Posted inଜାତୀୟ

ପଦ ହରାଇଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮।୧୧: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ‘ଦେଶଭକ୍ତ’ କହି ବିବାଦ ଘେରକୁ ଚାଲି ଯାଇଥିଲେ। ଏବେ ଏହା ତାଙ୍କୁ ମହଙ୍ଗା ପଡିଛି। ଏନେଇ ଗୁରୁବାର ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିରୁ ବାହାର କରି ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ଗୁରୁବାର ଏହି ପଦରୁ ବାହାର କରିଦେଇଛନ୍ତି। ଏହାସହ ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକରେ ମଧ୍ୟ ତାଙ୍କୁ ଯୋଗ ନ ଦେବାକୁ କୁହାଯାଇଛି। ତେବେ ଦଳ ପକ୍ଷରୁ ତାଙ୍କ ଉପରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି। ଏମିତିକି ତାଙ୍କୁ ଦଳରୁ ବାହାର ମଧ୍ୟ କରି ଦିଆଯାଇପାରେ ବୋଲି ଆଲୋଚନା ହେଉଛି। ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କହିଛନ୍ତି ପ୍ରଜ୍ଞାଙ୍କର ଏମିତି ମନ୍ତବ୍ୟ ବାସ୍ତବରେ ନିନ୍ଦନୀୟ। ଭାଜପା କେବେ ବି ଏହାକୁ ବରଦାସ୍ତ କରିବ ନାହିଁ। ସୂଚନାଯୋଗ୍ୟ, ପ୍ରଜ୍ଞା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ‘ଦେଶଭକ୍ତ’ କହିବା ପରେ ଲୋକ ସଭାରେ ତାଙ୍କର ଏଭଳି ମନ୍ତବ୍ୟକୁ ବିରୋଧୀ ସଦସ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏହି ଘଟଣାକୁ ନେଇ ଏବେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଟୁଇଟ୍‌ କରି ପ୍ରଜ୍ଞାଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ସେ ଲେଖିଛନ୍ତି ‘ଆତଙ୍କବାଦୀ ପ୍ରଜ୍ଞା ଆତଙ୍କବାଦୀ ଗଡ୍‌ସେଙ୍କୁ ଦେଶଭକ୍ତ’ ବୋଲି କହିଛନ୍ତି। ଭାରତୀୟ ସଂସଦୀୟ ଇତିହାସରେ ଏହା ଏକ ଦୁଃଖଦ ଦିନ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଗୁରୁବାର ଆରମ୍ଭ ହୋଇଥିବା ସଂସଦୀୟ ଅଧିବେଶନରେ ପ୍ରଥମେ ଏହି ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା।


All Right Reserved By Dharitri.Com

ଦିଲ୍ଲୀ କୋର୍ଟଙ୍କୁ ନିର୍ଭୟା ଦୋଷୀଙ୍କ ଫାଶୀ ସମ୍ପର୍କିତ ସମସ୍ତ ତଥ୍ୟ ଦେଲେ ତିହାର ଜେଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ,୨୦।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଫାଶୀ ଦିଆଯାଇଥିବା ବେଳେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ହେବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଦିଲ୍ଲୀର ପଟିଆଲା...

ମୋଦିଙ୍କୁ ପ୍ରଶଂସା କରି ପୁଣି କଂଗ୍ରେସକୁ ଆଇନା ଦେଖାଇଲେ ଥରୁର

ନୂଆଦିଲ୍ଲୀ,୪।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ନିଜ ଦଳ କଂଗ୍ରେସକୁ ଆଇନା ଦେଖାଇଛନ୍ତି। ସେ ଗତ ସପ୍ତାହ ମଧ୍ୟରେ ପ୍ରାୟ ୨ ଥର...

ମୁମ୍ବାଇରେ ଗଣପତି ବିସର୍ଜନ ପାଇଁ ସୁରକ୍ଷାରେ ରହିବେ ୫୦ ହଜାରରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ

ମୁମ୍ବାଇ,୧୨।୯: ମହାରାଷ୍ଟ୍ରରେ ସବୁଠାରୁ ବଡ ପର୍ବ ଗଣେଶ ପୂଜା ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ୧୦ ଦିନ ପରେ ଏଠାରେ ବିଘ୍ନବିନାଶକଙ୍କୁ ବିସର୍ଜନ କରାଯାଇଥାଏ।...

ଏହି ହୋଟେଲରେ ରାତ୍ରୀ ଯାପନ କରିବେ ଟ୍ରମ୍ପ

ନୂଆଦିଲ୍ଳୀ,୨୪।୨: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମଦାବାଦ ବିମାନ ବନ୍ଦରରେ ଟ୍ରମ୍ପ...

ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାର

ନୂଆଦିଲ୍ଲୀ,୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଡ.ଏନ୍‌.ଏସ୍‌. ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନୀତ କରିଛନ୍ତି। ଲେପର୍ସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢିବ ନାହିଁ ଜେଜେପି

ଚଣ୍ଡିଗଡ଼,୨୧।୧: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଲଢିବ...

ପାଟନାରେ ବନ୍ଦ ଘରେ ବିସ୍ଫୋରଣ: ତଦନ୍ତ ଜାରି

ପାଟନା,୧୦।୨: ବିହାର ପାଟନାରେ ଏକ ବନ୍ଦ ଘରେ ସୋମବାର ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।...

ପେନ୍‌ସନଧାରୀଙ୍କ ଘରୁ ସଂଗ୍ରହ ହେବ ଜୀବିତ ପ୍ରମାଣପତ୍ର

ନୂଆଦିଲ୍ଲୀ,୩୧-୧(ପି.ଟି.):ପେନ୍‌ସନଧାରୀ ଜୀବିତ ଥିବାର ପ୍ରମାଣପତ୍ର ଏଣିକି ସେମାନଙ୍କ ଘରୁ ସଂଗ୍ରହ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏବାବଦରେ ପେନ୍‌ସନଧାରୀଙ୍କଠାରୁ ସର୍ବାଧିକ ୬୦ ଟଙ୍କା ଦେୟ...

Leave a comment

Your email address will not be published. Required fields are marked *