Posted inଖେଳ

କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ ୩୧ରୁ: ଦେବାଶିଷ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ

ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି)- କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲର ଦ୍ୱାଦଶ ସଂସ୍କରଣ ଚଳିତମାସ ୩୧ ତାରିଖରୁ ଆରମ୍ଭ ହେବ। କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏହା ଜୁନ ୭ ପର୍ଯ୍ୟନ୍ତ ଚାଲିବ। ଭେନେଜୁଏଲା ଗ୍ରାଣ୍ଡମାଷ୍ଟର ଇଟୁରିଜାଗା ବୋନେଲି ଏଡୁଆର୍ଡୋ (୨୬୩୭ ଏଲୋ ରେଟିଂ) ଟୁର୍ନାମେଣ୍ଟରେ ଟପ୍‌ ସିଡ୍‌ର ମାନ୍ୟତା ପାଇଥିବାବେଳେ ଓଡ଼ିଶା ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ(୨୫୪୪) ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ।
ଅନ୍ତର୍ଜାତୀୟ ଚେସ୍‌ କ୍ୟାଲେଣ୍ଡରରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟର ମର୍ଯ୍ୟାଦା ବହନ କରୁଥିବା ଏହି ପ୍ରତିଯୋଗିତା ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନ(ଏଓସିଏ) ଓ କିଟ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି। ୩ଟି କାଟେଗୋରିରେ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟରେ ୩୦ ଦେଶର ଗ୍ରାଣ୍ଡମାଷ୍ଟର, ଅନ୍ତର୍ଜାତୀୟ ମାଷ୍ଟର, ମହିଳା ଗ୍ରାଣ୍ଡମାଷ୍ଟର, ମହିଳା ଅନ୍ତର୍ଜାତୀୟ ମାଷ୍ଟର ଆଦି ଅଂଶଗ୍ରହଣ କରୁଛନ୍ତି। ଟୁର୍ନାମେଣ୍ଟ ପାଇଁ ୨୫,୦୦,୦୦୦ ଟଙ୍କାର ପୁରସ୍କାର ରାଶି ରଖା ଯାଇଛି ବୋଲି ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କିଟ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଏବଂ ଏଓସିଏ ଉପସଭାପତି ରଞ୍ଜନ ମହାନ୍ତି। ୨୦୦୦ରୁ ଊର୍ଦ୍ଧ୍ୱ ଏଲୋ ରେଟିଂପ୍ରାପ୍ତ ଖେଳାଳି କାଟେଗୋରି ‘ଏ’ରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ଭାରତ, ତାଜିକସ୍ତାନ, ଚେକ୍‌ ରିପବ୍ଲିକ, ଆର୍ମେନିଆ, ବେଲଜିୟମ, ଆମେରିକା, ସ୍ପେନ, ଭେନଜୁଏଲା, ରୁଷିଆ, ବାଂଲାଦେଶ, ୟୁକ୍ରେନ, କାଜାଖସ୍ତାନ, ଶ୍ରୀଲଙ୍କା, ନେପାଳ, ମାଲେସିଆ, ଭିଏତନାମ, ଚିଲି, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ଗ୍ରୀସ୍‌, ଜାପାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ହଂକଂ, ଓମାନ, କାତାର, ମଙ୍ଗୋଲିଆ ଆଦି ଦେଶର ପ୍ରତିଯୋଗୀ ଭାଗ ନେବେ।
ପରିସଂଖ୍ୟାନ ଅନୁସାରେ ଏଥିରେ ମୋଟ ୧୯ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରୁ ଭାରତର ୩ ଜଣ (ଆର.ଆର. ଲକ୍ଷ୍ମଣ, ଦେବେନ୍ଦୁ ବରୁଆ, ଦେବାଶିଷ ଦାସ) ହୋଇଥିବାବେଳେ ଅନ୍ୟ ୧୬ ଜଣ ବିଦେଶୀ ଖେଳାଳି। ଏହା ବ୍ୟତୀତ ଜଣେ ମହିଳା ଗ୍ରାଣ୍ଡମାଷ୍ଟର, ୧୮ ଅନ୍ତର୍ଜାତୀୟ ମାଷ୍ଟର, ୩ ମହିଳା ଅନ୍ତର୍ଜାତୀୟ ମାଷ୍ଟର, ୬ ଫିଡେ ମାଷ୍ଟର, ୭ ମହିଳା ଫିଡେ ମାଷ୍ଟର, ୪ କ୍ୟାଣ୍ଡିଡେଟ ମାଷ୍ଟର ଓ ୨ ମହିଳା କ୍ୟାଣ୍ଡିଡେଟ ମାଷ୍ଟର ଏହିପରି ୬୦ ଟାଇଟଲଧାରୀ ଏଥିରେ ଭାଗ ନେବାକୁ ଯାଉଛନ୍ତି। କାଟେଗୋରି ‘ଏ’ର ଶୀର୍ଷ ୨୦ ବୋର୍ଡ ମ୍ୟାଚର ସିଧା ପ୍ରସାରଣ କରାଯିବ। ଅନ୍ତର୍ଜାତୀୟ ଆର୍ବିଟର ଆର. ଅନନ୍ତରାମଙ୍କ ନେତୃତ୍ୱରେ ଟୁର୍ନାମେଣ୍ଟ ପରିଚାଳିତ ହେବ। ମ୍ୟାଚ ଗୁଡ଼ିକ କ୍ୟାମ୍ପସ ୧୫(ବି)ସ୍ଥିତ ଇଣ୍ଟରନ୍ୟାଶନାଲ ଚେସ୍‌ ହଲ୍‌ ଏବଂ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଏଠାରେ ପୂର୍ବରୁ ପ୍ରତିଯୋଗିତାର ୧୧ଟି ଯାକ ସଂସ୍କରଣ, ଫିଡେ ବିଶ୍ୱ ଜୁନିୟର ଚେସ୍‌ ଚାମ୍ପିୟନଶିପ୍‌ ୨୦୧୬ ଏବଂ ଆହୁରି ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସଫଳତାର ସହିତ ଆୟୋଜିତ ହୋଇଛି।


