ମୋଦି ୨.୦ର ପ୍ରସ୍ତୁତି; ଉଜ୍ଜ୍ୱଳାରେ ୫ କେଜିର ସିଲିଣ୍ଡର ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୯-୫: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଯୋଗୁ ଗ୍ରାମାଞ୍ଚଳର ମହିଳାମାନଙ୍କ ଭୋଟ୍‌ ହାତେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଆଉ ଏକ ଧମାକା କରିବାକୁ ଯାଉଛି। ଆଗାମୀ ଦିନରେ ଗରିବ ମହିଳାଙ୍କୁ ୫ କେଜିର ସିଲିଣ୍ଡର ନେବାକୁ ବାଧ୍ୟତାମୂଳକ କରାଯିବ। ମୋଦି ୨.୦ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହାଦ୍ୱାରା ରିଫିଲିଙ୍ଗ୍‌ ଅଧିକ ସଂଖ୍ୟାରେ ହୋଇପାରିବ ବୋଲି ମନେ କରାଯାଉଛି। ଅନ୍ୟପକ୍ଷରେ ତୈଳ କମ୍ପାନୀଗୁଡ଼ିକ ମଧ୍ୟ ଏହାଦ୍ୱାରା ଲାଭାନ୍ବିତ ହେବେ।
ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପରେ ଏବେ ଉଜ୍ଜ୍ୱଳା ଯୋଜନାର ବିସ୍ତାର କରାଯିବ। ପ୍ରଥମ ପର୍ଯ୍ୟାୟରେ ଦାରିଦ୍ର୍ୟ ସୀମାରେଖା(ବିପିଏଲ୍‌) ତଳେ ଥିବା ପରିବାରଗୁଡ଼ିକୁ ମାଗଣାରେ ଗ୍ୟାସ୍‌ ସଂଯୋଗ ଦିଆଯାଇଥିଲା। ଏଥିରେ ୧୬୦୦ ଟଙ୍କାର ଖର୍ଚ୍ଚକୁ ସରକାର ବହନ କରୁଥିଲେ। ଏହି ସଂଯୋଗ ପରିବାରର ମହିଳା ସଦସ୍ୟଙ୍କ ନାମରେ ଜାରି କରାଯାଉଛି। ଏହି ସଂଯୋଗ ଅଧୀନରେ ଲୋକଙ୍କୁ ଗୋଟିଏ ଚୁଲ୍ଲି, ୧୪.୨ କେଜିର ସିଲିଣ୍ଡର ଏବଂ ରେଗୁଲେଟର ଦିଆଯାଉଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଆସନ୍ତା ୧୦୦ ଦିନ ଭିତରେ ଏହି ଯୋଜନା ଅଧୀନରେ ୮ କୋଟି ଲୋକଙ୍କୁ ସଂଯୋଗ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି। ଅଦ୍ୟାବଧି ୭ କୋଟି ୧୯ ଲକ୍ଷ ଲୋକଙ୍କୁ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ଏହି ଲକ୍ଷ୍ୟ ପୂରଣ ହେବା ପରେ ଉକ୍ତ ଯୋଜନାରେ ୫ କେଜିର ସିଲିଣ୍ଡର ନେବାକୁ ବାଧ୍ୟ କରାଯିବ। କାରଣ ଦେଖାଯାଇଛି ଯେ, ବଣ୍ଟାଯାଇଥିବା ସିଲିଣ୍ଡର ମଧ୍ୟରୁ ଅଧିକାଂଶ ରିଫିଲିଙ୍ଗ୍‌ ହେଉ ନାହିଁ। କାରଣ ସିଲିଣ୍ଡର ରିଫିଲିଙ୍ଗ୍‌ ପାଇଁ ଲୋକଙ୍କୁ ଅତିକମ୍‌ରେ ୭ଶହରୁ ୮ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହି ରିଫିଲ୍‌ ପାଇଁ ସେମାନଙ୍କୁ କୌଣସି ପ୍ରକାର ସବ୍‌ସିଡି ଦିଆଯାଉନାହିଁ। ସୂଚନାଥାଉ କି, ଉଜ୍ଜ୍ୱଳା ଯୋଜନାରେ ଦିଆଯାଇଥିବା ସଂଯୋଗ ମଧ୍ୟରୁ ବର୍ଷକରେ ହାରାହାରି ୩ଥର ରିଫିଲ୍‌ କରାଯାଉଛି, ଯାହା କି ରାଷ୍ଟ୍ରୀୟ ହାରାହାରି ଠାରୁ କମ୍‌। ସାରା ଦେଶରେ ଲୋକେ ବର୍ଷକ ମଧ୍ୟରେ ୭ ଥର ରିଫିଲ୍‌ କରାଉଛନ୍ତି। ଦିଲ୍ଲୀରେ ଏବେ ୧୪.୨ କେଜିର ଏକ ସିଲିଣ୍ଡର ଦର ୭୧୨ ଟଙ୍କା ପଡ଼ୁଛି। ଏହା ଉପରେ ୨୧୫ ଟଙ୍କାର ସବ୍‌ସିଡି ମିଳୁଛି। ଅନ୍ୟପକ୍ଷରେ ୫ କେଜିର ସିଲିଣ୍ଡରକୁ ରିଫିଲ୍‌ କରିବାକୁ ମାତ୍ର ୨୬୦ ଟଙ୍କା ଖର୍ଚ୍ଚ କରିବାକୁ ହେବ ଏବଂ ଏଥିରେ ୮୦ ଟଙ୍କାର ସବ୍‌ସିଡି ବାବଦ ଅର୍ଥ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ଏହାକୁ ଦେଖିଲେ ସିଲିଣ୍ଡର ରିଫିଲ୍‌ ମୂଲ୍ୟ ୧୮୦ ଟଙ୍କା ପଡିବ। ଗରିବ ପରିବାର ପାଇଁ ସିଲିଣ୍ଡର ରିଫିଲ୍‌ କରିବା ସୁବିଧାଜନକ ହେବ। ସେହିପରି ୫ କେଜିର ସିଲିଣ୍ଡର ଓଜନ ମଧ୍ୟ କମ୍‌ ହେବ। ଫଳରେ ଏହାକୁ ସହଜରେ ଅନ୍ୟତ୍ର ନେଇ ହେବ। ସବୁଠୁ ବଡ଼ କଥା ହେଲା, ଏହି ଯୋଜନାର ପରିଧିକୁ ଆଗାମୀ ଦିନରେ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏଥିରେ ଥିବା ନିୟମକୁ କୋହଳ କରାଯିବ। ଫଳରେ ଗରିବ ପରିବାର ନିକଟରେ ଏହି ଯୋଜନାର ଲାଭ ସହଜରେ ଉପଲବ୍ଧ ହେବ। ଉଲ୍ଲେଖ କରାଯାଇପାରେ ଯେ, ୨୦୧୬ରେ ଉତ୍ତର ପ୍ରଦେଶରେ ପ୍ରଥମେ ଉକ୍ତ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ପ୍ରାରମ୍ଭିକ ସ୍ତରରେ ହିତାଧିକାରୀଙ୍କ ସଂଖ୍ୟା କମ୍‌ ରଖାଯାଇଥିଲା। ତେବେ ଏହି ଯୋଜନା ଲୋକପ୍ରିୟ ହେବା ପରେ କେନ୍ଦ୍ର ସରକାର ତୈଳ କମ୍ପାନୀଗୁଡ଼ିକ ଲକ୍ଷ୍ୟବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ନୂଆ ସରକାର ରିଫିଲ୍‌ ସଂଖ୍ୟା ବଢ଼ାଇବାର ଟାର୍ଗେଟ କରିବେ ବୋଲି ଜଣାପଡିଛି।


