ବିଏସ୍‌ଏନ୍‌ଏଲ କର୍ମଚାରୀଙ୍କୁ ଠିକ୍‌ ସମୟରେ ମିଳିବ ଦରମା: ସିଏମ୍‌ଡି

ନୂଆଦିଲ୍ଲୀ,୨୯-୫: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ନିଜର କର୍ମଚାରୀଙ୍କୁ ଠିକ୍‌ ସମୟରେ ମେ’ ମାସର ଦରମା ଦେବ ବୋଲି ଆଶ୍ୱସ୍ତ କରିଛି। କମ୍ପାନୀ ନିଜର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ଲାଗି ଏସ୍‌ବିଆଇଠାରୁ ୧୫୦୦ କୋଟି ଟଙ୍କାର ଋଣ ନେବ। ଏଥିପାଇଁ ଟେଲିକମ୍‌ ବିଭାଗର ଗ୍ୟାରେଣ୍ଟିରେ ଋଣ ପାଇଁ ଏସ୍‌ବିଆଇ ସହ ବିଏସ୍‌ଏନ୍‌ଏଲ୍‌ର ଚୁକ୍ତି ହୋଇଛି। ସିଏମ୍‌ଡି ଅନୁପମ ଶ୍ରୀବାସ୍ତବ କହିଛନ୍ତି ଯେ, କମ୍ପାନୀ ବର୍ତ୍ତମାନ ସନ୍ତୋଷଜନକ ସ୍ଥିତିରେ ରହିଛି। କର୍ମଚାରୀଙ୍କୁ ଚଳିତ ମାସର ବେତନ ଦେଇହେବ। ମୋବାଇଲ, ବ୍ରଡ୍‌ବ୍ୟାଣ୍ଡ୍‌ ଏବଂ ଅନ୍ୟାନ୍ୟ ବ୍ୟବସାୟରୁ ଲବ୍‌ଧ ଆୟରୁ କର୍ମଚାରୀଙ୍କୁ ୯୦୦ କୋଟି ବେତନ ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଥାଉ କି, ବିଏସ୍‌ଏନ୍‌ଏଲ୍‌ର ୧.୬୮ ଲକ୍ଷ କର୍ମଚାରୀଙ୍କୁ ଫେବୃୟାରୀ ଓ ମାର୍ଚ୍ଚରେ ବେତନ ଦେବାରେ ଅସୁବିଧା ହୋଇଥିଲା। ଏଥିପାଇଁ କମ୍ପାନୀ ବ୍ୟାଙ୍କ ନିକଟରେ ୩୫୦୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିଥିଲା। କମ୍ପାନୀର ଆର୍ଥିକ କ୍ଷତି କ୍ରମାଗତ ବଢ଼ିବାରେ ଲାଗିଛି। ୨୦୧୭ରେ ଏହାର କ୍ଷତି ୪୭୮୬ କୋଟି ଟଙ୍କା ଥିଲା ବେଳେ ୨୦୧୮ରେ ଏହା ବଢ଼ି ୮ ହଜାର କୋଟି ଟଙ୍କାରେ ପହଞ୍ଚତ୍ୟାଇଥିଲା। ଚଳିତ ବର୍ଷ ଏହା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।


All Right Reserved By

ରିୟଲ ଇଷ୍ଟେଟ ଲାଗି ଆସୁଛି ରେଣ୍ଟାଲ ପଲିସି

ନୂଆଦିଲ୍ଲୀ,୩୦-୫: ରିୟଲ ଇଷ୍ଟେଟ୍‌ ସେକ୍ଟର ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ନୂଆ ରେଣ୍ଟାଲ ପଲିସୀ ଆଣିବାକୁ ଯାଉଛନ୍ତି। ଭଡ଼ା ସୂତ୍ରରେ ଘରୁ ମିଳୁଥିବା ଲାଭ...

