୨୦ ଜଣଙ୍କ ନାମରେ ଲୁକ୍‌ଆଉଟ ନୋଟିସ ଜାରି କଲା ଏମ୍‌ସିଏ

ନୂଆଦିଲ୍ଲୀ,୨୯-୫: କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ସିଏ) ୨୦ ଜଣ ପ୍ରମୋଟର ଓ ଡାଇରେକ୍ଟରଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ୍‌ ଜାରି କରିଛି। ସେମାନଙ୍କ ମଧ୍ୟରେ ଜେଟ୍‌ ଏୟାରଓ୍ବେଜ୍‌ ପ୍ରମୋଟର ନରେଶ ଗୋୟଲଙ୍କ ନାମ ମଧ୍ୟ ସାମିଲ ରହିଛି। ଶନିବାର ଗୋୟଲ ତାଙ୍କ ସ୍ତ୍ରୀ ଅନୀତାଙ୍କ ସହ ଦୁବାଇ ବାଟେ ଲଣ୍ଡନ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ରୋକାଯାଇଥିଲା। ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ଆଇଟ ନୋଟିସ ଜାରି କରାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋକୁ ଲୁକ୍‌ଆଉଟ ନୋଟିସ ଜାରି କରିବା ଲାଗି ଏମ୍‌ସିଏ ପକ୍ଷରୁ ୨୦ ଜଣଙ୍କ ନାମ ଦିଆଯାଇଥିଲା। ତଦନ୍ତ ଚାଲିଥିବା ଅଥବା ବିଦେଶ ପଳାଇଯିବାର ସମ୍ଭାବନା ଥିବାରୁ ସେମାନଙ୍କ ବିରୋଧରେ ଏହି ନୋଟିସ୍‌ ଜାରି କରାଯାଇଛି। ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସର୍କୁଲାରରେ ସଂଶୋଧନ କରିଛନ୍ତି। ତଦନୁଯାୟୀ, ଏଣିକି ରାଷ୍ଟ୍ରାୟତ୍ତ ସଂସ୍ଥାର ସିଇଓମାନେ ମଧ୍ୟ ଲୁକ୍‌ଆଉଟ ନୋଟିସ ଜାରି କରିବା ଲାଗି ଅନୁରୋଧ କରିପାରିବେ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଋଣ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟରତ ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟରଙ୍କ ବିରୋଧରେ ଏମ୍‌ସିଏ ଲୁକ୍‌ଆଉଟ ନୋଟିସ୍‌ ଜାରି କରିଛି।


All Right Reserved By Dharitri.Com

ପିଆଜର ଦରବୃଦ୍ଧି ନେଇ ବଢ଼ିଲା ଚିନ୍ତା;୫୦ହଜାର ଟନ ଉଠାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ -୮: ଗରିବର ପରିବା କୁହାଯାଉଥିବା ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ। ଦର ନିୟନ୍ତ୍ରଣ ଲାଗି ଏବେ କେନ୍ଦ୍ର ଖାଦ୍ୟ ଯୋଗାଣ...

ଏପ୍ରିଲରୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଜିଏସ୍‌ଟି ରିଟର୍ନ ଫାଇଲିଂ

ନୂଆଦିଲ୍ଲୀ,୩-୧୦: ଆସନ୍ତା ବର୍ଷ ଏପ୍ରିଲରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ଏସ୍‌ ଏମ୍‌ଏସ୍‌ ଦ୍ୱାରା ରିଟର୍ନ ଫାଇଲ କରିହେବ। ନିଲ୍‌ ରିଟର୍ନ କ୍ଷେତ୍ରରେ...

ସେନସେକ୍ସ ୭୯୩ ପଏଣ୍ଟ ବଢ଼ିଲା;୨.୪୧ ଲକ୍ଷ କୋଟି ସହ ନିବେଶକ ମାଲାମାଲ

ମୁମ୍ବାଇ,୨୭-୮: ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଘୋଷଣା ଏବଂ ଆଗାମୀ ଦିନରେ ଚାଇନା ଓ ଆମେରିକା ମଧ୍ୟରେ ପୁନର୍ବାର ବାଣିଜ୍ୟ ଯୁଦ୍ଧ ନେଇ ଆଲୋଚନା ହେବାର...

ଓଡ଼ିଶା ବଜାରରେ ରେନୋର ନୂଆ ଡଷ୍ଟର

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲ ଯାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ପାହାଳସ୍ଥିତ ରେନୋ ଭୁବନେଶ୍ୱରର ନର୍ଥ ଶୋ’ରୁମଠାରେ ଏହାକୁ...

ସୁଇସ୍‌ ବ୍ୟାଙ୍କରେ କଳାଧନ: ୧୧ ଭାରତୀୟଙ୍କୁ ଜାରି ହେଲା ନୋଟିସ୍‌

ନୂଆଦିଲ୍ଲୀ,୨୭-୫: ବ୍ୟାଙ୍କିଙ୍ଗ୍‌ ଗୋପନୀୟତାକୁ ନେଇ ବିଶ୍ୱରେ ସମାଲୋଚନାର ଶିକାର ହୋଇଆସୁଥିବା ସୁଇଜରଲାଣ୍ଡ ଏବେ ନିଜର ମତ ପରିବର୍ତ୍ତନ କରିଛି। ନିକଟ ଅତୀତରେ ଏହା ଭାରତୀୟଙ୍କ କଳାଧନ...

ଜିଭା ଆୟୁର୍ବେଦା ପକ୍ଷରୁ ଦେୟମୁକ୍ତ ପରାମର୍ଶ ପ୍ରଦାନ

ଭୁବନେଶ୍ୱର,୧୨।୭(ବ୍ୟୁରୋ) : ଜିଭା ଆୟୁର୍ବେଦା ପକ୍ଷରୁ ଜିଭା ସ୍ବାସ୍ଥ୍ୟ ସପ୍ତାହର ସପ୍ତମ ସଂସ୍କରଣ ଅବସରରେ ସାରା ଦେଶରେ ଦେୟମୁକ୍ତ ପରାମର୍ଶ ପ୍ରଦାନ କରାଯାଉଛି। ସାରା ଦେଶରେ...

କାର ଜିତିଲେ ବଜାର କୋଲକତାର ଭାଗ୍ୟଶାଳୀ ବିଜେତା

କଟକ,୧-୭: ପ୍ରମୁଖ ରିଟେଲ ଚେନ୍‌ ବଜାର କୋଲକତାର ଭାଗ୍ୟଶାଳୀ ଗ୍ରାହକ ଭାବେ କଟକର ପ୍ରାଣକୃଷ୍ଣ ଭୋଇ ଏକ ରେନୋ କ୍ୱିଡ କାର ଜିତିବାକୁ ସକ୍ଷମ ହୋଇଛନ୍ତି।...

୧୧ବର୍ଷର ସର୍ବନିମ୍ନ ସ୍ତରରେ ୟୁଆନ

ନୂଆଦିଲ୍ଲୀ,୨୭-୮: ଆମେରିକା ସହ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ କାରଣରୁ ଚାଇନାର ମୁଦ୍ରା ୟୁଆନ ସୋମବାର ଡଲାର ମୁକାବିଲାରେ ୧୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *