ଖଲ୍ଲିକୋଟ କଲେଜର ଦୈନନ୍ଦିନ କାର୍ଯ୍ୟରେ ସମସ୍ୟା: ବହୁ ଅଣଶିକ୍ଷକ ପଦବୀ ଖାଲି

ବ୍ରହ୍ମପୁର ଅଫିସ୍‌,୨୯ା୫-ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କିଭଳି ଭାବେ କାର୍ଯ୍ୟ କରୁଛି, ତାହା ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ଦେଖିଲେ ହଦୟଙ୍ଗମ ହେଉଛି । ଏହି ମହାବିଦ୍ୟାଳୟରେ ନା ଶିକ୍ଷକ ପଦବୀ ପୂରଣ ହୋଇପାରୁଛି ନା ଅଣ ଶିକ୍ଷକ। ଠେଲା ପେଲାରେ ଚାଲିଛି ମହାବିଦ୍ୟାଳୟ। ଗ୍ରୁପ୍‌-ସି ଏବଂ ଡି’ର ଅନେକ ପଦବୀ ଖାଲି ପଡ଼ିଥିବା ଯୋଗୁ ଦୈନନ୍ଦିନ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏନେଇ ବହୁଥର ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଉଚ୍ଚ ଶିକ୍ଷା ବିଭାଗ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ କୌଣସି ପ୍ରକାର ସୁଫଳ ମିଳିପାରିନାହିଁ । ସମସ୍ୟା ଏବେ ଜଟିଳ ହେବାରେ ଲାଗିଛି । ଅଧ୍ୟାପିକା ଅଧ୍ୟାପକମାନଙ୍କୁ ପିଇବା ପାଣି ଦେବା ପାଇଁ ମଧ୍ୟ କର୍ମଚାରୀ ନ ନାହାନ୍ତି ।
ମହାବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରୁପ୍‌-ସି ଏବଂ ଡି ବର୍ଗର ମୋଟ ୧୯୭ପଦବୀ ମଞ୍ଜୁର ହୋଇଛି। ସେଥିରୁ ୧୭ଟିକୁ ବିଭିନ୍ନ ସମୟରେ ଉଚ୍ଛେଦ କରାଯାଇଛି। ଆଉ ୮୨ପଦବୀରେ କର୍ମଚାରୀ ଥିବା ବେଳେ ୯୮ ପଦବୀ ଖାଲି ପଡ଼ିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ କେହି କର୍ମଚାରୀ ନାହାନ୍ତି । ଗୋଟିଏ ଲେଖାଏ ଅଫିସ ସୁପରିଟେଣ୍ଡେଣ୍ଟ, ମୁଖ୍ୟ କିରାଣି, ଗ୍ରୁଜୁଏଟ୍‌ ଲାଇବ୍ରେରିୟାନ୍‌, ଜୁନିୟର୍‌ ଲାଇବ୍ରେରିଆନ୍‌, ଲାଇବ୍ରେରୀ ଆସିଷ୍ଟାଣ୍ଟ, ପିଇଟି, କମ୍ପାଉଣ୍ଡିଂ ଆସିଷ୍ଟାଣ୍ଟ, ଜୁନିୟର୍‌ ମେକାନିକ୍‌, କୋଷାଗାର, ଲାଇବ୍ରେରୀ ଜଗୁଆଳି, ମାଟ୍ରନ୍‌, ବୁକ୍‌ ବାଇଣ୍ଡର୍‌ ପଦବୀ ରହିଛି । କିନ୍ତୁ ଏହି ସବୁ ପଦବୀ ସଂପୂର୍ଣ୍ଣ ଖାଲି ପଡ଼ିଛି। ୪ଟି ବରିଷ୍ଠ କିରାଣି ପଦବୀରୁ ୩ଟି ଖାଲି ପଡ଼ିଛି । ସେହିଭଳି କନିଷ୍ଠ କିରାଣି ୧୫ରୁ ୭ଟି ପଦବୀ ଖାଲି ପଡ଼ିଥିବା ବେଳେ, କମ୍ପୁଟର୍‌ ପ୍ରୋଗ୍ରାମର୍‌ ୨ଟିରୁ ଗୋଟିଏ, ଆସିଷ୍ଟାଣ୍ଟ ଲାଇବ୍ରେରୀ ୪ରୁ ୨, ଆର୍ଟିଷ୍ଟ କମ୍‌ ଫୋଟୋଗ୍ରାଫାର୍‌ ୩ରୁ ୩ଟି, ଆସିଷ୍ଟାଣ୍ଟ ସପ୍‌କିପର୍‌ ୭ରୁ ଗୋଟିଏ, ଲ୍ୟାବ୍‌ ଆଟେଣ୍ଡାଣ୍ଟ ୪୭ରୁ ୨୬, ଲାଇବ୍ରେରି ଆଟେଣ୍ଡାଣ୍ଟ ୮ରୁ ୪, ଜଗୁଆଳି ୮ରୁ ୨, ଗ୍ୟାସ୍‌ମ୍ୟାନ୍‌ ୩ରୁ ୩, ପିଅନ୍‌ ୨୮ରୁ ୫ ପଦବୀ ଖାଲି ପଡ଼ିଛି। ମାଳି ଏବଂ ଝାଡ଼ୁଦାର ୪ଟି ଲେଖାଏ ପଦବୀ ଥିବା ବେଳେ ଗୋଟିଏ ଲେଖାଏ ପଦବୀ ଖାଲି ପଡ଼ିଛି ।
