କାଠ ଚୋରାଚାଲାଣ ବେଳେ ରେଞ୍ଜରଙ୍କୁ ଆକ୍ରମଣ: ଜାଳିଦେଲେ ବନ ବିଭାଗ ଗାଡ଼ି

ବଇଣ୍ଡା,୨୭।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନ ଇଚ୍ଛାପୁର ଗ୍ରାମରେ ସୋମବାର ରାତିରେ ଚୋରାକାଠ ଧରପଗଡ଼ ବେଳେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି। ୩ଜଣ କାଠ ମାଫିଆଙ୍କ ଆକ୍ରମଣରେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା ଆହତ ହୋଇଛନ୍ତି। ତାଙ୍କ ଗାଡିକୁ ମଧ୍ୟ ଜାଳି ଦିଆଯାଇଛି। ତେବେ ଆହତ ରେଞ୍ଜର ଅନ୍ୟ କର୍ମଚାରୀଙ୍କ ସହାୟତାରେ ଚୋରା କାଠ ସହ ଟ୍ରାକ୍ଟରକୁ ଜବତ କରିଛନ୍ତି। ଏ ନେଇ ରେଞ୍ଜର ବେହେରା ମଙ୍ଗଳବାର ହଣ୍ଡପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୨୦୯/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପୋଲିସ କହିଛି, ଏକ ଟ୍ରାକ୍ଟର (ନଂ. ଓଡି୧୯ଏଚ-୩୨୮୩)ରେ ୮ଟି ଶାଗୁଆନ ଗଣ୍ଡି ଚାରଖମଣରୁ ଲୁହାମୁଣ୍ଡା ଚୋରାଚାଲାଣ ହେଉଥିବା ଖବରପାଇ ରେଞ୍ଜର ବେହେରା ଓ ଫରେଷ୍ଟର ରଜନୀକାନ୍ତ ପଣ୍ଡା, ସଞ୍ଜୟ ବେହେରା, ଓ୍ବାଚର ପ୍ରଦୀପ ସାହୁ, ସତ୍ୟବାନ ସାହୁ ଏକ ଗାଡ଼ି (ନଂ.ଓଡି୧୯ଏଲ-୨୯୦୬)ରେ ଇଚ୍ଛାପୁର ଅଭିମୁଖେ ଯାଇଥିଲେ। ଇଚ୍ଛାପୁର ହାଇସ୍କୁଲ ନିକଟରେ ଉକ୍ତ ଟ୍ରାକ୍ଟରକୁ ପାଇଲଟିଙ୍ଗ କରି ଏକ ବାଇକ୍‌ରେ ଆସୁଥିବା ଲୁହାମୁଣ୍ଡା ଗ୍ରାମର ଜମ୍ବେଶ୍ୱର ପ୍ରଧାନ ଓ ଅନ୍ୟ ୨ ଜଣଙ୍କ ସହ ବନ କର୍ମଚାରୀଙ୍କ ମୁହାଁମୁହିଁ ହୋଇଥିଲା। କାଠ ବୋଝେଇ ଟ୍ରାକ୍ଟରକୁ ଛାଡିଦେବା ପାଇଁ ଜମ୍ବେଶ୍ୱର ଓ ତାଙ୍କ ସହଯୋଗୀମାନେ ବନ କର୍ମଚାରୀଙ୍କୁ କହିଥିଲେ। ଏଥିରେ ରେଞ୍ଜର ଅମଙ୍ଗ ହେବାରୁ ସମ୍ପୃକ୍ତ ୩ ଜଣ ରେଞ୍ଜରଙ୍କୁ ଆକ୍ରମଣ କରିବା ସହ ବାଇକ୍‌ ଡିକିରେ ରଖିଥିବା ପେଟ୍ରୋଲ ଆଣି ରେଞ୍ଜରଙ୍କ ଗାଡ଼ି ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ଚୋରା କାଠ ବୋଝେଇ ଟ୍ରାକ୍ଟରକୁ ଛାଡି ଫେରାର ହୋଇଯାଇଥିଲେ। ବନ ବିଭାଗ ଜବତ କରିଥିବା କାଠର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଜମ୍ବେଶ୍ୱର ଓ ସେମାନଙ୍କ ୨ ସହଯୋଗୀ ଫେରାର ଥିବା ପୋଲିସ କହିଛି।


