ନକଲି ସାର୍ଟିଫିକେଟ୍‌ରେ ଚାକିରି, ଷ୍ଟାଇପେଣ୍ଡ ଲୁଟ୍‌

ଭଦ୍ରକ ଅଫିସ,୨୭।୧୧- ଭଦ୍ରକ ଜିଲାରେ ନକଲି ସାର୍ଟିଫିକେଟ୍‌ କାରବାର ବୃଦ୍ଧି ପାଇଛି। ଏଭଳି ସାର୍ଟିଫିକେଟ୍‌ ହାତେଇ କେତେକ ଶିକ୍ଷକତା ଭଳି ସରକାରୀ ଚାକିରି କରିଥିବା ଜଣାପଡିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି। ଗତ ମାସକ ମଧ୍ୟରେ ଦୁଇଜଣ ନକଲି ସାର୍ଟିଫିକେଟ୍‌ଧାରୀ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇ ଥାନାରେ ଏତଲା ଦିଆଯିବା ଭଳି ଘଟଣା ଘଟିଛି। ସେହିପରି ନକଲି ଜାତିଗତ ପ୍ରମାଣପତ୍ର ଦେଇ କେତେକ ଘରୋଇ ଅନୁଷ୍ଠାନ ଓ ଛାତ୍ରୀଛାତ୍ର ସରକାରୀ ଷ୍ଟାଇପେଣ୍ଡ ଲୁଟୁଥିବା କୁହାଯାଉଛି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ଜିଲା ଶିକ୍ଷା ବିଭାଗରୁ ତଥ୍ୟ ଅଣାଯାଇ ହୋହଲ୍ଲା କରାଯିବାରୁ ଅନ୍ୟ କେତେକ ଜାଲ ସାର୍ଟିଫିକେଟ୍‌ଧାରୀ ଶିକ୍ଷକ ଇସ୍ତଫା ଦେଇ ଚୁପ୍‌ ବସିଥିବା ନଜିର ରହିଛି।
ଉଲ୍ଲେଖନୀୟ ଯେ, ଜାଲ୍‌ ସାର୍ଟିଫିକେଟ କାରବାର ଜିଲା ପାଇଁ କିଛି ନୂଆ କଥା ହୋଇ ରହି ନାହିଁ । ଏଠାରେ ଜାଲ ସାର୍ଟିଫିକେଟ ଯୋଗାଉଥିବା ର଼୍ୟାକେଟ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ଗତବର୍ଷ ଜିଲାରେ ଶିକ୍ଷକତା ପାଇଁ ଆବେଦନ କରିଥିବା ୯ ଜଣ ନକଲି ସାର୍ଟିଫିକେଟ୍‌ଧାରୀଙ୍କୁ ଗିରଫ କରାଯାଇଥିଲା। ଦୁଇମାସ ପୂର୍ବେ ରାଜ୍ୟ ଶିକ୍ଷା ବିଭାଗରୁ ଜିଲାର ସମସ୍ତ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟକୁ ନିର୍ଦ୍ଦେଶ ଆସିଥିଲା। ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ହୋଇପାରି ନାହିଁ। କେତେକ ଶିକ୍ଷକଙ୍କ କ୍ଷେତ୍ରରେ ଉପରଠାଉରିଆ ଯାଞ୍ଚ କରାଯାଉ ଥିବାରୁ ନକଲି ଶିକ୍ଷକମାନେ ସହଜରେ ଖସିଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କୁ ପଚାରିବାରୁ କହିଛନ୍ତି, ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ବୋର୍ଡକୁ ପଠାଯାଇଛି। ବୋର୍ଡ଼ରୁ ପ୍ରତ୍ୟୁତ୍ତର ଆସିବା ପରେ ଏହା ନକଲି ହୋଇଥିବା ଜଣାପଡିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିଭଳି ନକଲି ଜାତିଗତ ପ୍ରମାଣପତ୍ର ଦେଇ ଜିଲା ମଙ୍ଗଳ କାର୍ଯ୍ୟାଳୟ ମାଧ୍ୟମରେ କେତେକ ଘରୋଇ ଶିକ୍ଷାନୁଷ୍ଠାନ ଷ୍ଟାଇପେଣ୍ଡ ବାବଦ ଟଙ୍କା ହରିଲୁଟ୍‌ କରୁଥିବା ଅଭିଯୋଗ ହେଉଛି। ଏପରି କି ଦୀର୍ଘଦିନ ଧରି ବନ୍ଦ ପଡିଥିବା ଅନୁଷ୍ଠାନରେ ପାଠ ପଢୁଥିବା ଦର୍ଶାଇ ହରିଜନ ଓ ଆଦିବାସୀ ପିଲାଙ୍କ ନାଁରେ ବୃତ୍ତି ଟଙ୍କା ଲୁଟ୍‌ କରାଯାଉଛି । ହେଲେ ଏଭଳି ଅଭିଯୋଗ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ଭଳି ମନେ ହେଉନାହିଁ। ଏନେଇ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନାଙ୍କୁ ପଚାରିବାରୁ କହିଛନ୍ତି, ସମସ୍ତ ସାର୍ଟିଫିକେଟ୍‌କୁ ଏବେ ଯାଞ୍ଚ କରାଯାଉଛି । ଏହାମଧ୍ୟରେ କେତେଜଣ ନକଲି ସାର୍ଟିଫିକେଟ୍‌ଧାରୀଙ୍କୁ ଚିହ୍ନଟ କରାଯାଉଛି। ଆବଶ୍ୟକ ପଡ଼ିଲେ ଏ ନେଇ ପୋଲିସର ଆଶ୍ରୟ ନିଆଯିବ। ସେହିଭଳି ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ନକଲି ସାର୍ଟିଫିକେଟ୍‌ରେ ଷ୍ଟାଇପେଣ୍ଡ ନିଆଯାଉଥିବା ଅଭିଯୋଗ ହସ୍ତଗତ ହେବା ପରେ ଏହାର ଯାଞ୍ଚ ଚାଲିଛି ବୋଲି କହିଛନ୍ତି।


