ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ: ନର୍ସିଂହୋମ୍‌ରେ ଉତ୍ତେଜନା, ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୨୮।୧୧: ବୁଧବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ପରେ ମୃତ୍ୟୁକୁ ନେଇ ସହରର ଏକ ଘରୋଇ ନର୍ସିଂହୋମରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଭଣ୍ଡାରିପୋଖରୀ ଦକ୍ଷିଣବଡ଼ ଅଞ୍ଚଳର ସ୍ବର୍ଣ୍ଣଲତା ମହାପାତ୍ରଙ୍କ ସନ୍ତାନସନ୍ତତି ହେଉ ନ ଥିବାରୁ ତାଙ୍କୁ ଉକ୍ତ ନର୍ସିଂହୋମ୍‌ରେ ବୁଧବାର ଭର୍ତ୍ତି କରାଯାଇ ରାତିରେ ଅସ୍ତ୍ରୋପଚାର କରାଯାଉଥିଲା। ମାତ୍ର ଅସ୍ତ୍ରୋପଚାର ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ରୋଗୀଙ୍କ ସମ୍ପର୍କୀୟ ହୋ-ହଲ୍ଲା କରିବା ସହ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରିଥିଲେ। ଗୁରୁବାର ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ଭିତ୍ତିଭୂମି ବଦଳିବା ସତ୍ତ୍ୱେ ଆସିନି ସୁଧାର

ବାଲେଶ୍ୱର ଅଫିସ,୭।୧୧- ବିଧାନସଭାର ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍‌ ଅଶ୍ୱିନୀ ପାତ୍ରଙ୍କ ତତ୍ତ୍ୱାବଧାନରେ ୧୨ ଜଣିଆ ଟିମ୍‌ ବୁଧବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି।...

ନିଜ ମାତୃଭାଷା ସ୍ବର୍ଗଠାରୁ ମହାନ

ପୁରୀ ଅଫିସ, ୧୨ା୧: ଆଦିକବି ସାରଳା ଦାସ ସମ୍ମିଳନୀ ଅବସରରେ ଶ୍ରୀକ୍ଷେତ୍ରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟଠାରୁ ମାଉସୀମା ଛକ ପର୍ଯ୍ୟନ୍ତ...

ଫେରିଲା ସାତକୋଶିଆ ସୌନ୍ଦର୍ଯ୍ୟ: ୧୪ ମାସ ପରେ ବୋଟିଂ ବ୍ୟବସ୍ଥା

ବନ୍ତଳା, ୬ା୧୨(ଡି.ଏନ.ଏ.)- ବାଘୁଣୀ ସୁନ୍ଦରୀ ଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ବ୍ୟାପକ ପୋଡ଼ାଜଳା ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଗଣ୍ଡରେ ପର୍ଯ୍ୟଟକଙ୍କ...

ସାପକାମୁଡ଼ା ଜାଣିବା ପାଇଁ ନୂଆ ବ୍ୟବସ୍ଥା

କଟକ ଅଫିସ,୯ା୧୨: ସାପ କାମୁଡ଼ାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ତେଣୁ ଏହାର ଫାଇଦା କିଛି ଲୋକ ନେଉଛନ୍ତି। ହୃଦ୍‌ଘାତ କିମ୍ବା...

ସଙ୍ଗରୋଧ ଗୃହରେ ଯୋଗ କଲେ ପ୍ରବାସୀ

ପାଟପୁର,୧୩।୫- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହରେ ୨୦୫୩ ଜଣ ସୁରଟ ଫେରନ୍ତା ରହିଛନ୍ତି। ତେବେ ଅନ୍ୟ ବ୍ଲକ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରମାନଙ୍କରେ...

ଅଭିଯୋଗ ସତ୍ତ୍ୱେ ପୋଲିସ ନୀରବଦ୍ରଷ୍ଟା: ସ୍ବାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଲେ ସ୍ତ୍ରୀ, ଗୁରୁତର ଆହତ ଅବସ୍ଥାରେ ମାଗିଲେ ନ୍ୟାୟ

ଜଗନ୍ନାଥପ୍ରସାଦ,୨୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନl ପଞ୍ଚୁଭୂତି ମୁଖ୍ୟ ରାସ୍ତା ୨୧ନଂ ରାଜ୍ୟ ରାଜପଥରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନ୍ୟାୟ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ବଳଦ ମୃତ

ଚିକିଟି,୩୦ା୬(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ସୋରଳ ପଞ୍ଚାୟତ କଇଠା ଗ୍ରାମରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି ା ଗ୍ରାମ ମଝିରେ ଥିବା ଗୁହାଳକୁ ପ୍ରବେଶ କରିବା...

ଜାମୁନାଳିଆରେ ପଶିଲେ ୨୨ହାତୀ: ୨ଶହ ଏକର ଧାନଫସଲ ନଷ୍ଟ

ରାଇସୁଆଁ, ୫।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବନ ବିଭାଗର ଚିନ୍ତା ବଢାଇଛି। ହାତୀପଲ ଧାନ ଓ ଅନ୍ୟ ଫସଲ ଖାଇବାକୁ...

Leave a comment

Your email address will not be published. Required fields are marked *