ଆଧାରକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ଚଳିତ ବର୍ଷ ୪.୫୮ କୋଟି ସାବାଳକଙ୍କ ମଧ୍ୟରୁ ପ୍ରାୟ ୯୩.୧ ଶତକଡା ଲୋକଙ୍କ ଆଧାର ପ୍ରସ୍ତୁତ କରାଯାଇଛି। ୦-୫ ବର୍ଷ ବୟସ ମଧ୍ୟରେ ୧୮,୨୬,୦୩୮ ଶିଶୁଙ୍କ ପଞ୍ଜୀକରଣ କରାଯାଇ ୪୬% ଲକ୍ଷ୍ୟ ହାସଲ କରାଯାଇଛି। ୫-୧୮ ବର୍ଷ ବୟସ ମଧ୍ୟରେ ୯୫,୮୭,୧୮୬ ପିଲାଙ୍କୁ ପଞ୍ଜୀକରଣ କରାଯାଇ ଏହି ବର୍ଗରେ ୮୧% ଲକ୍ଷ୍ୟ ପୂରଣ ହୋଇଛି। ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ବସିଥିବା ଆଧାର କାର୍ଯ୍ୟକାରିତା ବୈଠକରୁ ଏହା ଜଣାପଡିଛି। ଏହି ବୈଠକରେ ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷଙ୍କ ଅଧିକାରୀ ଜି. ଭେନୁଗୋପାଳ ରେଡ୍ଡି ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଆଧାରକରଣରେ ରାଜ୍ୟକୁ ଶ୍ରେଷ୍ଠ-୫ ରାଜ୍ୟ ମଧ୍ୟକୁ ନେବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।


All Right Reserved By Dharitri.Com

ଆମିକସ୍‌ କ୍ୟୁରିଙ୍କୁ ୪୦ ପୃଷ୍ଠାର ପରାମର୍ଶପତ୍ର ଦେଲେ ଶଙ୍କରାଚାର୍ଯ୍ୟ 

ପୁରୀ ଅଫିସ, ୭ା୯: ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶନିବାର ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ...

ରେଳ ଟ୍ରାକ୍‌ରେ ଫସିଲା ଟ୍ରେଲର : ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ମୁଡ଼ିଗୁଡ଼ା,୧୩।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ଏକ ଟ୍ରେଲରର ବ୍ରେକ୍‌ ଫେଲ ହୋଇଯିବାରୁ ରେଳ ଲାଇନ ଉପରେ ଫସିରହିଛି।...

ବସନ୍ତପୁର ପ୍ରାଥମିକ ବିଦ୍ୟାଳୟ: ଶିକ୍ଷକ ନ ଥିବାରୁ ତାଲା ପକାଇଲେ ଗ୍ରାମବାସୀ

ପୁରୁଣା ଭୁବନେଶ୍ୱର,୧୧।୮(ଡି.ଏନ.ଏ.): ଭୁବନେଶ୍ୱର ଉପକଣ୍ଠ ବସନ୍ତପୁର ଶାସନର ଗ୍ରାମବାସୀ ବସନ୍ତପୁର ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପାଠ ପଢାଇବାକୁ ଶିକ୍ଷକଙ୍କ ସଂଖ୍ୟା କମ୍‌ ଥିବାରୁ ଶନିବାର ତାଲା...

ଟ୍ରେନ୍‌ରେ ମାନବ ଚାଲାଣ ରୋକିବାକୁ ଗୁରୁତ୍ୱ

କଟକ ଅଫିସ,୨୬ା୨: ରାଜ୍ୟସ୍ତରୀୟ ରେଳ ସୁରକ୍ଷା କମିଟିର ଚଳିତବର୍ଷର ପ୍ରଥମ ତ୍ରୈମାସିକ ବୈଠକ ମଙ୍ଗଳବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ...

ଗଞ୍ଜାମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ: ହିଞ୍ଜିଳିକାଟୁ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ସଚିବ

ହିଞ୍ଜିିଳିକାଟୁ, ୧୫ା୫(ଡ଼ି.ଏନ୍‌.ଏ) : ରାଜ୍ୟ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଶୁକ୍ରବାର ହିଞ୍ଜିିଳିକାଟୁର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌...

ଦୁର୍ନୀତି କରିବା ପଡିଲା ମହଙ୍ଗା: ଜଣେ ବିଡିଓ, ୨ ସରପଞ୍ଚ ନିଲମ୍ବିତ

ଭୁବନେଶ୍ୱର, ୨।୧୨: ପିଏମ୍‌ଏୱାଇ ସମ୍ପର୍କରେ ଜାରି ମାର୍ଗଦର୍ଶିକା ପାଳନ ନ କରିବା ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣେ ବିଡିଓ ଏବଂ ୨ ଜଣ...

ମୁସଲମାନ ବୋଲି ହେଲାନି ଡାଏଲିସିସ୍‌, ଚାଲିଗଲା ଜୀବନ

କଟକ ଅଫିସ୍‌,୩୦।୪: ମୁସଲମାନ ହୋଇଥିବା ଯୋଗୁ ଜଣେ କିଡ୍‌ନୀ ରୋଗୀଙ୍କୁ ଡାଏଲିସିସ୍‌ କରିବାକୁ ବୁଧବାର କଟକର ଏକ ଘରୋଇ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ମନାକରି ଦେଇଥିଲେ। ପରେ...

ଧଳାବାଘ ‘ସମ୍ରାଟ’ ଅସୁସ୍ଥ

ବାରଙ୍ଗ,୨୭ା୬(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ଧଳାବାଘ ସମ୍ରାଟ ଅସୁସ୍ଥ ହୋଇପଡ଼ିଛି। ତା’ର ପିଠି ବଙ୍କା ହୋଇରହିବା ସହ ସେ ଛୋଟେଇ ଛୋଟେଇ ଚାଲୁଛି।...

Leave a comment

Your email address will not be published. Required fields are marked *