ସାମାକୋଇ ନଦୀରୁ ବେଆଇନ ବାଲି ଚାଲାଣ: କାର୍ଯାନୁଷ୍ଠାନ ଦାବି କଲେ ଗ୍ରାମବାସୀ

ତେଲକୋଇ, ୨୭।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ କରଦାଙ୍ଗୀ ପଞ୍ଚାୟତ ଦେଇ ପ୍ରବାହିତ ସାମାକୋଇ ନଦୀ ପଠାରୁ ଦୈନିକ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଟ୍ରାକ୍ଟର, ଡମ୍ଫର ଯୋଗେ ବାଲି ଉଠାଣ ହେଉଛି। ଏନେଇ ଗ୍ରାମବାସୀ ସ୍ଥାନୀୟ ତହସିଲଦାରଙ୍କ ଠାରେ ଅଭିଯୋଗ କିରିଛନ୍ତି। ଏହି ପଠାରେ ବାଲି ଉଠାଇବାକୁ କାହାକୁ ଲିଜ ଦିଆଯାଇ ନ ଥିବାରୁ ସରକାର ରାଜସ୍ବ ହରାଉଥିବାବେଳେ ନଦୀ ତଟ ଅଞ୍ଚଳ ପ୍ରତି ବିପଦ ଦେଖାଦେଇଛି। ତହସିଲ କର୍ତ୍ତୃପକ୍ଷ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏସମ୍ପର୍କରେ ସ୍ଥାନୀୟ ତହସିଲଦାର ଅଶ୍ୱିନୀ କୁମାର ନାୟକଙ୍କୁ ପଚାରିବାରୁ ସିରିଗିଡା ସର୍କଲ ରାଜସ୍ବ ନିରୀକ୍ଷକଙ୍କୁ ତୁରନ୍ତ ଅନୁଧ୍ୟାନ କରି ରିପୋର୍ଟ ଦେବାଲଗି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।


All Right Reserved By Dharitri.Com

ତ୍ରିରଙ୍ଗା ଯୁବକ ସଂଘ କାର୍ଯ୍ୟକର୍ତ୍ତା ମନୋନୀତ

ହିଞ୍ଜିଳିକାଟୁ,୪ା୬(ଡ଼ି.ଏନ୍‌.ଏ)-ହିଞ୍ଜିଳିକାଟୁ ଅଞ୍ଚଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ତ୍ରିରଙ୍ଗା ଯୁବକ ସଂଘ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ସନ୍ଧ୍ୟାରେ ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି...

ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା

ପାଲଲହଡ଼ା, ୧୩ା୮(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପକଣ୍ଠରେ ବଢିଚାଲିଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା। କେତେଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଆଉ କେତେକ ବାହାର ଜିଲାରୁ ଏଠାକୁ...

ନାଲିଫିତା ତଳେ ବିରଜାକ୍ଷେତ୍ରକୁ ରେଳ ପ୍ରକଳ୍ପ: ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଭେଟିଲା ବିରଜା କ୍ଷେତ୍ର ବିକାଶ ପରିଷଦ

ଯାଜପୁର ଅଫିସ,୧୧।୮- ଯାଜପୁର କେନ୍ଦୁଝରରୋଡ଼- ଧାମରା ରେଳ ପ୍ରକଳ୍ପ ସର୍ଭେ ରିପୋର୍ଟ ଦୁଇବର୍ଷ ହେବ କେନ୍ଦ୍ର ସରକାରଙ୍କ ନାଲି ଫିତାତଳେ ଚପି ରହିଛି। ଏନେଇ ଜନସାଧାରଣଙ୍କ...

ବାହ୍ୟଜଗତରୁ ବିଚ୍ଛିନ୍ନ କଳମଗଢ଼ିଆପାହି ଗାଁ

ବାହାନଗା, ୭ା୧୦(ଅରୂପ କୁମାର ଦାସ)-ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଦୁର୍ଗମ, ଅବହେଳିତ ଗାଁ ଗଣ୍ଡା ରହିଛି ତାହାର ଏକ ନଜିର କଳମଗଢିଆପାହି ଗାଁ। ବାଲେଶ୍ୱର ଜିଲା...

ମହିଳାଙ୍କ ତଣ୍ଟିି କାଟି ହତ୍ୟା: ୩ ଦିନ ପରେ ମୃତଦେହ ଉଦ୍ଧାର

ବଡବିଲ, ୧୯।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଶୁକୁରମୁନି ମୁଣ୍ଡା (୫୦) ନାମ୍ନୀ ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ୩ ଦିନ ପରେ ଏହି...

ଔଷଧ ଦୋକାନରେ ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଆଳି,୨୨।୧୦- କେନ୍ଦ୍ରାପଡ଼ା ଜିଲା କଟକ- ଚାନ୍ଦବାଲି ରାସ୍ତାର ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରାସ୍ତାରେ ଥିବା ଦି କେୟାର ଔଷଧ ଦୋକାନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ...

ଚାଷୀଙ୍କ ଅଜାଣତରେ ଉଠାଯାଇଛି ଋଣ

ବାହାନଗା, ୧ା୧୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତରେ ଥିବା ସେବା ସମବାୟ ସମିତିରେ କୋଟି କୋଟି ଟଙ୍କା ହେରଫେର୍‌ ହୋଇଥିବା ଅଭିଯୋଗ ହୋଇଛି।...

ଶତାଧିକ ମହିଳା ସଂଘକୁ ମିଳୁନି ବ୍ୟାଙ୍କ ଋଣ

ବ୍ରହ୍ମପୁର ଅଫିସ,୨୯ା୪-ବ୍ରହ୍ମପୁରର ୩ ଶତାଧିକ ମହିଳା ସଂଘ ବ୍ୟାଙ୍କ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିପାଇଁ ବିଏମ୍‌ସି (ମହାନଗର ନିଗମ)ର ଅବହେଳା ଓ ପ୍ରତାରଣାକୁ ଦାୟୀ...

Leave a comment

Your email address will not be published. Required fields are marked *