ଥରିଲା ଆଲବାନିଆ: ବହୁ କୋଠା ଧରାଶାୟୀ

ଟିରାନା,୨୬।୧୧: ଆଲବାନିଆରେ ବୁଧବାର ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ଆମେରିକା ଜିଓଲୋଜିକାଲ୍‌ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ଯୋଗୁ ବହୁ କୋଠା ଧରାଶାୟୀ ହୋଇଯାଇଛି। କିଛି ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ରାଜଧାନୀ ଟିରାନାଠାରୁ ୩୦ କିମି ଦୂର ଉତ୍ତର-ପଶ୍ଚିମ ଅଞ୍ଚଳରେ ଭୂଗର୍ଭର ୨୦ କିମି ତଳେ ଥିବା ଆମେରିକା ଜିଓଲୋଜିକାଲ୍‌ ସର୍ଭେ ପକ୍ଷରୁ ଅନୁମାନ କରାଯାଉଛି।


All Right Reserved By Dharitri.Com

ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ଗିରଫ

ସରଜେଭୋ, ୨୪।୭: ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ମିତ୍ତଲଙ୍କୁ ୟୁରୋପ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୧୯.୩୨ କୋଟି ଟଙ୍କା...

ଜାପାନ ଜାହାଜରେ ବଢୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ଟୋକିଓ,୧୬।୨: ଜାପାନ ଉପକୂଳରେ ଅଲଗା ହୋଇ ଠିଆ ହୋଇଥିବା ଜାହାଜ ଡାଇମଣ୍ଡ ପ୍ରିନ୍‌ସେସ୍‌ରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ...

ଆମେରିକା, ୟୁରୋପକୁ ରୁହାନିଙ୍କ ଧମକ: ଆଗକୁ ଭୟାବହ ପରିଣତି

ତେହେରାନ,୧୬ା୧: ୨୦୧୫ ଇରାନ ଆଣବିକ ଚୁକ୍ତିରୁ ଆମେରିକା ଓହରିଯିବା ଏକ ବଡ଼ ବିପଦ। ମଧ୍ୟପ୍ରାଚ୍ୟରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ସୈନ୍ୟ ମୁତୟନର ପରିଣାମ ଭୟଙ୍କର...

ରେଷ୍ଟୁରାଣ୍ଟର ନାଁ ହାର୍ଟଆଟାକ…

ଆମେରିକା ଏରିଜୋନାରେ ରହିଛି ଏକ ରେଷ୍ଟୁରାଣ୍ଟ। ଏଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଳୟ ଭଳି। ରେଷ୍ଟୁରାଣ୍ଟର ନାଁ ହାର୍ଟଆଟାକ। ଏଠି ଗ୍ରାହକଙ୍କୁ ଚିକିତ୍ସାଳୟର ଅନୁଭୁତି ମିଳିଥାଏ।...

ଚାଇନାରେ ଫଶିଥିବା ପାକିସ୍ତାନ ଛାତ୍ର ଇମ୍ରାନଙ୍କୁ କହିଲେ ଭାରତଠାରୁ କିଛି ଶିଖ

ବେଜିଂ,୨।୨: କରୋନାଭାଇରସ କାରଣରୁ ଚାଇନାର ଉହାନ ସହରରେ ବହୁଲୋକ ଫଶି ରହିଛନ୍ତି। ଏବେ ସେଠାକୁ ଯିବାକୁ ଚାଇନା ପକ୍ଷରୁ ବାରଣ କରାଯାଇଛି। କାରଣ ଉହାନ ସହରରେ...

ଜଙ୍ଗଲରେ ନିଆଁ: ସାଇକେଲ ଆରୋହୀଙ୍କୁ ଅଟକାଇ ପାଣି ପିଇଲା କୋଆଲା; ଭିଡ଼ିଓ ଭାଇରାଲ

ଏଡ଼ିଲେଡ୍‌,୨୯।୧୨: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନା ଧରୁନି। ବହୁ ବନ୍ୟପ୍ରାଣୀଙ୍କ ଏହାଦ୍ୱାରା ମୃତ୍ୟୁ ଘଟିଥିବା କୁହାଯାଉଛି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଜଙ୍ଗଲ ନିଆଁ...

ଚାଇନାରେ ହାହାକାର: କରୋନା ମୃତ୍ୟୁ ସଂଖ୍ୟା ୪୯୦ ଛୁଇଁଲା; ୨୪ ହଜାରରୁ ଅଧିକଙ୍କ ଠାରେ ଚିହ୍ନଟ

ବେଜିଂ,୫।୨: ଚାଇନାର କରୋନା ମହାମାରୀ ହାହାକାର ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୯୦ରେ ପହଞ୍ଚିଛି। ସେହିପରି ୨୪ ହଜାର ୩ଶହ...

ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନକୁ ମୂଳୋତ୍ପାଟନ କରିବାକୁ ସଂକଳ୍ବ ନେଲେ ଘାନି

କାବୁଲ,୧୯।୮: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରପତି ଅଶରଫ ଘାନି ଆଇଏସ୍‌ ଆତଙ୍କବାଦୀଙ୍କ ସମସ୍ତ ସୁରକ୍ଷିତ ଶିବିରକୁ ଧ୍ୱଂସ କରିବାକୁ...

Leave a comment

Your email address will not be published. Required fields are marked *