ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ: ୨ ଅଟକ

ରସୁଲପୁର,୨୬।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ମଙ୍ଗଳବାର ଥାନାରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୋମବାର ସନ୍ଧ୍ୟାରେ ନାବାଳିକା ଜଣକ ଶୌଚ ହେବାଲାଗି ଯାଇଥିବା ସମୟରେ ୨ ଅଭିଯୁକ୍ତ ତାଙ୍କୁ ଏକ ବାଇକ୍‌ରେ ଉଠାଇ ନେଇ ନିଛାଟିଆ ସ୍ଥାନରେ ବଳାତ୍କାର ଉଦ୍ୟମ କରିଥିଲେ। ଏହି ସମୟରେ ପରିବାର ଲୋକେ ସେଠାରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଥିଲେ। ଏ ନେଇ ଥାନାରେ କେସ୍‌ ନଂ.୩୧୬/୧୯ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।


All Right Reserved By Dharitri.Com

ତାରାତାରିଣୀ ପୀଠର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ

ପୁରୁଷୋତ୍ତମପୁର,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏ ସମ୍ପର୍କରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ...

ପ୍ରଶାସନର ନଜର ଆଢୁଆଳରେ :ଐତିହ୍ୟ ସମ୍ପନ୍ନ ନୀଳମାଧବ ଜୀଉଙ୍କ ଦଶହରା ପଡ଼ିଆ

ଖଣ୍ଡପଡ଼ା,୨ା୯(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବରେ କଣ୍ଟିଲୋର ଶ୍ରୀ ନୀଳମାଧବ ପୀଠ ସର୍ବଜନ ବିଦିତ। ପୁରୀ ଶ୍ରୀମନ୍ଦିର ପୂଜାନୀତି ସହ ଏହି ମନ୍ଦିର ପୂଜା ନୀତି...

ଦେଦରରେ ବ୍ଲକସ୍ତରୀୟ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ

ଜୁନାଗଡ, ୧।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦେଦର ଗ୍ରାମରେ ସୋମବାର ବ୍ଲକସ୍ତରୀୟ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେୟାର ଇଣ୍ଡିଆର ତରିନା ପ୍ରକଳ୍ପ...

ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଚର୍ଚ୍ଚାରେ ଅଭିନେତ୍ରୀ

ସମ୍ବଲପୁର,୧୬।୧୨(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଫଟୋ ଏବଂ ଭିଡିଓ କରି ଫସିଯାଇଛନ୍ତି ଓଲିଉଡ୍‌ର ୩ ଅଭିନେତ୍ରୀ। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ...

ପରୀକ୍ଷାରୁ ବଞ୍ଚିତ ୨୫ ଛାତ୍ରୀଛାତ୍ର

ବାରିପଦା ଅଫିସ/ ଚିତ୍ରଡ଼ା,୨୦ା୨(ଡି.ଏନ୍‌.ଏ.)- ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲାର ୧୮୦ଟି କେନ୍ଦ୍ରରେ ୩୭୧୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା...

ସୁରଟର କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ: ସଜାଗ ହେଲା କେନ୍ଦୁଝର ଜିଲା ପ୍ରଶାସନ

କେନ୍ଦୁଝର,୨୬।୫(ସ୍ବ.ପ୍ର.): ସୁରଟର କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିବା ପରେ ରବିବାର କେନ୍ଦୁଝର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସଂସ୍ଥାଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ...

୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା: ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ, ଦଲାଲ ଗିରଫ

ବଡବିଲ, ୧୫।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ନାବାଳିକା ଚାଲାଣ ର଼୍ୟାକେଟ୍‌ କିଭଳି ସକ୍ରିୟ ରହିଛି ତାହାର ଏକ ନଜିର ପଦାକୁ ଆସିଛି। ବଲାଣୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ...

ଏଫଏମ୍‌ ସ୍ବୟଂଶାସିତ କଲେଜ: ପ୍ରକାଶ ପାଇଲା ସ୍ନାତକ, ସ୍ନାତକୋତ୍ତର ପରୀକ୍ଷା ଫଳ

ବାଲେଶ୍ୱର ଅଫିସ, ୧୧।୬- ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩...

Leave a comment

Your email address will not be published. Required fields are marked *