ଲାଞ୍ଚ: ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ନିଆଳି,୨୭-୧୧(ଡି.ଏନ୍‌.ଏ.):ନିଆଳି ବ୍ଲକରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବିଦୁଲତା ରାଉତ ମଙ୍ଗଳବାର ୩୦ହଜାର ୧୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତିି। ସେ ଏହି ଟଙ୍କା ଝାଡ଼ଖଣ୍ଡର ଠିକାଦାର ମହମ୍ମଦ୍‌ ମୋଜାମିଲ୍‌ ଶେଖ୍‌ଙ୍କଠାରୁ ପୂର୍ବ ଦାବି ମୁତାବକ ଗ୍ରହଣ କରୁଥିଲେ। ଠିକାଦାର ଶେଖ୍‌ ସ୍ବଚ୍ଛଭାରତ ଯୋଜନାରେ ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ୪୩ଟି ପାଇଖାନା ନିର୍ମାଣ ପରେ ବିଲ୍‌ କରିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରାଉତଙ୍କୁ କହିଥିଲେ। ୫ ଲକ୍ଷ ୧୬ହଜାର ଟଙ୍କାର ବିଲ୍‌ ପାସ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ରାଉତ ତାଙ୍କୁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମଙ୍ଗଳବାର କନିଷ୍ଠ ଯନ୍ତ୍ରୀ ରାଉତଙ୍କୁ ଶେଖ୍‌ ୩୦ହଜାର ଶହେ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ।


All Right Reserved By Dharitri.Com

୩ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅନୁଦାନ ଅର୍ଥକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ତିନିଟି ବିଶ୍ୱବିଦ୍ୟାଳୟକୁ ନୋଟିସ୍‌ ଜାରି କରାଯାଇଛି।...

ଦୂରତା ଚିହ୍ନଟ କଲା ପୋଲିସ

ବଇଣ୍ଡା/ଆଠମଲ୍ଲିକ, ୨୬।୩ (ଡି.ଏନ.ଏ.): କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କିଶୋରନଗର ବ୍ଲକ ବଇଣ୍ଡା, ହଣ୍ଡପା ଅଞ୍ଚଳରେ ଗୁରୁବାର ପୋଲିସ ପକ୍ଷରୁ ବିଭିନ୍ନ ଦୋକାନ...

ଅଫିସ ଭିତରେ ଭାଇ ଡାକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ସରକାରୀ ଅଫିସରମାନେ ଅଫିସ୍‌ କାମ ସମୟରେ ପୂରା ନିୟମ ପାଳନ କରିବେ। କୌଣସି କନିଷ୍ଠ କର୍ମଚାରୀମାନେ ଏଥର ବରିଷ୍ଠ ଅଧିକାରୀଙ୍କୁ ଅଫିସ ସମୟ କିମ୍ବା...

ଗେଷ୍ଟ ହାଉସ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମିକଙ୍କୁ ଅଟକ ରଖିଲା ସମୁଦ୍ରକୂଳ ପୋଲିସ

ପୁରୀ ଅଫିସ,୧୮।୨: ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ଏକ ଗେଷ୍ଟ ହାଉସ୍‌ରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।...

ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ

ପୁରୀ ଅଫିସ,୬ା୯: ସେବାୟତ ପରିବାରର ପିଲାଙ୍କ ପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ଯୋଜନା କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହାର କାମ ଆରମ୍ଭ କରାଯାଇ ନାହିଁ।...

ବନ୍ଧୁକ ଲଗାଇ ୪. ୭୦ ଲକ୍ଷ ଟଙ୍କା ଲୁଟ୍‌

ଗୋପ,୨୩ା୧(ଡିଏନ୍‌ଏ): ଗୋପ-ଚାରିଛକ ରାସ୍ତାର ଚମ୍ପାଳ କାଦୁଆ ନଦୀ ପୋଲ ପାଖରେ ବୁଧବାର ରାତି ପ୍ରାୟ ୯ଟାବେଳେ ଏକ ଟ୍ରକ୍‌ରୁ ୫ଜଣ ଦୁର୍ବୃତ୍ତ ୪ଲକ୍ଷ ୭୦ହଜାର ଟଙ୍କା...

ବାହାରୁ ଆସୁଥିବା ଲୋକଙ୍କ ପାଇଁ ୧୦୦ ମନିଟରିଂ ଟିମ୍‌ ମୁତୟନ: ସଂଗରୋଧ ସହ ସ୍ବାସ୍ଥାବସ୍ଥା ଉପରେ ନଜର ରଖିବାକୁ କରୁଛନ୍ତି ଯୋଗାଯୋଗ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା କବଳରେ ଏବେ ବିଶ୍ୱର ୧୮୯ ଦେଶ । ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୪ ହଜାର ୯୬୮ ଥିବା ବେଳେ...

ସରକାରୀ ଜମି ଜବରଦଖଲ

ରୂପ୍‌ସା, ୨୦।୯(ଡି.ଏନ୍‌.ଏ.)- ବାଲେଶ୍ୱର ସଦର ବ୍ଲକ ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଆଡ଼ିରେ ଜବରଦଖଲ ନେଇ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକେ ଏହି ସରକାରୀ...

Leave a comment

Your email address will not be published. Required fields are marked *