All Right Reserved By

ସିଏସ୍‌ଆର୍‌କୁ ଅନୁପାଳନ ଅବମାନନା ପରିଧିକୁ ଆଣିବା ଲାଗି ସୁପାରିସ୍‌

ନୂଆଦିଲ୍ଲୀ,୧୪-୮: ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ମଙ୍ଗଳବାର କମ୍ପାନୀ ଆଇନ ଅଧୀନରେ ସିଏସ୍‌ଆରରେ ହେଉଥିବା ଖର୍ଚ୍ଚ ଉପରେ ଟିକସଛାଡ଼ କରିବା ସହ ଏହାର ଅନୁପାଳନରେ...

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

ନୂଆଦିଲ୍ଲୀ,୨୪-୪: ଆସନ୍ତା ୨୬ରୁ ଘରୋଇ ନେଟଓ୍ବାର୍କରେ ସ୍ପାଇସଜେଟ୍‌ ନୂଆଦିଲ୍ଲୀ ଏବଂ ମୁମ୍ବାଇରୁ ଅନ୍ୟ ସହରକୁ ଦୈନିକ ୨୮ ନୂଆ ବିମାନ ଉଡ଼ାଇବ ବୋଲି ମଙ୍ଗଳବାର କମ୍ପାନୀ...

ଜୁଲାଇ ପ୍ରଥମ ସପ୍ତାହରେ ଆସିପାରେ ବଜେଟ

ନୂଆଦିଲ୍ଲୀ,୩୧-୫: ମୋଦି ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଚଳିତ ଆର୍ଥିକ ବର୍ଷ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ପୂର୍ଣ୍ଣାଙ୍ଗ ବଜେଟ ଆଣିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ...

ପାସେଞ୍ଜର ଯାନ ବିକ୍ରି ୧୮% କମିଲା

ନୂଆଦିଲ୍ଲୀ,୧୧-୭: ଚଳିତ ବର୍ଷ ଜୁନମାସରେ ପାସେଞ୍ଜର ଯାନ ବିକ୍ରି ୧୭.୫୪% ହ୍ରାସ ଘଟି ୨.୨୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏଆଇବିଓସିର ୧୦ ଲକ୍ଷ

ଭୁବନେଶ୍ୱର,୪-୬: ଫନୀ ପ୍ରଭାବିତଙ୍କୁ ସହାୟତା ଲାଗି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେଶନ (ଏଆଇବିଓସି) ପକ୍ଷରୁ ୧୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।...

ଆଇଏମ୍‌ଏଫ୍‌ ଏମ୍‌ଡି ପଦରୁ କ୍ରିଷ୍ଟିନ୍‌ ଲେଗାର୍ଡଙ୍କ ଇସ୍ତଫା

ଓ୍ବାଶିଂଟନ,୧୭-୭: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏମ୍‌ଡି ପଦବୀରୁ କ୍ରିଷ୍ଟିନ ଲେଗାର୍ଡ ଇସ୍ତଫା ଦେଇଛନ୍ତି। ଆଇଏମ୍‌ଏଫ୍‌ ବୋର୍ଡକୁ ସାକ୍ଷାତ କରି ଇସ୍ତଫା ପତ୍ର ଦେଇଥିବା ସେ...

ଆଇବିସିରୁ ଫେରିଛି ୭୦ ହଜାର କୋଟି

ନୂଆଦିଲ୍ଲୀ,୧୫-୫:ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଜରିଆରେ ଫଶିଯାଇଥିବା ଋଣ ଅସୁଲ ସୁବିଧାଜନକ ହୋଇଛି। ୨୦୧୮-୧୯ରେ ୭୦ ହଜାର କୋଟି ଟଙ୍କା ଅନାଦାୟ ଋଣ(ଏନ୍‌ପିଏ) ଫେରି ଆସିଛି।...

ନୂଆ ସରକାରଙ୍କ ନୀତି ଉପରେ ହେବ ରେଟିଙ୍ଗ୍‌ସ: ମୁଡିଜ୍‌

ନୂଆଦିଲ୍ଲୀ,୨୪-୫: କେନ୍ଦ୍ରରେ ନୂଆ ସରକାର ନେବାକୁ ଥିବା ଆର୍ଥିକ ନୀତି ଉପରେ ଭାରତର ରେଟିଙ୍ଗ୍‌ସ ନିର୍ଭର କରିବ ବୋଲି କ୍ରେଡିଟ୍‌ ରେଟିଙ୍ଗ୍‌ ଏଜେନ୍ସି ମୁଡିଜ୍‌ ପକ୍ଷରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *