ଭାଇଚାରା ଯାତ୍ରା ସାରି ଫେରିଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୨୬ା୧୧: ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାରେ ଗତ ୯ତାରିଖରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ । ଏହି ରାୟକୁ ସ୍ବାଗତ ଜଣାଇ ଶ୍ରୀଜଗନ୍ନାଥ ସେନା ପୁରୀରୁ ଭାଇଚାରାର ବାର୍ତ୍ତା ଦେଇଥିଲା। ବଡ଼ଦାଣ୍ଡସ୍ଥିତ ଭକ୍ତ ସାଲବେଗ ପୀଠରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଏପରି କି ବିଦେଶୀ ଇସ୍କନ ଭକ୍ତ ଏକାଠି ହୋଇ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବାଗତ କରିଥିଲେ। ପରସ୍ପରକୁ ମିଠା ଖୁଆଇ ଆମେ ସବୁ ଭାଇ -ଭାଇର ବାର୍ତ୍ତା ଦେଇଥିଲେ। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସବୁ ଧର୍ମାଲମ୍ବୀମାନଙ୍କୁ ଫୁଲମାଳ ଓ ଟିକା ପିନ୍ଧାଯାଇ ସମ୍ମାନ ପ୍ରଦାନ କରାଯାଇଥିଲା। ପରେ ଗତ ୨୦ ତାରିଖରେ ଶ୍ରୀଜଗନ୍ନାଥ ସେନା ଅଯୋଧ୍ୟା ଅଭିମୁଖେ ଭାଇଚାରା ଯାତ୍ରା କରିଥିଲା। ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଯାତ୍ରାରେ ସାମିଲ ଥିବା ସେନାର କର୍ମକର୍ତ୍ତାମାନେ ସାଥୀରେ ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ, ଦୁଇଖଣ୍ଡ ଖଣ୍ଡୋଲାଇଟ୍‌ ପଥର ଓ ପତିତପାବନ ବାନା ନେଇଥିଲେ। ଅଯୋଧ୍ୟା ଗସ୍ତ ଶେଷ କରି ସେନା କର୍ମକର୍ତ୍ତା ଫେରିଛନ୍ତି। ମଙ୍ଗଳବାର ଏହି ଭାଇଚାରା ଯାତ୍ରା ସ୍ଥାନୀୟ କବୀର ଚଉରାଠାରେ ଶେଷ ହୋଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରୀରାମ ଲାଲା ନ୍ୟାସ ଟ୍ରଷ୍ଟକୁ ସିଧାସଳଖ ୧ଲକ୍ଷ ୧ଟଙ୍କା ପ୍ରଦାନ କରାଯାଇଛି। ମାତ୍ର ମସ୍‌ଜିଦ ପାଇଁ କୌଣସି ଟ୍ରଷ୍ଟ ନ ଥିବାରୁ ଫୈଜାବାଦ ପୋଲିସ ଜିମାରେ ୧ଲକ୍ଷ ୧ଟଙ୍କା ଦାନ ଅର୍ଥ ଦାଖଲ କରାଯାଇଛି। ପରେ ଏହା ମସ୍‌ଜିଦ ଟ୍ରଷ୍ଟକୁ ଯିବ।


All Right Reserved By Dharitri.Com

ବୁଡ଼ି ଯାଉଛେ କୁମ୍ଭାରମାନକର କଉଲିକ୍‌ ବୁରତି : ସାମାନ ବିକ୍‌ରି ଲାଗି ବଜାର ବେବସ୍‌ତାର ଅଭାବ

ନୂଆପଡା ଅଫିସ,୨୮ା୪-ଦିନୁ ଦିନ୍‌କେ ସମିଆ ବଦଲୁଛେ, ତାର ସଂଗେ ଲୁକ୍‌କର ଚାଲିଚଲନ, ପିଁଧନ୍‌ଉଢ଼ନ୍‌, ଖାଏଦ୍‌ ପାଏନ୍‌, ବେଭାର କଲା ଜିନିଷପାତିରେ ବି ଅନେକ୍‌ ପରିବରତନ୍‌ ଦେଖ୍‌ବାକେ...

