ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଯାନବାହନ ଯାଞ୍ଚ: ବିଧାନସଭାରେ କୋହଳ ଅବଧିକୁ ଆଉ ତିନି ମାସ ବଢ଼ାଇବାକୁ ଦାବି

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ସମଗ୍ର ଦେଶରେ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ ହୋଇଛି। ସେପ୍ଟେମ୍ବର ପହିଲାରୁ ଏହି ଆଇନ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରାଯାଇନାହିଁ। ଡ୍ରାଇଭିଂ ଲାଇସେନ୍ସ , ପଲ୍ୟୁଶନ ଅଣ୍ଡର କଣ୍ଟ୍ରୋଲ(ପିୟୁସି) ଏବଂ ଅନ୍ୟାନ୍ୟ କାଗଜପତ୍ର ନ ଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ବଡ଼ ଧରଣର ଜରିମାନାକୁ ବିରୋଧ କରି ପ୍ରବଳ ଜନଅସନ୍ତୋଷ ଦେଖା ଦେବାରୁ ମୁଖ୍ୟମନ୍ତ୍ରୀ ସମସ୍ତ କାଗଜପତ୍ର ଯୋଗାଡ଼ କରିବା ପାଇଁ ତିନିମାସ ସମୟ ଦେଇଥିଲେ। ଆସନ୍ତା ଡିସେମ୍ବର ପହିଲାରୁ ଏହି ଅବଧି ଶେଷ ହେଉଛି। ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଆଉ କୌଣସି ପ୍ରକାର କୋହଳ କରାଯିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅବଧି ପୂରିବାକୁ ଆଉ ମାତ୍ର ଦୁଇଦିନ ବାକିଥିବା ବେଳେ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟରେ ଲୋକମାନଙ୍କ ଲମ୍ବା ଲାଇନ ଲାଗିଛି। ଏହାକୁ ନେଇ ଗୁରୁବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ନେତା ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାର ଏହି ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି।


All Right Reserved By Dharitri.Com

ଆଜି ‘ମୋ ସରକାର’ରେ ସାମିଲ ହେବ ଆଉ ୩ ବିଭାଗ

ଭୁବନେଶ୍ୱର,୪।୩(ବ୍ୟୁରୋ): ବୁଧବାର ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ଶକ୍ତି ଏବଂ ଉଚ୍ଚଶିକ୍ଷା ବିଭାଗ ‘ମୋ ସରକାର’ରେ ସାମିଲ ହେବାର ଅଛି। ସେଦିନ ସନ୍ଧ୍ୟା ସାଢ଼େ...

ଜନ୍ମବେଦିରେ ପହଞ୍ଚିଲେ ଶ୍ରୀଜୀଉ

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ, ମକୁନ୍ଦପ୍ରସାଦ, ଉଇଲକିଶନନଗର ଓ ଦଧିମାଛଗାଡିଆଠାରେ ରଥଯାତ୍ରା ଅନୁରୂପ ଭାବେ ଅନୁଷ୍ଠିତ ହୋଇଯାଇଛି। ଗୁରୁଜଙ୍ଗର ବିଶ୍ୱନାଥ ମନ୍ଦିରରୁ ଏକକ ଜଗନ୍ନାଥ...

ଅକଥନୀୟ ଅତ୍ୟାଚାରର ସାକ୍ଷୀ ବ୍ରିଟିଶ କୋଠି

ଏରସମା,୨୪।୮(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ସ୍ଥାନରେ ଥିବା ଐତିହାସିକ ସ୍ମୃତିସ୍ଥମ୍ଭ, ପୀଠସ୍ଥଳୀ ଓ ରାଜପ୍ରାସାଦ ଆଦିର...

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ, ନଚେତ ବିଧାନସଭା ଅଚଳ କରିଦିଆଯିବ: ଭାଜପା

ଭୁବନେଶ୍ୱର,୨।୧୧(ବ୍ୟୁରୋ): ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ...

ଅଯଥାରେ ବିଭ୍ରାନ୍ତି କରୁଛି କଂଗ୍ରେସ: ପୃଥ୍ବୀରାଜ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ପ୍ରସଙ୍ଗକୁ ନେଇ କଂଗ୍ରେସ ଅଯଥାରେ ବିଭ୍ରାନ୍ତି କରୁଛି। ରାଜ୍ୟ ଭାଜପା ଏହି ପ୍ରସଙ୍ଗରେ ଲୋକମାନଙ୍କ ପାଖକୁ ଯିବା ସହ ସେମାନଙ୍କୁ...

ବି.କେ. ଆର୍ଟ କଲେଜରେ ମିଳିତ ମୁଦ୍ରଣ କଳା ପ୍ରଦର୍ଶନୀ: ଛାତ୍ରାବାସ ମରାମତି ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୨୬।୯ (ବ୍ୟୁରୋ): ଓଡ଼ିଶାର ପାରମ୍ପରିକ ଚିତ୍ରକଳା, କାରୁକଳା ଓ ଭାସ୍କର୍ଯ୍ୟକୁ ବିଶ୍ୱବିଦିତ କରିବା ପାଇଁ ରାଜ୍ୟର ଚାରୁ ଓ କାରୁକଳା ଛାତ୍ରୀଛାତ୍ରମାନେ ପ୍ରୟାସ କରିବା...

ରାଜଧାନୀରେ ବନ୍ଦ ରହିବ କୋଚିଂ ସେଣ୍ଟର

ଭୁବନେଶ୍ୱର,୧୫।୩ (ବ୍ୟୁରୋ): କରୋନା ପାଇଁ ଶୁକ୍ରବାର ସିନେମା ହଲ୍‌, ସୁଇମିଂ ପୁଲ, ଜିମ୍‌ ସେଣ୍ଟରକୁ ବନ୍ଦ କରାଯାଇଥିବାବେଳେ ଶନିବାର ରାଜଧାନୀର ସମସ୍ତ କୋଚିଂ ସେଣ୍ଟର ଓ...

୨ ଦିନ ଝଡ଼ବର୍ଷା ସମ୍ଭାବନା, ୧୦ରୁ ବଢ଼ିବ ତାତି

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ପ୍ରଚଣ୍ଡ ଖରା ଲାଗି ରହୁଛି । ଅଧିକାଂଶ ସ୍ଥାନରେ ପାରଦ...

Leave a comment

Your email address will not be published. Required fields are marked *