ଥ୍ରେସର ମେଶିନ୍‌ରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଯୋଡ଼ା ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣିଡିହା ଗ୍ରାମରେ ମଙ୍ଗଳବାର ଧାନ ଅମଳ କରାଯାଉଥିବା ଥ୍ରେସର ମେସିନ୍‌ରେ ଚାପି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଭୋର ସମୟରେ ଉକ୍ତ ଗ୍ରାମର ଶ୍ରମିକ ଚନ୍ଦ୍ର ମୁଣ୍ଡା (୪୦) କାର୍ଯ୍ୟ କରୁଥିବା ବେଳେ କୌଣସି କାରଣରୁ ମେଶିନରେ ଥିବା ଫ୍ୟାନ ବେଲ୍ଟରେ ତାଙ୍କ ହାତ ଲାଗିଯାଇଥିଲା। ଫଳରେ ସେ ଚାପି ହୋଇଯାଇଥିଲେ। ତାଙ୍କୁ ମେଶିିନ୍‌ ଭିତରୁ ଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ହେଁ, ବୁଧବାର ସକାଳ ୯ଟାରେ ଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇ ବାମେବାରୀ ଥାନାରେ ଏକ ମାମଲା (ନଂ.୧୬୭/୨୦୧୯) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ପ୍ରକାଶ କରିଛନ୍ତି।


All Right Reserved By Dharitri.Com

କ୍ଷେତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୫।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ଖଜୁରିଆ ଜାତୀୟ ରାଜପଥ କଡରେ ଥିବା ଏକ ବୁଦାମୂଳରୁ ଗୋସାଣି ନୂଆଗାଁ ପୋଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ...

ସୁଦର୍ଶନଙ୍କୁ ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ

ପୁରୀ ଅଫିସ,୧୭।୧୧: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ। ଇଟାଲୀର ରାଜଧାନୀ ରୋମ୍‌ରେ ଅନୁଷ୍ଠିତ ବିଶ୍ୱସ୍ତରୀୟ...

ବୋନସ ପ୍ରଦାନକୁ ନେଇ ଶ୍ରମିକ ସଂଘର ଧାରଣା ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କାଳିଆପାଣି,୨୫ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଖଣି ଅଞ୍ଚଳରେ କର୍ମଚାରୀଙ୍କ ବୋନସକୁ ନେଇ ଗୁରୁବାର ଶ୍ରମିକ ସଂଘ ପକ୍ଷରୁ ବାଲେଶ୍ୱର ଆଲଏଜ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପ୍ରବଳ...

ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହେଉ ପେନ୍‌ସନ ଯୋଜନା

ବ୍ରହ୍ମପୁର ଅଫିସ,୧୯ା୮-ଶ୍ରମିକ ଓ ଅଣସଂଗଠିତ ଶ୍ରମିକଙ୍କୁ ରାଜ୍ୟ ସରକାର ମାସିକ ପେନ୍‌ସନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଗଞ୍ଜାମ ଜିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ଦାବି...

ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ: ୭ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ, ରୋଗୀ ହଇରାଣ

ବାରିପଦା ଅଫିସ,୧୦ା୧୦- ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ସରକାର ମେଡିକାଲ କଲେଜ...

ସାପକୁ ମାରି ମାଲିକଙ୍କ ପରିବାରକୁ ବଞ୍ଚାଇଲା ଡଗି

ଜୟପୁର,୧୨ା୧୧ (ନି.ପ୍ର/ଡ଼ି.ଏନ.ଏ): ନିଜ ଜୀବନକୁ ବାଜି ଲଗାଇ ୬ ପ୍ରାଣୀଙ୍କ ଜୀବନ ବଞ୍ଚାଇଛି ଘରର ପୋଷା କୁକୁର ଡଗି। ଏକ ବିଷଧର ନାଗ ସାପ ସହ...

ଏସ୍‌ପିଙ୍କ ଅଫିସ ସମ୍ମୁଖରେ ନିର୍ଯାତିତା ମା’ ଝିଅଙ୍କ ଧାରଣା

ଭଦ୍ରକ ଅଫିସ, ୧୨।୬: ପୋଲିସ ଅଭିଯୋଗକୁ ଗୁରୁତ୍ୱ ନ ଦେବାରୁ ଜଣେ ନିର୍ଯାତିତା ମହିଳା ଓ ତାଙ୍କ ୫ ବର୍ଷର ଝିଅ ବୁଧବାର ଭଦ୍ରକ ଜିଲା...

ଡ୍ରେନ ନିର୍ମାଣରେ ଅନିୟମିତତା, ତଦନ୍ତ ଦାବି

ଖଣ୍ଡପଡା,୧୫।୯(ସ୍ବ.ପ୍ର.) -ଖଣ୍ଡପଡା ସହରର ୧ନଂ ୱାର୍ଡରେ ସିମେଣ୍ଟ କଂକ୍ରିଟ ରାସ୍ତା ଉପରେ ୫ ଇଞ୍ଚ ଓସାରର ଏକ ଡ୍ରେନ ନିର୍ମାଣକୁ ନେଇ ସ୍ଥାନୀୟ ୱାର୍ଡ ବାସିନ୍ଦାଙ୍କ...

Leave a comment

Your email address will not be published. Required fields are marked *