‘ହକ୍‌ ଆଇ’ ଆପ୍‌ ଦ୍ୱାରା ଚୋରି ମୋବାଇଲ୍‌ ଉଦ୍ଧାର

ହାଇଦ୍ରାବାଦ୍‌: ଏକ ମୋବାଇଲ୍‌ ଆପ୍‌ ଜରିଆରେ ହାଇଦ୍ରାବାଦ ପୋଲିସ ୬୭ଟି ଚୋରି ମୋବାଇଲ୍‌ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଜନସାଧାରଣଙ୍କ ସହ ଯୋଡ଼ିହେବା ପାଇଁ ହାଇଦ୍ରାବାଦ ପୋଲିସ ପକ୍ଷରୁ ୨୦୧୫ରେ ‘ହକ୍‌ ଆଇ’ ନାମକ ଏହି ମୋବାଇଲ୍‌ ଆପ୍‌ ଜାରି କରାଯାଇଥିଲା। ଏହା ମାଧ୍ୟମରେ ପୋଲିସ ଏ ପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ଟଙ୍କାର ଚୋରି ମୋବାଇଲ୍‌ ଉଦ୍ଧାର କରିବାରେ ସଫଳ ହୋଇଛି। ଲୋକେ ଏହି ଆପ୍‌ରେ ନିଜ ନାମ ପଞ୍ଜୀକରଣ କରିବା ପରେ ଚୋରି ମୋବାଇଲ୍‌ ସମ୍ପର୍କରେ ଏତଲା ଦେଉଛନ୍ତି। ଅଭିଯୋଗ ପ୍ରକାରେ ଆଇଟି ଟିମ୍‌ ଆଇଏମ୍‌ଇଆଇ ନମ୍ବର ଟ୍ରାକ୍‌ କରି ଫୋନ୍‌ଗୁଡ଼ିକୁ ଉଦ୍ଧାର କରିବାରେ ସକ୍ଷମ ହେଉଛି। ହାଇଦ୍ରାବାଦ ପୋଲିସ କମିଶନରଙ୍କ କହିବାନୁଯାୟୀ, ୮ଲକ୍ଷ ୯୬ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ମୋବାଇଲ୍‌ ଆପ୍ଲିକେଶନ୍‌ ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ ପୁରୁଣା ମୋବାଇଲ୍‌ କିଣିବା ପୂର୍ବରୁ ତାହା ଚୋରି ମୋବାଇଲ୍‌ କି ନୁହଁ ଜାଣିବାପାଇଁ ଏହି ଆପ୍‌ ମାଧ୍ୟମରେ ଆଇଏମ୍‌ଇଆଇ ନମ୍ବର ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ବିକ୍ରମ ଲ୍ୟାଣ୍ଡରକୁ ‘ହେଲୋ’ ବାର୍ତ୍ତା ପଠାଇଲା ନାସା

ଓ୍ବାଶିଂଟନ,୧୨।୯: ଭାରତର ଚନ୍ଦ୍ରୟାନ-୨ ମିଶନ ୯୫ ପ୍ରତିଶତ ସଫଳ ହୋଇଛି। ବିକ୍ରମ ଲ୍ୟାଣ୍ଡରକୁ ଇସ୍ରୋ ଚିହ୍ନଟ କରିଥିଲେ ମଧ୍ୟ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁନି। ସେଥି...

ମୋଦିଙ୍କ ସହ ସେଲ୍‌ଫି ନେବାକୁ ବ୍ୟଗ୍ର ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ...

କରୋନା ଭୟ: ମାସ୍କ୍‌ ପିନ୍ଧି ସଂସଦରେ ପହଞ୍ଚିଲେ ଏମ୍‌ପି

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ମଧ୍ୟ କରୋନା ଭୟ ଘାରିଛି। ଏହି ମର୍ମରେ ମହାରାଷ୍ଟ୍ରର...

ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଚଣ୍ଡିଗଡ଼,୨୯।୮: ହରିୟାଣାର ବଲ୍ଲଭଗଡ଼ର ଆସୋଟିଠାରେ ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସକାଳ ୭ଟା ୪୩ରେ ଏକ୍ସପ୍ରେସ୍‌ର ବ୍ରେକ୍‌ ବାଉଣ୍ଡିଙ୍ଗ୍‌ରେ ନିଆଁ ଲାଗିଥିବା ରେଳବିଭାଗ ପକ୍ଷରୁ...

୩ଦିନ ପର୍ଯ୍ୟନ୍ତ ସୁଶାସନର ଶିକ୍ଷା ନେବେ ଯୋଗୀଙ୍କ ମନ୍ତ୍ରୀ

ଲକ୍ଷ୍ନୌ,୮।୯: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମାନେ ଲକ୍ଷ୍ନୌର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ୍‌)ରେ ରବିବାରଠାରୁ ୩ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।...

ଯେଉଁଠାରେ ବିନା ଟଙ୍କାରେ ମିଳେ ଜିନିଷ

ଆଜିର ଯୁଗରେ ବିନା ଟଙ୍କାରେ କୌଣସି ଜିନିଷ ମିଳେ ନାହିଁ। କିନ୍ତୁ ପୃଥିବୀରେ ରହିଛି ଏଭଳି ଏକ ସ୍ଥାନ ଯେଉଁଠାରେ ବିନା ଟଙ୍କା ଖର୍ଚ୍ଚ କରି...

ପେନ୍‌ ଡ୍ରାଇଭ୍‌ରୁ ପର୍ଦ୍ଦାଫାଶ ହେବ ସ୍ବାମୀ ଚିନ୍ମୟାନନ୍ଦଙ୍କ କଳା କାରନାମା

ନୂଆଦିଲ୍ଲୀ, ୧୧।୯:ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ମୁଣ୍ଡବିନ୍ଧା ଆହୁରି ବଢିଛି। ତାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆସିବା...

ଜାତୀୟ ନିଶ ଦାଢି ଚାମ୍ପିୟନଶିପ

ପୃଥିବୀରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଆୟୋଜିତ ହୋଇଥାଏ। ପ୍ରତିଯୋଗୀଙ୍କ ପ୍ରତିଭା ପ୍ରଦର୍ଶନର ଏହା ଏକ ଉତ୍ତମ ମାଧ୍ୟମ ହୋଇଥିବା ବେଳେ ପ୍ରତିଭାକୁ ପ୍ରୋତ୍ସାହନ ଦେବାରେ ମଧ୍ୟ...

Leave a comment

Your email address will not be published. Required fields are marked *