All Right Reserved By Dharitri.Com

ସମସ୍ୟାରେ ଅଟକିଛି ବାରିଝୋଲା ବିକାଶ

ରାୟଗଡ଼ା ଅଫିସ, ୨୦ା୧- ରାୟଗଡ଼ା ଜିଲା ସଦର ବ୍ଲକ୍‌ ହାଲୁଆ ପଞ୍ଚାୟତ ବାରିଝୋଲା ଗାଁରେ ଅନେକ ସମସ୍ୟା ଲାଗି ରହିଛି। ଦୀର୍ଘ ଦିନ ହେଲା ଶିକ୍ଷା,...

ବସ୍‌ ଧକ୍କାରେ ଯୁବକଙ୍କ ଜୀବନଗଲା, ୩ ଗୁରୁତର

ଦିଗପହଣ୍ଡି,୨୪।୧(ଡି.ଏନ୍‌.ଏ.): ରାୟଗଡ଼ା ୩୨୬ ନଂ. ରାଜ୍ୟ ରାଜପଥର କଂସାମାରି-ଧର୍ମପୁର ମଧ୍ୟବର୍ତ୍ତୀ ଶ୍ମଶାନ ସମ୍ମୁଖ ମୁଖ୍ୟ ରାସ୍ତାରେ ଦୁଇ ବାଇକ୍‌ ମଧ୍ୟରେ ଶୁକ୍ରବାର ପୂର୍ବାହ୍ନରେ ମୁହାଁମୁହିଁ ଧକ୍କା...

ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତି: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୪।୧: ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ଅର୍ଜିକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ...

ପିତୃପକ୍ଷ ଆରମ୍ଭ: ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି

ପୁରୀ ଅଫିସ,୧୪ା୯: ଶନିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ୧୫ ଦିନରେ ପିତୃପୁରୁଷଙ୍କ...

ଧାନଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବରଗଡ଼ ଅଫିସ,୧୩।୧୨: ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗ୍ରାମର ଦୁଇଜଣ ଚାଷୀଙ୍କ ଧାନଖଳାରେ ନିଆଁ ଲଗାଇ ଦେଇଛନ୍ତି।...

ଗଣିଆରେ ବନ୍ୟା ପରିସ୍ଥିତି, ୫ ପଞ୍ଚାୟତର ୭୩ ଗାଁ ଜଳବନ୍ଦୀ

ଗଣିଆ,୧୫।୮(ଡି.ଏନ.ଏ.)-ଗତ ୩ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ନୟାଗଡ଼ ଜିଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି...

ମାଛ ମାରିବା ବେଳେ ୫ ଆହତ ଘଟଣା:ରାତିଅଧିଆ ଏସ୍‌ଡିପିଓଙ୍କ ତଦନ୍ତ

ଅନୁଗୋଳ ଅଫିସ, ୧୫।୧୨ ଅନୁଗୋଳ ଥାନା ପଣ୍ଡପୁର ଗ୍ରାମ ନିକଟ ବଉଳୀ ଜୋରକୁ ଶୁକ୍ରବାର ମାଛ ମାରିବାକୁ ଯାଇ ୫ ଜଣ ଆହତ ହେବା ଘଟଣାର...

୨୦ନଂ.ଏନ୍‌ଏଚ୍‌ରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୩ ଟ୍ରକ୍‌, ଚାପିହୋଇ ରହିଛନ୍ତି ୨ ଡ୍ରାଇଭର, ଜଣେ ଗୁରୁତର

କେନ୍ଦୁଝର,୧୮।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ନଂ. ଜାତୀୟ ରାଜପଥରେ ଶନିବାର ସକାଳେ ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା ଘଟିଛି। ପଛକୁ ପଛ ୩ ଆଇରନ ବୋଝେଇ ଟ୍ରକ୍‌...

Leave a comment

Your email address will not be published. Required fields are marked *