ଆଇଆରସିଟିସି ଆଣିବ ଆଇପିଓ;ବିକ୍ରି ହେବ ୧୨% ଅଂଶଧନ

ନୂଆଦିଲ୍ଲୀ,୨୩-୮: ରେଲଓ୍ବେର ପର୍ଯ୍ୟଟନ ଏବଂ ଖାଦ୍ୟ ବ୍ୟବସ୍ଥା ତଦାରଖ କରୁଥିବା ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜିମ୍‌ କର୍ପୋରେଶନ(ଆଇଆର୍‌ସିଟିସି) ଖୁବଶୀଘ୍ର ଇନିସିଆଲ ପବ୍ଲିକ୍‌ ଅଫରିଂ(ଆଇପିଓ) ଆଣିବାକୁ...

ସମସ୍ତ ପ୍ରକାର ଋଣକୁ ରେପୋରେଟ୍‌ ସହ ଯୋଡାଯିବ

ମୁମ୍ବାଇ,୫।୯: ବ୍ୟାଙ୍କଗୁଡ଼ିକ ଗୃହ, ଅଟୋ ଓ ପର୍ସନାଲ ଋଣ ଉପରେ ଫିକ୍ସଡ ବା ସ୍ଥାୟୀ ,ଫ୍ଲୋଟିଂ(ଅସ୍ଥାୟୀ) ସୁଧ ହାର ଘୋଷଣା କରିଛନ୍ତି। ଗ୍ରାହକ ନିଜ ପସନ୍ଦ...

ରେନୋ ଆଣିଲା ନୂଆ ଟ୍ରାଇବର

ଭୁବନେଶ୍ୱର, ୧୯।୬: ୟୁରୋପର ପ୍ରମୁଖ ଅଟୋମୋଟିଭ୍‌ ବ୍ରାଣ୍ଡ୍‌ ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବରର କାର ବୁଧବାର ବଜାର ପ୍ରବେଶ ହୋଇଛି। ରେନୋ ଗ୍ରୁପର ସିଇଓ...

୫ ପ୍ରମୁଖ ଅର୍ଥନୈତିକ ଚ୍ୟାଲେଞ୍ଜ

ସରକାରଙ୍କ ସାମ୍ନାରେ ୫ ଅର୍ଥନୈତିକ ଚ୍ୟାଲେଞ୍ଜ ରହିବ। ସେଗୁଡିକୁ ସାମ୍ନା କରିବାକୁ ସରକାରଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ଦ୍ୱିତୀୟ ପାଳିରେ ଏନ୍‌ଡିଏ ସରକାର କିଭଳି ଏପ୍ରମୁଖ...

ମାନ୍ଦାବସ୍ଥା ଲାଗି ବିମୁଦ୍ରୀକରଣ, ଜିଏସ୍‌ଟି ଦାୟୀ:ମନମୋହନ

ନୂଆଦିଲ୍ଲୀ,୧୩-୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣ ଓ ତରବରିଆ ଭାବେ ଲାଗୁ କରାଯାଇଥିବା ଜିଏସ୍‌ଟି ଦାୟୀ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ...

ଏଣିକି ବ୍ୟାଙ୍କ ବିରୋଧରେ ଅଭିଯୋଗ ଶୁଣିବ ଆର୍‌ବିଆଇ

ନୂଆଦିଲ୍ଲୀ,୨୬-୬: ସାଧାରଣତଃ ବ୍ୟାଙ୍କ ବିରୋଧରେ ଗ୍ରାହକଙ୍କ ବହୁ ଅଭିଯୋଗ ଥାଏ। କିନ୍ତୁ ସୂଚନା ଅଭାବରେ ସେମାନେ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରନ୍ତି ନାହିଁ। ତେବେ...

ପିଆଜିଓ ଆଣିଲା ନୂଆ ଆପେ ସିଟି ପ୍ଲସ

ଭୁବନେଶ୍ୱର,୧୭-୭(ବ୍ୟୁରୋ): ପିଆଜିଓ ଭେଇକିଲ ପ୍ରାଇଭେଟ ଲିମିଟେଡ(ପିଭିପିଏଲ୍‌) ପକ୍ଷରୁ ନୂଆ ଆପେ ସିଟି ପ୍ଲସ ତିନିଚକିଆ ଯାନ ବଜାରକୁ ଓଡିଶା ଆସିଛି। ମିଡ୍‌ ବଡି ସେଗ୍‌ମେଣ୍ଟରେ କମ୍ପାନୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *