ଦୂରେ ଥାଉ ତାଙ୍କ ଉପରିସ୍ଥ ଅଧିକାରୀ ଦେଖିବାକୁ ଆସୁନାହାନ୍ତି। ଏନେଇ ତାଙ୍କ ବାପା ଗଙ୍ଗାଧର ମଲ୍ଲିକ ଓ ଗ୍ରାମ ପଞ୍ଚାୟତ ଲୋକେ ଗୃହବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରିବା ପାଇଁ ଗୃହ ବିଭାଗ ପୋଲିସ ଡିଜି ଓ ଆଇଜିଙ୍କୁ ଚିଠି ଲେଖିଛି। ଯେଉଁମାନେ କୃଷ୍ଣଚନ୍ଦ୍ରଙ୍କ ନାମରେ ଜାଲ ଦସ୍ତଖତ କରି ଛୁଟି ମଞ୍ଜୁର କରିଛନ୍ତି, ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କୃଷ୍ଣଚନ୍ଦ୍ରଙ୍କ ଘର କେଉଁଝର ଜିଲାରେ ହୋଇଥିବାବେଳେ ସେ ଓଏସ୍‌ଏପି ୨ୟ ବାଟାଲିୟନର ସୀପାହୀ ହାବିଲ୍‌ଦାର ଏସ୍‌-୧୬୪ ଭାବେ ରାଉରକେଲା କାଲ୍‌ଟା ଫାଣ୍ଡିରେ କାର୍ଯ୍ୟ କରୁଥିଲେ। ଗତମାସ ୩ ତାରିଖ ସକାଳେ ସେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ନ ଯାଇ ଚଞ୍ଚକତା କରି ଛୁଟି ଦରଖାସ୍ତରେ ତାଙ୍କର ଦସ୍ତଖତ କରି ନିଆଯାଇଥିଲା। ବିଳମ୍ବ ଯୋଗୁ ସେ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ଅଚେତ ହୋଇପଡିଥିଲେ। ୫ଘଣ୍ଟା ପରେ ତାଙ୍କୁ କେତେଜଣ ଯବାନ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପଳାଇଯାଇଥିଲେ। ଖବରପାଇ ପରିବାର ଲୋକେ ପହଞ୍ଚତ୍ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରିଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିବା ଓ କୃଷ୍ଣଚନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇପଡିଥିବା ଡାକ୍ତର କହିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବାପା ଗଙ୍ଗାଧର ଗରିବ ହୋଇଥିବାରୁ ଧାର କରଜ କରି ୧୦ଲକ୍ଷରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିଥିଲେ। ସ୍ଥିତି ଏପରି ହୋଇଥିଲା ଶେଷରେ ଗଙ୍ଗାଧର ପାଳୁଥିବା କୁକୁଡ଼ା ବିକ୍ରି କରିଦେଇଥିଲେ। ଶେଷରେ ଅର୍ଥାଭାବରୁ ପରିବାର ଲୋକେ କୃଷ୍ଣଚନ୍ଦ୍ରଙ୍କୁ ଘରୋଇ ହସ୍ପିଟାଲରୁ କଟକ ବଡ଼ ମେଡିକାଲରେ ପୁଣି ଭର୍ତ୍ତି କରିଛନ୍ତି। ଯେଉଁ ଅଧିକାରୀଙ୍କ ଅବହେଳା ପାଇଁ ପୁଅର ଏଭଳି ଅବସ୍ଥା ହେଲା ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାପା ଗଙ୍ଗାଧର ଦାବି କରିଛନ୍ତି।


All Right Reserved By Dharitri.Com

ବନ୍ଦ ରହିବ ଠିପି ଖୋଲା ମଦ ଦୋକାନ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଲାଗି ସମସ୍ତ ଠିପି ଖୋଲା ମଦ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଏନେଇ...

ମୈଥାନ ଇସ୍ପାତ କାରଖାନାରେ ଶ୍ରମିକ ଅଶାନ୍ତି: ବକେୟା ଦରମା ଦାବିରେ ରାସ୍ତା ଅବରୋଧ

କଳିଙ୍ଗନଗର,୧୭।୧୦(ଡି.ଏନ୍‌.ଏ.): କଳିଙ୍ଗନଗରସ୍ଥିତ ମୈଇଥାନ ମେସ୍କୋ କାରଖାନାର ଶ୍ରମିକମାନେ ବକେୟା ଦରମା ଦାବିରେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାରଖାନା ପକ୍ଷରୁ ଶ୍ରମିକଙ୍କୁ ୯ ମାସର ବକେୟା ପାଉଣା...

ପରଜଙ୍ଗରେ କାଳବୈଶାଖୀ: ବ୍ୟାପକ କ୍ଷତି; ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଉଡ଼ିଲା ଛପର

ପରଜଙ୍ଗ, ୨୮।୫(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ବେଳେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବେଗରେ...

ଆଇଆର୍‌ସିଟିସିର ଓଡ଼ିଶାରୁ ପ୍ରଥମ ବିମାନ ଟୁର୍‌; ଅରୁଣାଚଳ ପ୍ରଦେଶ ବୁଲିବେ ଯାତ୍ରୀ

ଭୁବନେଶ୍ୱର, ୭ା୧୧ (ବ୍ୟୁରୋ) ଆଇଆର୍‌ସିଟିସି ଓଡ଼ିଶାରୁ ପ୍ରଥମ କରି ଅରୁଣାଚଳ ପ୍ରଦେଶକୁ ବିମାନ ଟୁର୍‌ ବ୍ୟବସ୍ଥା କରିଛି। ଉତ୍ତର-ପୂର୍ବର ‘ସପ୍ତ ଭଗିନୀ’ ରାଜ୍ୟ ଭିତରୁ ଅରୁଣାଚଳ ପ୍ରଦେଶ...

CORONAVIRUS UPDATE: ଆଉ ୫୭ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୭୭

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୪୦ ଜଣ ରହିଥିବା ବେଳେ...

ସବୁଜ ପତ୍ରିକାଧାରୀଙ୍କ ସଂଖ୍ୟା ଗଣତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟରେ କେତେ ସବୁଜ ପତ୍ରିକାଧାରୀ ରହିଛନ୍ତି ସେମାନଙ୍କ ସଂଖ୍ୟା ଗଣତି ଆରମ୍ଭ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏ...

ଭିସୁଟ୍‌ରେ ଛାତ୍ରଙ୍କୁ ର଼୍ୟାଗିଂ ମାମଲା:୩୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୯(ବ୍ୟୁରୋ): ସମ୍ବଲପୁରର ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ଛାତ୍ରଙ୍କୁ ର଼୍ୟାଗିଂ ମାମଲାକୁ ନେଇ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ...

ସିଏଏକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଶୁକ୍ରବାର ଭୁବନେଶ୍ୱରରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।...

Leave a comment

Your email address will not be published. Required fields are marked *