ଗୋଟିଏ ପଟେ ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଯେନତେନ ପ୍ରକାରେ ଶିକ୍ଷାଦାନ କରାଯାଉଛି। ଅନ୍ୟପଟେ ଅଣ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି । ଅନେକ ସମୟରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକମାନେ ବହୁ ଅଣଶିକ୍ଷକ କାର୍ଯ୍ୟ କରୁଛନ୍ତି। ଦୈନନିନ୍ଦ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଲାଇବ୍ରେରୀରେ କର୍ମଚାରୀ ନ ଥିବା ଯୋଗୁ ଅନେକ ସମୟରେ ଛାତ୍ରୀଛାତ୍ରମାନେ ବହି ପାଇପାରୁ ନାହାନ୍ତି। ପ୍ରାଣୀ ବିଜ୍ଞାନ, ଶିକ୍ଷା, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ନୃତତ୍ତ୍ୱ ବିଜ୍ଞାନ ବିଭାଗରେ ଲ୍ୟାବ ଆଟେଣ୍ଡାଣ୍ଟ ଏବଂ ଡେମୋନ୍‌ଷ୍ଟ୍ରେଟର୍‌ ପଦବୀ ଖାଲି ପଡ଼ିଛି। ଫଳରେ ଛାତ୍ରୀଛାତ୍ରମାନେ ପ୍ରାକ୍ଟିକାଲ୍‌ କ୍ଲାସ୍‌ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ସମୟରେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ଅଧ୍ୟାପିକା ଅଧ୍ୟାପକମାନେ କାମଚଳା ଭାବେ କାର୍ଯ୍ୟ ତୁଲାଉଛନ୍ତି ।
ନିୟମିତ ବ୍ୟବଧାନରେ ମହାବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀମାନେ ଅବସର ଗ୍ରହଣ କରୁଛନ୍ତି । କିନ୍ତୁ ସେହି ପଦବୀଗୁଡ଼ିକରେ ନୂତନ ନିଯୁକ୍ତି ଦିଆଯାଉ ନାହିଁ, ଖାଲି ପଡ଼ୁଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ମଧ୍ୟ କର୍ମଚାରୀ ନିଯୁକ୍ତି ଦିଗରେ ସରକାର ତପତ୍ରତା ଦେଖାଉ ନାହାନ୍ତି । ସେଥିରେ ପୁଣି ଅନେକ ସମୟରେ କର୍ମଚାରୀଙ୍କୁ ବଦଳି କରିଦିଆଯାଉଛି । ଏଭଳି ସମସ୍ୟା ଆଉ କିଛି ମାସ ଜାରି ରହିଲେ, ଦିନ ଆସିବ ଝାଡ଼ୁ ମାରିବା, ଝାଡ଼ୁଦାର କିମ୍ବା କ୍ୟାମ୍ପସ୍‌ ଜଗିବା ପାଇଁ ମଧ୍ୟ ଜଗୁଆଳି ନ ଥିବେ ବୋଲି ଜଣେ ବରିଷ୍ଠ ଅଧ୍ୟାପକ ତାଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ଶତପଥୀ କହିଛନ୍ତି, ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି କରାଯାଇଛି। ବିଭାଗର ନିଯୁକ୍ତି ପ୍ରକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ପାନୀୟଜଳ, ପକ୍କାରାସ୍ତା, ବିଦ୍ୟୁତ୍‌ରୁ ବଞ୍ଚିତ

ଖଜୁରିପଡା,୨୦ା୫(ଡି.ଏନ.ଏ.)-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତର ମେଣିଆଁକୋଠି ଗାଁ। ଜଙ୍ଗଲ ଘେରା ଏହି ଗାଁରେ ୧୫ ପରିବାର ରହୁଥିବାବେଳେ ଜନସଂଖ୍ୟା ୬୦ରୁ ୭୦। ସ୍ବାଧୀନତାର...

ଶିକ୍ଷକଙ୍କୁ ଆକ୍ରମଣ ଘଟଣା, ବିବାଦ ବଢ଼ୁଛି

ଭଞ୍ଜନଗର,୨୪।୫(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡୁଳି ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ସମ୍ପୃକ୍ତ ଗ୍ରାମର କିଛି ଯୁବକ ଗତ ୧୯ ତାରିଖରେ ଆକ୍ରମଣ...

ବିକାଶଠାରୁ ବହୁ ପଛରେ ଗଞ୍ଜାମ ଏନ୍‌ଏସି: ସହରର ଉନ୍ନତି ପାଇଁ ଭାଜପା ପକ୍ଷରୁ ଦାବିପତ୍ର

ଗଞ୍ଜାମ,୨୮।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦୀର୍ଘ ୧୦ ବର୍ଷଧରି ବିକାଶ ହେଉ ନ ଥିବା ଭାଜପା ବ୍ଲକ ପକ୍ଷରୁ ପ୍ରତିବାଦ କରାଯାଇଛି। ସହରର ବିଭିନ୍ନ ସମସ୍ୟା ସମାଧାନ...

ମହିଳାଙ୍କୁ ହତ୍ୟା ଅଭିଯୋଗ

ଭଞ୍ଜନଗର,୮।୩(ଡି.ଏନ୍‌.ଏ.) – ଭଞ୍ଜନଗର ଥାନା ବାଲିଆପଟାର ବସୁମତି ନାୟକ (୨୮)ଙ୍କୁ ଶୁକ୍ରବାର ରାତିରେ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶନିବାର...

ଏକ ଟଙ୍କାରେ ମିଳିବ ଗୋଟିଏ ଚାରା

ବ୍ରହ୍ମପୁର ଅଫିସ୍‌,୪ା୭-ବ୍ରହ୍ମପୁର ବନଖଣ୍ଡ ତରଫରୁ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଚାରା ବିକ୍ରୟ କେନ୍ଦ୍ର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା...

ବିଶୋଧନ ହେଲା ଆର.ଉଦୟଗିରି, ନୂଆଗଡର ବିଭିନ୍ନ ସ୍ଥାନ

ଆର.ଉଦୟଗିରି,୯ା୪(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ, ଖଜୁରିପଦା ଓ ବଡପଦା ସହରରେ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି। ବ୍ଲକର ତହସିଲ, ବ୍ଲକ,...

ଗୋରୁ, ମଇଁଷିଙ୍କର ହେବ ଟ୍ୟାଗିଂ

ବ୍ରହ୍ମପୁର ଅଫିସ୍‌,୧୨ା୬- କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା ଭାବେ ଦୀର୍ଘ ବର୍ଷ ହେଲା ସହରବାସୀଙ୍କୁ ହଇରାଣ କରୁଛି। କେବଳ ଯାନବାହନ ସଂଖ୍ୟା...

ଲକ୍‌ଡାଉନ, ନିୟମ ଉଲ୍ଲଙ୍ଘନ: ୫ ଗିରଫ

ଦିଗପହଣ୍ଡି,୭ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦିଗପହଣ୍ଡି ସହରର ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ନିଳାଦ୍ରୀ ବିହାରର ଶୁକୁରୁ ସେଠୀ,...

Leave a comment

Your email address will not be published. Required fields are marked *