All Right Reserved By Dharitri.Com

Posted inଖେଳ View All

ଡେଭିସ୍‌ କପ୍‌: ଭାରତୀୟ ଚ୍ୟାଲେଞ୍ଜ ଏଣିକି କଷ୍ଟକର

ନୂଆଦିଲ୍ଲୀ, ୮ା୯ (ପି.ଟି.)- ଟେନିସ ଖେଳର ବିଶ୍ୱ ପରିଚଳାନା ପରିଷଦ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ (ଆଇଟିଏଫ୍‌) ଡେଭିସ୍‌ କପ୍‌ ଫର୍ମାଟରେ ଆଉ ଏକ ପରିବର୍ତ୍ତନ କରିଛି।...

ସନ୍ଦୀପଙ୍କୁ ୭ ଉଇକେଟ୍‌: ପଞ୍ଜାବ ବିଜୟୀ

ଭଦୋଦରା, ୭।୧୦ (ପି.ଟି.)- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ଏକଦିବସୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ଯୁବ ଦ୍ରୁତ ବୋଲର ସନ୍ଦୀପ ଶର୍ମା...

‘ରାହୁଲ, ମୁଁ ବୁଝାମଣାର ଚ୍ୟାଲେଞ୍ଜ ବାଧା ଅତିକ୍ରମ କରିବାକୁ ପ୍ରସ୍ତୁତ’

ସାଉଥାମ୍ପଟନ,୧୮।୬(ପିଟି)- ରୋହିତ ଶର୍ମା ଓ ଶିଖର ଧାଓ୍ବନ ବର୍ତ୍ତମାନ ଦିନିକିଆ କ୍ରିକେଟର ସଫଳତମ ଓପନିଂ ଯୋଡ଼ି। ଉଭୟଙ୍କ ମଧ୍ୟରେ ଥିବା ଭଲ ବୁଝାମଣା ଏହାର କାରଣ।...

ଆଇପିଏଲରୁ ଉପାର୍ଜିତ ଅର୍ଥରେ ରେଞ୍ଜ ରୋଭର କିଣିଲେ ଯୁବ କ୍ରିକେଟର

ଲଣ୍ଡନ,୩।୬- ପୃଥ୍ବୀ ଶ’ଙ୍କ ଭଳି ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଶୁଭମନ ଗିଲ। ୧୯ ବର୍ଷରୁ କମ୍‌ କ୍ରିକେଟରେ ସଫଳତା ପରେ ଏବେ ଆଇପିଏଲ ଓ...

ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର

ବ୍ରିଟେନ ଫର୍ମୁଲା- ୧ ଡ୍ରାଇଭର ଲୁଇସ୍‌ ହାମିଲଟନ ଏଥର ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ସହ ଯୁଗ୍ମ ଭାବେ ଲୌରିଅସ୍‌ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି...

ବିଜୟ ସହ ଭାରତର ଅଭିଯାନ ଶେଷ

ଅକ୍‌ଲାଣ୍ଡ,୫।୨- ଭାରତୀୟ ମହିଳା ହକି ଦଳ ବିଜୟ ସହ ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରିଛି। ଦଳ ତା’ର ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ହରାଇ...

ସ୍ବତନ୍ତ୍ର ଟି୨୦ ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ଧାଓ୍ବନ

ବାଙ୍ଗାଲୋର,୨୨।୯(ପିଟି): ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଶିଖର ଧାଓ୍ବନ ୩୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ।...

ଆର୍ସେନାଲ ଖେଳାଳିଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌

ଲଣ୍ଡନ,୯।୧୧(ଏଏଫ୍‌ପି)- ହାତରେ ମାରଣା ଅସ୍ତ୍ର ଧରି ଆର୍ସେନାଲ ଫୁଟ୍‌ବଲ ଖେଳାଳି ମେସୁଟ ଓଜିଲ ଓ ସିଡ୍‌ କୋଲାସିନାକଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ...

Leave a comment

Your email address will not be published. Required fields are marked *