ବଡ଼ଭାଇ କୁରାଢ଼ି ଚୋଟରେ ସାନଭାଇ ମୃତ

ପୋଲସରା,୨୯ା୧୧- ଗଞ୍ଜାମ ଜିଲା ପୋଲସରା ବ୍ଲକ ବେଲଙ୍ଗା ପଞ୍ଚାୟତ ମନଶିଳା ଗ୍ରାମର ପଣ୍ଡିତ ନାହାକଙ୍କ ମବଡ଼ପୁଅ କେଶବ ତାଙ୍କ ସାନ ଭାଇ କୁନାଙ୍କୁ ଗୁରୁବାର ସକାଳେ ଘରୋଇ କଳିକୁ କେନ୍ଦ୍ରକରି କୁରାଢ଼ିରେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଛି। ନାହାକଙ୍କର ୩ ପୁଅ। ବଡ଼ ହେଲେ କେଶବ, ମୁନା ଓ ସାନପୁଅ କୁନା। କେଶବଙ୍କ ସ୍ତ୍ରୀ ଝିଲି ଏବଂ କୁନାଙ୍କ ମଧ୍ୟରେ ବୁଧବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଝିଲି, ଶ୍ୱଶୁର ପଣ୍ଡିତ ଓ ଶାଶୁ ଶାନ୍ତି ମିଶି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ରାତିରେ ଆସି ସମସ୍ତଙ୍କୁ ବୁଝାଶୁଝା କରି ଯାଇଥିବା ବେଳେ ଗୁରୁବାର ସକାଳ ୭ଟାରେ ସାନଭାଇ କୁନାଙ୍କୁ ବଡ଼ଭାଇ କେଶବ ରାଗିଯାଇ କୁରାଢ଼ିରେ ଆକ୍ରମଣ କରିଥିଲେ। ସେ ଗୁରୁତର ହୋଇପଡିଥିଲେ। ପୋଲିସ ଖବର ପାଇ ଆମ୍ବୁଲାନ୍ସରେ ତାଙ୍କୁ ପୋଲସରା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ କୁନାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଶବଙ୍କୁ ପୋଲିସ ଥାନାରେ ଅଟକ ରଖିଛି।


All Right Reserved By Dharitri.Com

ଆବାସ ଯୋଜନା କାହା ଲାଗି : ଏସ୍‌ଇସିସି ତାଲିକାକୁ ନେଇ ସନ୍ଦେହ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୯ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଦିଗହରା। ଏହି ବ୍ଲକରେ ବ୍ୟାପକ ଭାବେ ଇନ୍ଦିରା ଆବାସ ଦୁର୍ନୀତି ହୋଇଥିବା ନେଇ...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ଅଭିଯୁକ୍ତ ଗିରଫ

ରୂପ୍‌ସା,୧୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ତାଙ୍କର ଜଣେ ଦୂର ସମ୍ପର୍କୀୟ ବିବାହର ପ୍ରତିଶ୍ରୁତିି ଦେଇ ପ୍ରତାରଣା କରିଥିବା...

ଗ୍ରାମାଞ୍ଚଳରୁ ବିପର୍ଯ୍ୟୟ ପରିଚାଳନାକୁ ଗୁରୁତ୍ୱ

ବରଗଡ଼ ଅଫିସ,୧୪।୮: ବରଗଡ଼ ଜିଲାପାଳ ଅଫିସ କକ୍ଷରେ ବୁଧବାର ବିପର୍ଯ୍ୟୟ ପରିଚାଳନା ଉପରେ ଏକ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ...

ପଶ୍ଚିମ ଓଡ଼ିଶାରେ ବନ୍ୟା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପଠାଇଲେ ଛାତ୍ରୀଛାତ୍ର

ବରଗଡ଼ ଅଫିସ,୨୧।୮: ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ କ୍ୟାବିନେଟ ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କ...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଲେ କ୍ରିଶନ କୁମାର

ପୁରୀ ଅଫିସ,୨୨।୮: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ୍‌ ଡକ୍ଟର କ୍ରିଶନ କୁମାର। ମଧ୍ୟାହ୍ନରେ ପ୍ରଥମେ ସେ ଶ୍ରୀମନ୍ଦିରକୁ ଯାଇ...

କରୋନାକୁ ଭୟ ନ କରି ସଚେତନ ରୁହ: ଜିଲାପାଳ

ବ୍ରହ୍ମପୁର ଅଫିସ,୯ା୩: ଦେଶରେ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ କେହି ଏପରି ଚିହ୍ନଟ ହୋଇନାହାନ୍ତି। ତେଣୁ ଗଞ୍ଜାମ ଜିଲାରେ ଏହି ଭୂତାଣୁକୁ ନେଇ ଭୟ...

ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଶନିବାର ଚେରଖଣ୍ଡି ଗ୍ରାମର ଶିକ୍ଷକ...

ସନ୍ତାନଙ୍କ ଦୀର୍ଘଜୀବନ କାମନାରେ ଷଠିଓଷା: ମନେପଡେ ମା’ର ବଜ୍ରମୂଳି ମାଡ଼

ଖଣ୍ଡପଡ଼ା,୫ା୯(ସ୍ବ.ପ୍ର.): ଓଡିଶାର ପୁରପଲ୍ଲୀରେ ଷଠିଓଷା ଧୁମ୍‌ଧାମରେ ପାଳନ କରାଯାଏ ା ସନ୍ତାନଙ୍କ ଦୀର୍ଘଜୀବନ କାମନା କରି ମା’ମାନେ ଏହି ଓଷା ପାଳନ କରିଥାନ୍ତି। ବୁଧବାର ପବିତ୍ର...

Leave a comment

Your email address will not be published. Required fields are marked *