ମାହାଙ୍ଗା ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): କଟକ ପୂର୍ତ୍ତ ଡିଭିଜନ-୨ ଅନ୍ତର୍ଗତ ସାଲେପୁର ସବ୍‌ଡିଭିଜନର ମାହାଙ୍ଗା ସେକ୍ସନରେ ହୋଇଥିବା ରାସ୍ତା ନିର୍ମାଣ ଟେଣ୍ଡର ଦୁର୍ନୀତିର ତଦନ୍ତ କରିବାକୁ ଲୋକାୟୁକ୍ତ ବୁଧବାର ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ଉକ୍ତ ସେକ୍ସନରେ ବିଭିନ୍ନ ରାସ୍ତା ନିର୍ମାଣ ପାଇଁ ହୋଇଥିବା ଟେଣ୍ଡରରେ ୭,୭୯,୩୬,୦୨୭ ଟଙ୍କାର ଅର୍ଥ ତୋସରପାତ ହୋଇଥିବା ଅଭିଯୋଗ ହୋଇଥିଲା। କେଉଁ ପରିସ୍ଥିତିରେ ବିନା ଟେଣ୍ଡରରେ ଏତେ ଟଙ୍କାର କାର୍ଯ୍ୟାଦେଶ ଦିଆଗଲା ତାହା ଜଣାଇବାକୁ କଟକ ଆର ଆଣ୍ଡ ବି ଡିଭିଜନ-୨ର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଏଥିସହିତ ଏହି ଘଟଣା ପାଇଁ ପୂର୍ତ୍ତ ବିଭାଗର ମନ୍ତ୍ରୀଙ୍କୁ ମଧ୍ୟ ଲୋକାୟୁକ୍ତ ନୋଟିସ ଜାରି କରିଥିଲେ। ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଜଣାଇଥିଲେ ଯେ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ମାହାଙ୍ଗା ସେକ୍ସନରେ ହୋଇଥିବା ଟେଣ୍ଡର କେତେକ କ୍ଷେତ୍ରରେ ଅଧିକ ଟଙ୍କାର ଟେଣ୍ଡରକୁ ୫ ଲକ୍ଷରୁ କମ ଟଙ୍କାରେ ଭାଗ କରାଯାଇଥିଲା। ଏ ନେଇ କୌଣସି ବିଜ୍ଞାପନ ଦିଆଯାଇ ନ ଥିଲା। ବିଭାଗୀୟ ମନ୍ତ୍ରୀ ମଧ୍ୟ ଜଣାଇଥିଲେ ଯେ ଏହି ଘଟଣା ଜଣାପଡିବା ପରେ ପୂର୍ତ୍ତ ସଚିବଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୯ ନଭେମ୍ବର ୨୦ ତାରିଖରେ ଘଟଣାର ତଦନ୍ତ କରାଯାଇଥିଲା। ମୁଖ୍ୟ ଯନ୍ତ୍ରୀ (ଡିପିଆଇ ଆଣ୍ଡ ରୋଡ୍‌ସ) ଏବଂ ପ୍ରଧାନ ଯନ୍ତ୍ରୀ ତାଙ୍କ ରିପୋର୍ଟରେ ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ଘଟଣାରେ ସତ୍ୟତା ଥିବା ଜଣାଇଥିଲେ। ତଦନ୍ତ ରିପୋର୍ଟରେ ଯେ କେବଳ ରାସ୍ତା ନିର୍ମାଣ ଅର୍ଥ ହଡପ ହୋଇ ନ ଥିଲା ରାସ୍ତାର ମାନ ଅତ୍ୟନ୍ତ ନିମ୍ନମାନର ଥିଲା ବୋଲି ଜଣାପଡିଛି। ତେବେ ଅନିୟମିତତାରେ ସାମିଲ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ରୁଜୁ ହୋଇ ନାହିଁ। ଓଡିଶା ଲୋକାୟୁକ୍ତ ଆଇନର ସେକ୍ସନ-୨୦(୬) ଅନୁଯାୟୀ ଲୋକାୟୁକ୍ତ ଅଧ୍ୟକ୍ଷ ଏହି ଘଟଣାର ତଦନ୍ତ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତ ୬ ମାସ ମଧ୍ୟରେ ଶେଷ କରି ଏ ସମ୍ପର୍କିତ ସମସ୍ତ କାଗଜପତ୍ର ସିଲ୍‌ କଭର ମଧ୍ୟରେ ଲୋକାୟୁୂକ୍ତଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


