ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ

ନିମାପଡ଼ା,୨୭-୧୧(ଡି.ଏନ୍‌.ଏ.):ନିମାପଡ଼ା ଏନ୍‌ଏସି ଅନ୍ତର୍ଗତ ୧୧ନଂ. ଓ୍ବାର୍ଡ ଅଞ୍ଚଳରେ ମଙ୍ଗଳବାର ଜଣେ ମହିଳା ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତାଙ୍କ ପୁଅ ଓ କେତେଜଣ ଗ୍ରାମବାସୀ କହିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ଏନ୍‌ଏସି ଅଞ୍ଚଳରେ ଥିବା ନର୍ଦ୍ଦମା, ନାଳ, ଜୋର, ପଡ଼ିଆ ଆଦିରେ ଘୁଷୁରି ଚରୁଥିବାରୁ ଏହି ରୋଗ ଦେଖାଯାଇଥିବା ପୌରବାସୀ, ଅଶୋକ ବରାଳ, ରାମଚନ୍ଦ୍ର ସ୍ବାଇଁ, ଭରତ ବେହେରା, ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ କହିଛନ୍ତି। ଏ ଦିଗରେ ତୁରନ୍ତ ଏନ୍‌ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଶତାଧିକ ପୌରବାସୀ ଦାବି କରିଛନ୍ତି।


All Right Reserved By Dharitri.Com

‘ଓଡ଼ିଶା ସ୍କିଲ୍‌ସ-୨୦୨୦’ ଉଦ୍‌ଘାଟିତ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଓଡ଼ିଶା ସ୍କିଲ୍‌ସ-୨୦୨୦ର ଦ୍ୱିତୀୟ ସଂସ୍କରଣ ଶୁକ୍ରବାର କୃଷି ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଦିଗପହଣ୍ଡି,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ସୁବର୍ଣ୍ଣଗଡ଼ – ଡିମାପଲ୍ଲୀ ଗଁା ନିକଟ ନାଳକଡରୁ ରବିବାର ଏକ ଯୁବକଙ୍କ କ୍ଷତାକ୍ତ ମୃତଦେହ...

ଏମ୍‌ସିଏଲ୍‌ କୋଇଲା ଖଣି ଦୁର୍ଘଟଣା : ୨ ମୃତଦେହ ଉଦ୍ଧାର

ତାଳଚେର,୨୬।୭(ନି.ପ୍ର.) : ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସି ପୋତି ହୋଇ ରହିଥିବା ୩ ଶ୍ରମିକଙ୍କ ମଧ୍ୟରୁ ୨...

ନାଲ୍‌କୋରେ କୋଇଲା ସଙ୍କଟ: କିଣା ବିଦ୍ୟୁତ୍‌ରେ ଚାଲୁଛି ପ୍ଲାଣ୍ଟ

ବଅଁରପାଳ, ୧୧।୯-ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଏବେ କୋଇଲା ସଙ୍କଟ ଦେଇ ଗତି କରୁଛି। ଏମ୍‌ସିଏଲ୍‌ରୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନ...

ଆଉ ଗୋଟିଏ ଲମ୍ଫ ଦେଲେ ଓଡ଼ିଶାରେ ଶୀର୍ଷକୁ ପହଞ୍ଚିଯିବୁ: ଶାହା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଗୁଜରାଟ ପରେ ଓଡ଼ିଶା ମୋର ଦ୍ୱିତୀୟ ଘର ଭଳି ଲାଗେ। ଗତ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଭାଜପାକୁ ୮ ସିଟ୍‌ ଦେଇଥିବାରୁ ଧନ୍ୟବାଦ। ଏହାଦ୍ୱାରା...

ବିଦ୍ୟୁତ୍‌ ଆଘାତରେ ଓରିକନ ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି,୨୦।୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ଓରିକନ ଜଳସମ୍ପଦ ବିଭାଗର ଖଲାସୀ ସୁରେନ୍ଦ୍ର ଆଚାର୍ଯ୍ୟ (୪୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ସେ ନଦୀବନ୍ଧ...

ହୃଦ୍‌ଘାତରେ ଯାଉଛି ବାର୍ଷିକ ୧୩ ଲକ୍ଷ ଜୀବନ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ଭାରତରେ ପ୍ରତି ବର୍ଷ ୧୩ ଲକ୍ଷ ଲୋକଙ୍କର ହୃଦ୍‌ଘାତ (ହାର୍ଟ ଆଟାକ) ଯୋଗୁ ମୃତ୍ୟୁ ହେଉଥିବା ବେଳେ ଓଡିଶାରେ ମଧ୍ୟ ପ୍ରତି ଘଣ୍ଟାରେ...

୨ ଗୋରୁ ବୋଝେଇ ଗାଡ଼ି ଜବତ

ଆନନ୍ଦପୁର,୧୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ବୁଧବାର ବେଆଇନ ଗୋରୁ ବୋଝେଇ ଦୁଇଟି ଗାଡି ଜବତ କରିଛି। ଆନନ୍ଦପୁର ପୌରପରିଷଦ ଅଧୀନ ଫକୀରପୁର ସାପ୍ତାହିକ ହାଟରୁ...

Leave a comment

Your email address will not be published. Required fields are marked *