ଏହି କୋର୍ସରେ ଫେଲ୍‌ ହେଲେ ସାରା ଜୀବନ ରହିବେ ଅବିବାହିତ

ଜାକର୍ତ୍ତା,୨୮।୧୧: ବିବାହକୁ ନେଇ ଇଣ୍ଡୋନେସିଆ ସରକାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ବିବାହ ପରେ ଯେମିତି ଦାମ୍ପତ୍ୟ ଜୀବନରେ କୌଣସି ବିଭ୍ରାଟ ନ ଘଟେ ସେଥିପାଇଁ ଏଠାକାର ସରକାର ଏକ ପ୍ରି-ଓ୍ବେଡିଂ କୋର୍ସ ଆରମ୍ଭ କରିଛନ୍ତି। ବିବାହ କରିବାକୁ ଥିବା ଯୁବକ-ଯୁବତୀ ଏହି କୋର୍ସ କରିବେ। ଏହି କୋର୍ସ ପାସ୍‌ କଲା ପରେ ହିଁ ଜଣେ ବିବାହ କରିପାରିବ ନଚେତ୍‌ ସାରା ଜୀବନ ଅବିବାହିତ ରହିବାର ନିୟମ ରହିଛି। ୨୦୨୦ରୁ ପ୍ରି-ଓ୍ବେଡିଂ ନିଃଶୁଳ୍କ କୋର୍ସ ଆରମ୍ଭ ହେବ। ହ୍ୟୁମାନ ଡେଭଲପ୍‌ମେଣ୍ଟ ଆଣ୍ଡ୍‌ କଲ୍‌ଚର ଆଫେୟାର୍ସ, ମିନିଷ୍ଟ୍ରି ଅଫ୍‌ ରିଲିଜନ୍‌ ଏବଂ ମିନିଷ୍ଟ୍ରି ଅଫ୍‌ ହେଲଥ୍‌ ଡିପାର୍ଟମେଣ୍ଟ ପ୍ରୟାସରେ ଏହି କୋର୍ସ ପ୍ରସ୍ତୁତ କରାଯାଇଛି। ବିବାହ ପରେ ଜୀବନରେ ଆସିବାକୁ ଥିବା ପରିବର୍ତ୍ତନ ବାବଦରେ ଏହି କୋର୍ସରେ ପଢାଯିବ। ଏହି କୋର୍ସ ୩ ମାସ ଧରି ପଢାଯିବ। ଆଜିକାଲି ବିବାହ ବେଶୀ ଦିନ ତିଷ୍ଠି ପାରୁ ନ ଥିବାରୁ ଇଣ୍ଡୋନେସିଆ ସରକାର ଏଭଳି ପଦକ୍ଷେପ ନିଆଯାଇଛି।


All Right Reserved By Dharitri.Com

ମହାକାଶ ପର୍ଯ୍ୟଟନ ଦୌଡ଼ରେ ତିନୋଟି କମ୍ପାନୀ

ନୂଆଦିଲ୍ଲୀ: ଆଜକୁ ୫୦ ବର୍ଷ ପୂର୍ବେ ଯେତେବେଳେ ମଣିଷ ପ୍ରଥମେ ଚନ୍ଦ୍ରକୁ ଯାଇଥିଲା ସେତେବେଳେ ସ୍ପେସ୍‌ ଏକ୍ସର ସିଇଓ ଏଲନ୍‌ ମସ୍କ ଜନ୍ମ ହୋଇନଥିଲେ ,...

ଭଗବାନଙ୍କୁ ଚିଠି ଲେଖି ମନ୍ଦିର ଦାନବାକ୍ସରୁ ଟଙ୍କା ନେଇଗଲେ ଚୋର, ପଢ଼ନ୍ତୁ ଚିଠିରେ କ’ଣ ଲେଖାଥିଲା

ଜଣେ ଚୋର ଅଭିନବ ଉପାୟରେ ଚୋରି କରିଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଚୋର ଜଣକ ମାନବିକତା ସହକାରେ ଚୋରି କରିଛନ୍ତି। ତାହା ପୁଣି କୌଣସି...

ପାକିସ୍ତାନର ଯୁବପିଢି ସର୍ବାଧିକ ଆକ୍ରାନ୍ତ

ଇସଲାମାବାଦ, ୨୮ା୩ :- କରୋନା ସଂକ୍ରମଣ ରୋକିବାକୁ ସାରା ବିଶ୍ୱ ଲଢେଇ କରୁଛି ।ଏହି ରୋଗରେ ସମସ୍ତ ବର୍ଗର ଲୋକେ ଆକ୍ରାନ୍ତ ହେଉଥିଲେ ହେଁ ଅଧତ୍କାଂଶ...

ବିଶ୍ୱତାପନ ବଢ଼ିବା ଯୋଗୁ ୧୦ ବର୍ଷରେ ବିସ୍ଥାପିତ ହୋଇଛନ୍ତି ୨ କୋଟି ୨୦ ଲକ୍ଷ

ମାଦ୍ରିଦ୍‌,୪।୧୨: ଗତ ୧୦ ବର୍ଷରେ ବିଶ୍ୱତାପନ ୧.୧ ଡିଗ୍ରୀ ସେଲସିୟସ୍‌ ବଢ଼ିଛି। ଏହା ଯୋଗୁ ୨ କୋଟି ୨୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।...

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି...

ଶ୍ରୀଗଣେଶଙ୍କୁ ନେଇ ରେକର୍ଡ

ସେ ହେଉଛନ୍ତି ଅଗ୍ରପୂଜ୍ୟ, ବିଘ୍ନହର୍ତ୍ତା। ତେଣୁ ସବୁଠି ପ୍ରଭୁ ଶ୍ରୀଗଣେଶ ପୂଜା ପାଆନ୍ତି। କେବଳ ଭାରତରେ ନୁହେଁ, ବିଦେଶ ମାଟିରେ ବି ତାଙ୍କର ହୁଏ ପୂଜା।...

ପୁଣି ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୬: ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।...

ହସ ଆଣିଦେଲା ସୋସିଆଲ ମିଡିଆ

ଇରୋଡ୍‌(ତାମିଲନାଡ଼ୁ): ସମ୍ପ୍ରତି ଅନେକ ଯୁବଗୋଷ୍ଠୀ ସୋସିଆଲ ମିଡିଆର ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଯଦି ମହତ୍‌ ଉଦ୍ଦେଶ୍ୟରେ...

Leave a comment

Your email address will not be published. Required fields are marked *