ଡମ୍ପରକୁ ଧକ୍କାଦେଲା ହାଇଓ୍ବା: ଗାଡ଼ିରେ ଚାପିହେଲେ ଡ୍ରାଇଭର

ଯୋଡ଼ା,୧।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ୨ନଂ. ରାଜ୍ୟ ରାଜପଥ ତଥା ଜୁରୁଡି ଲାଲ୍‌ ଗେଟ୍‌ ଛକ ନିକଟ ରାସ୍ତାରେ ଶନିବାର ମଧ୍ୟାହ୍ନରେ ଡମ୍ପର...

ବନ୍ଧୁକ ଦେଖାଇ ଗହଣା ଲୁଟ୍‌ ଘଟଣା: ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଠାବ, କାର୍‌ ଜବତ

ରୂପ୍‌ସା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ତାହାରପୁର ଗ୍ରାମର ଗହଣା ଦୋକାନୀ ମୃତ୍ୟୁଞ୍ଜୟ ଗିରିଙ୍କ ଗହଣା ଦୋକାନରୁ ୩୦ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର...

ଧାନ ବସ୍ତା ରଖି ମଣ୍ଡିରେ ଧାରଣା ଦେଲେ ଚାଷୀ

ଜଗତ୍‌ସିଂହପୁର ଅଫିସ,୧୭।୧: ଜଗତ୍‌ସିଂହପୁର ସଭାମୂଳ ଧାନମଣ୍ଡିରେ ଶୁକ୍ରବାର ଚାଷୀ ଧାରଣା ଦେଇଛନ୍ତି। ଧାନ ସଂଗ୍ରହ ପାଇଁ ୩୦ ଜଣ ଚାଷୀଙ୍କୁ ବାରଣ କରାଯିବାରୁ ସେମାନେ ଧାନ...

ମାଲିକଙ୍କ ଜୀବନ ବଞ୍ଚାଇଲା କୁକୁର: ସାପକୁ ମାରି ମଲା

ଗୋପାଳପୁର,୨୦ା୧୨- ନିଜ ଜୀବନକୁ ବଳି ଦେଇ ମାଲିକଙ୍କୁ ବଞ୍ଚାଇଛି ପୋଷା କୁକୁର। ଏଭଳି ଘଟଣା ଘଟିଛି ଗଂଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢା ପଞ୍ଚମା ରୋଡରେ।...

ପରମ୍ପରାକୁ ଫିକା ପକାଉଛି କାଉଁରିଆ କାଠିର ଅଭାବ

ଆରଡ଼ି, ୨୪।୧୦ (ଡି.ଏନ୍‌.ଏ.)-ଦୀପାବଳି ଦିନ ସବୁ ଘରେ କାଉଁରିଆ କାଠି ଆବଶ୍ୟକ ପଡ଼ିଥାଏ। ରାତିରେ ଗଁ।ଦାଣ୍ଡରେ ପୂର୍ବପୁରୁଷଙ୍କୁ ପିଣ୍ଡ ଦେବା ପରେ ଏହାକୁ ଜାଳି ପିଲାଠାରୁ...

ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା

ବୁଗୁଡ଼ା,୬ ।୯(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ପଙ୍କଳବାଡ଼ି ଗ୍ରାମର ଏକ ଦୋକାନ ଶୁକ୍ରବାର ରାତି ୮ଟାରେ ଜଳିଯାଇଛି। ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚତ୍ ନିଆଁ ଲିଭାଇଥିଲେ।...

ବ୍ରହ୍ମପୁରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ନିରାଶରେ ଫେରିଲେ ବହୁ ଅଭିଯୋଗକାରୀ

ବ୍ରହ୍ମପୁର ଅଫିସ୍‌,୧୩ା୭-ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ(କ୍ୟାମ୍ପ କୋର୍ଟ) ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୋଟ ୬୫ ମାମଲାର ଶୁଣାଣି...

Leave a comment

Your email address will not be published. Required fields are marked *