All Right Reserved By Dharitri.Com

ବିଜେପୁର: ପ୍ରସଙ୍ଗ ନୁହେଁ, ପତିଆରା ରାଜନୀତି

ବିଜେପୁର,୧୩।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଅଛି। ଦେଢ଼ବର୍ଷ ମଧ୍ୟରେ ତୃତୀୟଥର ନିର୍ବାଚନ ଦେଖୁଛନ୍ତି ବିଜେପୁର ଭୋଟର। ଲଗାତର ନିର୍ବାଚନ ଫଳରେ...

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୭ନଂ ଗେଟ୍‌: ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର,୧୪।୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ବୁଧବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଧାର୍ଯ୍ୟଲଗ୍ନ ଅନୁସାରେ ଅପରାହ୍ନ ୧୧ ଟା ୨୪ ମିନିଟରେ ଗୋଟିଏ ଗେଟ୍‌ରେ...

ରାଜସ୍ବ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବ୍ରହ୍ମପୁର ଅଫିସ,୭।୬- ପୋଲସରା ତହସିଲ ପାଣ୍ଡିରିପଡ଼ା ଗ୍ରାମପଞ୍ଚାୟତସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ଲାଗି କିଛି...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପୁସ୍ତକ ପ୍ରକାଶନ ସମ୍ବନ୍ଧୀୟ ସାର୍ଟିଫିକେଟ କୋର୍ସ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଚଳିତ ଶିକ୍ଷାବର୍ଷରୁ ପୁସ୍ତକ ପ୍ରକାଶନ ସମ୍ବନ୍ଧୀୟ ଏକ ସାର୍ଟିଫିକେଟ କୋର୍ସ...

ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ: ସେବାରେ ଆସୁନି ଦେୟମୁକ୍ତ ଶୌଚାଳୟ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ପ୍ରତିଦିନ ଭୁବନେଶ୍ୱରର ରେଲଓ୍ବେ ଷ୍ଟେଶନକୁ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ଯିବା ଆସିବା କରୁଛନ୍ତି। ହେଲେ ଆବଶ୍ୟକ ପରିମାଣର ଶୌଚାଳୟ ନଥିବାରୁ ଲୋକେ ହଇରାଣ...

ଯୁବତୀଙ୍କୁ ଅସଦାଚରଣ, କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜଧାନୀରେ ଖାକିବାବୁଙ୍କୁ ପ୍ରେମ ରୋଗ ଛାଡୁନି। ମାସକ ଭିତରେ ୩ ପୋଲିସ କର୍ମଚାରୀ ପ୍ରେମ ଓ ବଳାତ୍କାର ମାମଲାରେ ଗିରଫ ହୋଇଥିବାବେଳେ ରବିବାର ରାଜଧାନୀ...

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୈରାତ ନିଲାମ: ଚୋରି ପାଇଁ ପ୍ରଶ୍ରୟ ଦେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୨୮।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସୈରାତକୁ ନିଲାମରେ ନେଇ ଲୁଟ୍‌ ପାଇଁ ପ୍ରତିଯୋଗିତା ଚାଲିଛି। ସୈରାତ ନିଲାମ କରି କୋଟି କୋଟି ଟଙ୍କାର ରାଜସ୍ବ ହଡପ...

ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

ସୁନ୍ଦରଗଡ଼,୧୨।୯ (ଡି.ଏନ୍‌.ଏ): ଜଣେ ଗର୍ଭବତୀଙ୍କୁ ମାଡ଼ ମାରିଥିବା ନେଇ ଗତ କିଛିଦିନ ତଳେ ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରାଙ୍କୁ ମଙ୍ଗଳବାର ଏକ ଭିନ୍ନ...

Leave a comment

Your email address will not be published. Required fields are marked *