All Right Reserved By Dharitri.Com

ଦିବ୍ୟାଙ୍ଗ ଜଗନ୍ନାଥଙ୍କ ପରିବାରକୁ ‘ଆଶ୍ରୟ’ର ସାହାରା; ୩ ବର୍ଷ ଧରି ପ୍ଲାଟଫର୍ମରେ ବିତାଉଥିଲେ ରାତି

ବ୍ରହ୍ମପୁର ଅଫିସ,୨୩ା୯-ସମୟ ଓ ପରିସ୍ଥିତି ସେମାନଙ୍କୁ କରିଥିଲା ବାସହୀନ। ନିଜର ୪ ଭଉଣୀଙ୍କୁ ବିବାହ କରାଇବାକୁ ଯାଇ ସର୍ବସ୍ବ ହରାଇବା ପରେ ବ୍ରହ୍ମପୁର ରେଳଷ୍ଟେଶନରେ ନେଇଥିଲେ...

୫-ଟି ସଚିବଙ୍କ ବାରିପଦା ମେଡିକାଲ କଲେଜ ପରିଦର୍ଶନ : ‘୪ ମାସ ମଧ୍ୟରେ ଉନ୍ନତ ଭିତ୍ତିଭୂମି ଗଢ’

ବାରିପଦା ଅଫିସ,୧୪ା୧୦- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ରବିବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ...

ଦନ୍ତା ଆକ୍ରମଣରେ ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ସମ୍ବଲପୁର, ୧।୪ (ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଯୁଯୁମୁରା ଥାନା କୋଲଗାଁରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ ଘଟିଥିବା ବେଳେ ଜଣେ ଗୁରୁତର...

ଆଜିଠୁ ଏସ୍‌ଡିସି ଫୁଟବଲ କପ୍‌

ଫୁଲବାଣୀ ଅଫିସ, ୨୪ା୨-ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌ ୨୦୨୦ ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ...

ପୁରୁଣାକୁ ଅଣଦେଖା

ଚଳିତ ରେଳ ବଜେଟରେ ସମ୍ବଲପୁର ଜିଲାକୁ ମିଳିଥିବା ଅନୁଦାନ ଆଶାନୁରୂପକ ନୁହେଁ। ଦାବି ଓ ଆବଶ୍ୟକତାଠାରୁ କମ୍‌ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି...

ନାବାଳିକାଙ୍କୁ ଶିକ୍ଷକଙ୍କ ବଳାତ୍କାର ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୨।୧୨- ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ...

ସେକ୍ସ ର଼୍ୟାକେଟ ଠାବ: ଦମ୍ପତିଙ୍କ ସହ ୨ ଯୁବକ ଗିରଫ,୨ ଯୁବତୀ ଉଦ୍ଧାର

ରାୟଗଡ଼ା ଅଫିସ,୨୩।୯- ରାୟଗଡ଼ା ପୋଲିସ ସୋମବାର ସ୍ଥାନୀୟ ଗାୟତ୍ରୀ ନଗର ୪ର୍ଥ ଲାଇନରେ ଚାଲିଥିବା ସେକ୍ସ ର଼୍ୟାକେଟକୁ ଠାବ କରିଛି। ଘର ମାଲିକଙ୍କ ସହ ୨...

ମଙ୍ଗଳାବାଗସ୍ଥିତ ଶ୍ରୀ ଗୋପାଳ ମେଡିସିନ ଆଣ୍ଡ ସର୍ଜିକାଲ ଗୋଦାମରେ ନିଆଁ: ପୋଡ଼ିଗଲା ୬୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ

କଟକ ଅଫିସ, ୩୦।୧୧- ମଙ୍ଗଳାବାଗ ଥାନାଠୁ ମାତ୍ର ଶହେ ମିଟର ଦୂରରେ ଥିବା ଶ୍ରୀଗୋପାଳ ମେଡିସିନ୍‌ ଆଣ୍ଡ ସର୍ଜିକାଲ ଗୋଦାମରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଏହି...

Leave a comment

Your email address will not be published. Required fields are marked *