ପଦାଧିକାରୀ ହେଲେ ହେଁ ଜୀବନଯାପନ ସାଧାରଣ: ପନିପରିବା ଚାଷ କରନ୍ତି ଛେଣ୍ଡିପଦା ବିଡିଓ

ଛେଣ୍ଡିପଦା,୨୭।୧୧(ସ୍ବ.ପ୍ର.): ଅଧିକାରୀମାନେ ପଦପଦବୀ ମଣ୍ଡନ କରିବା ପରେ ସେମାନଙ୍କର ପ୍ରାୟ ଅଧିକାଂଶ କାର୍ଯ୍ୟ ଅର୍ଡର୍ଲିମାନେ କରିଥାନ୍ତି। ଯେମିତିକି ବଜାରରୁ ପରିବା ଆଣିବା, ଗ୍ରୋସରି ଆଣିବା, ବଗିଚାରେ ପାଣି ଦେବା, ଫୁଲଗଛ ଲଗାଇବା, ବଗିଚାର ଯତ୍ନ ନେବା ଇତ୍ୟାଦି। ହେଲେ ଏହିଭଳି ଅର୍ଡର ଦେଉଥିବା ବାବୁମାନଙ୍କଠାରୁ ଭିନ୍ନ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ କୁମାର କେର୍କେଟା। ବିଡିଓ ପଦରେ ଥାଇ ମଧ୍ୟ ସେ ସାଧାରଣ ଜୀବନଯାପନ କରନ୍ତି। ନିଜ ବଗିଚାରେ ନିଜେ ପାଣି ଦିଅନ୍ତି। ନିଜେ ବଗିଚା ସଫା ରଖନ୍ତି। ସବୁଠାରୁ ବଡ଼ କଥା ହେଉଛି ବଜାରରୁ ସେ ପନିପରିବା ନ କିଣି ନିଜେ ନିଜ ବାଡ଼ିରେ ଚାଷ କରନ୍ତି। ବର୍ତ୍ତମାନ ତାଙ୍କ ବାଡ଼ିରେ ୧୮ ପ୍ରକାର ପନିପରିବା ସେ ଲଗାଇଛନ୍ତି।

ସେଥିମଧ୍ୟରେ ରହିଛି ବାଇଗଣ, ବିଲାତି ବାଇଗଣ, ଭେଣ୍ଡି, ଧନିଆପତ୍ର, ମୂଳା, କଲରା, ଫୁଲକୋବି, ବନ୍ଧାକୋବି, ବିନ୍‌, ସୋରିଷ ଶାଗ, ପାଳଙ୍ଗ ଶାଗ, କୋଶଳା ଶାଗ, ମଟର ଛୁଇଁ। କର୍ମମୟ ଜୀବନରେ ପ୍ରତିଦିନ ସକାଳୁ ଉଠି ଦୁଇଘଣ୍ଟା ହାତରେ କୋଡିଧରି ବଗିଚାରେ କାମ କରିଥାନ୍ତି। ୧୯୭୩ ମସିହାରେ ସୁନ୍ଦରଗଡ ଜିଲା ଝୁନମୁର ଗ୍ରାମରେ ତାଙ୍କର ଜନ୍ମ। ଗାଁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଅଧ୍ୟୟନ ପରେ ୧୯୯୭ ମସିହାରେ ଦାର୍ଜିଲିଂରେ ଗ୍ରାଜୁଏଶନ ପାସ୍‌ କରିଥିଲେ। ଏହାପରେ ରାଉରେକେଲା ଗଭର୍ନମେଣ୍ଟ କଲେଜରେ ଇଂରାଜୀରେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ ଓଏଏସ୍‌ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ। ଚାକିରି ନ ମିଳିବା ପର୍ଯ୍ୟନ୍ତ ୪ ବର୍ଷ ଶିକ୍ଷକତା କରି ପରିବାର ଗୁଜୁରାଣ ମେଣ୍ଟାଇଥିଲେ।

୨୦୦୫ ମସିହାରେ ଚାକିରି ମିଳିବା ସହିତ ରେଙ୍ଗାଳି ଇରିଗେଶନ ପ୍ରୋଜେକ୍ଟ ନିମନ୍ତେ ଲ୍ୟାଣ୍ଡ ଆକ୍ୟୁଜିଶନ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ। ୨୦୧୧ ମସିହାଠାରୁ ଆଜିପର୍ଯ୍ୟନ୍ତ ସେ ବିଡିଓ ଭାବେ କାର୍ଯ୍ୟ କରିଆସୁଛନ୍ତି। ନୂଆପଡାରେ ଦୁଇବର୍ଷ କାର୍ଯ୍ୟ ସମାପନ କରି ଛେଣ୍ଡିପଦା ବିଡିଓ ଭାବେ ଯୋଗଦେଇଥିଲେ। କର୍ମମୟ ଜୀବନରୁ କିଛି ସମୟ ବାହାର କରି ନିଜେ ଚାଷ କରିବାକୁ ସେ ପସନ୍ଦ କରିଥାନ୍ତି। ଏପରି କି କାର୍ଯ୍ୟାଳୟକୁ ଆସୁଥିବା ଦୁଃଖୀ ମଣିଷକୁ ଖୁସି କରିପାରିଲେ ଆନନ୍ଦ ମିଳିଥାଏ ବୋଲି ସୁନୀଲ କୁହନ୍ତି। ଛେଣ୍ଡିପଦାରେ ଯୋଗଦେବାର ଦୁଇ ମାସ ମଧ୍ୟରେ ନିଜେ ବାଡିରେ ୧୮ରୁ ଊଦ୍ଧର୍‌ବ ପ୍ରକାରର ସବୁଜ ପନିପରିବା ଲଗାଇଛନ୍ତି।
ସୁନୀଲ କହୁନ୍ତି, ବଜାରରୁ କିଣି ଖାଇବା ଅପେକ୍ଷା ନିଜ ମେହନତରେ ବୁଦ୍ଧିବଳ ଖଟାଇ ଚାଷ କରିବା ସହିତ ବାଡିରୁ ତୋଳି ଖାଇବା ମଜା ଅଲଗା। ଚାଷ କରିବା ଦ୍ବାରା ସ୍ବାସ୍ଥ୍ୟ ଠିକ୍‌ ରହିବା ସହିତ ମନ ପ୍ରଫୁଲ୍ଲ ରହିପାରିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ନୀତି ଆୟୋଗ ଟିମ୍‌ର ମାନଜୋର ପ୍ରକଳ୍ପ ପରିଦର୍ଶନ

ମାଧପୁର, ୨୯ା୮- କେନ୍ଦ୍ରୀୟ ନୀତି ଆୟୋଗ ଟିମର ଦୁଇଜଣିଆ ସଦସ୍ୟ ଗୁରୁବାର ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ମାନଜୋର ଜଳପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଏଥିସହ ପ୍ରକଳ୍ପ...

ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ : ସ୍କୁଲରେ ବାଜିଲା ପାଣିପିଆ ଘଣ୍ଟା

ବ୍ରହ୍ମପୁର ଅଫିସ୍‌,୨୬ା୧୧-ଛାତ୍ରୀଛାତ୍ରଙ୍କୁ ସୁସ୍ଥ ରଖିବା ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି । ପାନୀୟ ଜଳ ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ...

ପ୍ରତାପ ଭୂତିଆ ହତ୍ୟା ମାମଲା: ୪୮ ଘଣ୍ଟା ପରେ ପୋଲିସ ହାତ ଖାଲି

ଢେଙ୍କାନାଳ ଅଫିସ, ୨୩।୮: ଇନ୍ଦିରା ଆବାସ କାର୍ଯ୍ୟାଦେଶ ପ୍ରଦାନରେ ଚଞ୍ଚକତା ଏବଂ ଏହାର ପ୍ରତିବାଦ କରିବାରୁ ଢେଙ୍କାନାଳ ଜିଲା ଗଁଦିଆ ଥାନା ଭୂତିଆ ସାହିର ପ୍ରତାପ...

ବନ୍ତଳା ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

ବନ୍ତଳା,୧୨ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ...

ଇ- ବିଧାନସଭା: ୪୭ ବିଧାୟକ କିଣିଲେ କମ୍ପ୍ୟୁଟର

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ବିଧାୟକମାନେ ଆଉ କାଗଜପତ୍ର ନୁହେଁ କମ୍ପ୍ୟୁଟର ଜରିଆରେ ସମସ୍ତ ସୂଚନା ପାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ। ଏପରି କି ବିଧାନସଭାକୁ ମଧ୍ୟ ଲାପଟପ୍‌...

ବିଦ୍ୟାଳୟ ଯିବା ରାସ୍ତା କଦୁଅ ଭରପୂର: ପ୍ରତିବାଦରେ ରାସ୍ତାରେ ଧାନଗଛ ଲଗାଇଲେ ଛାତ୍ରୀଛାତ୍ର

ମାଲକାନଗିରି,୧୪।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ରାସ୍ତାରେ କାଦୁଅ ଯୋଗୁ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯିବା କଷ୍ଟକର ହୋଇପଡୁଛି। ଏହାର ପ୍ରତିବାଦରେ ବିଦ୍ୟାଳୟକୁ ଯାଉଥିବା ରାସ୍ତାରେ ଛାତ୍ରୀଛାତ୍ରମାନେ ଧାନଗଛ ଲଗାଇଛନ୍ତି।...

ଶିକ୍ଷାବିତ୍‌ ତଥା ସାମ୍ବାଦିକଙ୍କ ପରଲୋକ:ବିଭିନ୍ନ ମହଲରେ ଶୋକର ଛାୟା

ଖଣ୍ଡପଡ଼ା,୨୦ା୯(ସ୍ବ.ପ୍ର.): ବିଶିଷ୍ଟ ଶିକ୍ଷାବିତ୍‌ ତଥା ବରିଷ୍ଠ ଖବରଦାତା ପ୍ରଫୁଲ୍ଲ ଚନ୍ଦ୍ର ଦାଶ(୭୧)ଙ୍କ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ରାହ୍ମଣ ସାହିସ୍ଥ ତାଙ୍କ ବାସଭବନରେ ଗୁରୁବାର ସକାଳେ ପରଲୋକ...

ଦକ୍ଷତା ବିକାଶ ଚିନ୍ତା ସିଙ୍ଗାପୁରର ସହାୟତା ନେବ ଓଡ଼ିଶା:ଆଇଟିଆଇ ପରେ ସିଙ୍ଗାପୁରରେ ପ୍ରଶିକ୍ଷଣ ନେବେ ପଲିଟେକ୍‌ନିକ୍‌ ପ୍ରଶିକ୍ଷକ

ଭୁବନେଶ୍ୱର,୪ା୯(ବ୍ୟୁରୋ):ଦକ୍ଷତା ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ଓଡ଼ିଶା ଏବଂ ସିଙ୍ଗାପୁର। ଧନ୍ଦାମୂଳକ ଶିକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଉ ପାଦେ ଆଗେଇବାକୁ...

Leave a comment

Your email address will not be published. Required fields are marked *